ମହାପ୍ରଭୁ ଜଗନ୍ନାଥଙ୍କ ପହଣ୍ଡି ଆରମ୍ଭ; ଟାହିଆ ହଲେଇ ହଲେଇ ରତ୍ନବେଦୀରୁ ଭକ୍ତଙ୍କ ମେଳକୁ ଆସୁଛନ୍ତି ମଣିମା
ଆରମ୍ଭ ହେଲା ମହାପ୍ରଭୁ ଜଗନ୍ନାଥଙ୍କ ପହଣ୍ଡି । ଟାହିଆ ହଲେଇ ହଲେଇ ରତ୍ନବେଦୀରୁ ଭକ୍ତଙ୍କ ମେଳକୁ ଆସୁଛନ୍ତି ମଣିମା । ଧାଡ଼ି ପହଣ୍ଡିରେ ଝୁଲି ଝୁଲି ଆସୁଛନ୍ତି ମହାପ୍ରଭୁ । ଘଣ୍ଟଘଣ୍ଟା, ହରିବୋଲ, ହୁଳହୁଳିରେ ପ୍ରକମ୍ପିତ ବଡଦାଣ୍ଡ । ତେବେ ପ୍ରଥମେ ଚକ୍ରରାଜ ସୁଦର୍ଶନ ପହଣ୍ଡି ହୋଇ ଦେବୀ ସୁଭଦ୍ରାଙ୍କ ଦେବଦଳନ ରଥରେ ବିରାଜି ଥିଲେ ।
ଏହା ପରେ ବଡ଼ ଠାକୁର ଧାଡ଼ି ପହଣ୍ଡିରେ ଆସି ତାଳଧ୍ୱଜ ରଥରେ ବିରାଜିଥିଲେ । ଏହାପରେ ଦେବୀ ସୁଭଦ୍ରା ପହଣ୍ଡିରେ ଆସିଥିଲେ । ଆଉ ଶେଷରେ ଜଗତର ନାଥ ଜଗନ୍ନାଥ ଝୁଲି ଝୁଲି ଧାଡ଼ି ପହଣ୍ଡିରେ ଆସିଥିଲେ । ନନ୍ଦିଘୋଷ ରଥରେ ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ ପାଇଁ ଭକ୍ତିମାନଙ୍କ ମଧ୍ୟରେ ଅପୂର୍ବ ଉତ୍କଣ୍ଠା ସୃଷ୍ଟି ହୋଇଛି । ମଧ୍ୟାହ୍ନ ୧୨ଟା ୩୦ ସୁଦ୍ଧା ଦାରୁବିଗ୍ରହ ରଥାରୂଢ ହେବେ । ୨ଟା ୩୦ରୁ ୩ଟା ୩୦ ମଧ୍ୟରେ ଗଜପତି ମହାରାଜା କରିବେ ଛେରାପହଁରା। ଏହାପରେ ଚାରମାଳ ଫିଟାଯାଇ ଅପରାହ୍ନ ୪ଟାରେ ଟଣାଯିବ ରଥ ।













Click it and Unblock the Notifications