ଦଶମୂଳ ଔଷଧ ଲାଗି ପରେ ଜ୍ୱରରୁ ସୁସ୍ଥ ହେଲେ କାଳିଆ ସାଆନ୍ତେ
ଅଣସର ଉପଚାର ପରେ ଏବେ ସୁସ୍ଥ ହୋଇଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ଆଜି ଅଣସର ଦ୍ୱାଦଶୀ ତିଥିରେ ରାଜନଅରକୁ ରାଜପ୍ରସାଦ ବିଜେ ହେବା ସହିତ ମହାପ୍ରଭୁ ସୁସ୍ଥ ହେବାର ସନ୍ଦେଶ ଦଇତାପତି ଦେଇଛନ୍ତି ।
ପୁରୀ: ଅଣସର ଉପଚାର ପରେ ଏବେ ସୁସ୍ଥ ହୋଇଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ଆଜି ଅଣସର ଦ୍ୱାଦଶୀ ତିଥିରେ ରାଜନଅରକୁ ରାଜପ୍ରସାଦ ବିଜେ ହେବା ସହିତ ମହାପ୍ରଭୁ ସୁସ୍ଥ ହେବାର ସନ୍ଦେଶ ଦଇତାପତି ଦେଇଛନ୍ତି ।

ସେପଟେ ଆଜି ଦ୍ୱାଦଶୀ ତିଥିରେ ଶ୍ରୀମନ୍ଦିରରେ ସକାଳ ଧୂପ ଓ ଭୋଗମଣ୍ଡପ ନୀତି ପରେ ରାଜପ୍ରସାଦ ବିଜେ ନୀତି ହେବ । ମହାପ୍ରଭୁ ସୁସ୍ଥ ହୋଇଥିବା ଖବର ନେଇ ଶ୍ରୀନଅରକୁ ଶ୍ରୀଅଙ୍ଗ ଲାଗି ପ୍ରସାଦ ବିଜେ କରାଇବେ ସେବାୟତ । ମହାପ୍ରଭୁ ସୁସ୍ଥ ହେବା ପରେ ରଥଯାତ୍ରାରେ ଯିବାର ପରମ୍ପରା ରହିଛି । ତେବେ ଦେବସ୍ନାନ ପୂର୍ଣ୍ଣିମାରେ ୧୦୮ ଗରା ପାଣିରେ ଗାଧୋଇବା ପରେ ଚତୁର୍ଦ୍ଧାମୂର୍ତ୍ତି ଜ୍ୱରରେ ପଡିଥିଲେ ।
ସେପଟେ ପୁରୀ ବଡ଼ଦାଣ୍ଡରେ ଦଣ୍ଡାୟମାନ ସମ୍ପୂର୍ଣ୍ଣପ୍ରାୟ ତିନିରଥ । ଉତ୍କଳୀୟ ପରମ୍ପରା, କଳା ଓ ଭାସ୍କର୍ଯ୍ୟର ନମୁନା ବହନ କରୁଥିବା ତିନି ରଥ ବେଶ୍ ଆକର୍ଷଣୀୟ । ତିନି ରଥରେ ପାର୍ଶ୍ୱ ଦେବଦେବୀ ଓ କଳସ ଖଞ୍ଜା ସରିଛି । ନିର୍ମାଣ ଚାଲିଛି ବେଦି ଓ ସିଂହାସନ । ୧୨ ତାରିଖରେ ରଥରେ ଚଢ଼ି ପତିତ ଉଦ୍ଧାର ପାଇଁ ଘୋଷଯାତ୍ରାରେ ଯିବେ ଚତୁର୍ଦ୍ଧାମୂର୍ତ୍ତି ।
ଅନ୍ୟପଟେ ପୁରୀ ବ୍ୟତିତ ରାଜ୍ୟର ଅନ୍ୟ କୌଣସି ସ୍ଥାନରେ ରଥଯାତ୍ରା ଆୟୋଜନ ହୋଇପାରିବ ନାହିଁ । ଏହି ସମ୍ପର୍କିତ ଆବେଦନ ଗୁଡିକୁ ଆଜି ଖାରଜ କରିଛନ୍ତି ମାନ୍ୟବର ସୁପ୍ରିମକୋର୍ଟ । ସୁପ୍ରିମ୍କୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍ ଏନ୍.ଭି ରମନ୍ନାଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଏହି ଆବେଦନକୁ ଖାରଜ କରି ଦେଇଛନ୍ତି।












Click it and Unblock the Notifications