ମରାମତି ହେବ ମହାପ୍ରଭୁଙ୍କ ରତ୍ନ ପଲଙ୍କ

jagannath temple

ପୁରୀ: ମରାମତି ହେବ ମହାପ୍ରଭୁଙ୍କ ରତ୍ନ ପଲଙ୍କ । ଗୁରୁତ୍ୱପୂର୍ଣ୍ଣ ମିଟିଂ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଏନେଇ ସୂଚନା ଦେଇଛନ୍ତି । ସିଂହଦ୍ୱାର ରୁପା ଛାଉଣୀ କରିବାକୁ ମଧ୍ୟ ବୈଠକରେ ନିଷ୍ପତ୍ତି ନିଆଯାଇଛି । ଉଭୟ କାର୍ଯ୍ୟ ରଥଯାତ୍ରା ଅବଧି ମଧ୍ୟରେ ସାରିବାର ନିଷ୍ପତ୍ତି ହୋଇଛି ।

ସୂଚନାଥଆଉ ଯେ, ମହାପ୍ରଭୁଙ୍କ ଗଜଦନ୍ତ ରତ୍ନ ପଲଙ୍କ ପୁରୁଣା ହୋଇଯାଇଛି । ଏହାସହ ପଲଙ୍କ ଗୋଡ଼ ଅନ୍ୟାନ୍ୟ ସ୍ଥାନ ମଧ୍ୟ ଭାଙ୍ଗି ଯାଇଛି । ତେବେ ବିହୁ ଦିନ ମରାମତି ଦାବି ହୋଇ ଆସୁଥିଲା । ସେହିପରି ରୁପା ଛାଉଣୀ ପାଇଁ ଆବଶ୍ୟକ ରୁପା
ଦାତା ଯୋଗାଇ ଦେବେ । ବର୍ତ୍ତମାନ ପର୍ଯ୍ୟନ୍ତ କେତେ ରୁପା ଛାଉଣୀ ପାଇଁ ଆବଶ୍ୟକ ହେବ ସେନେଇ କୌଣସି ସୂଚନା ନାହିଁ ।

ରୁପା ଛାଉଣୀ ବେଳେ ସିଂହଦ୍ୱାର ପରିବର୍ତ୍ତେ ଉତ୍ତର ଦ୍ୱାର ଦେଇ ପ୍ରବେଶ କରିବାର ବ୍ୟବସ୍ଥା କରାଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି । ସୂଚନାଥାଉ ଯେ, ୨୦୨୨ ମସିହାରେ କଳାହଚ ଦ୍ୱାରର ରୁପାଛାଉଣି କାମ କରାଯାଇଥିଲା । ତେବେ ଚଳିତ ବର୍ଷ ରଥଯାତ୍ରା ପୂର୍ବରୁ ସିଂହଦ୍ୱାର ରୁପା ଛାଉଣୀ କରାଯିବାର ନିଷ୍ପତ୍ତି ହୋଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+