Get Updates
Get notified of breaking news, exclusive insights, and must-see stories!

ଦେବ ଦୁର୍ଲଭ ହାତୀବେଶରେ ମହାପ୍ରଭୁ

ଶ୍ରୀକ୍ଷେତ୍ର ପୁରୀରେ ସ୍ନାନବେଦୀ ଉପରୁ ଅଗଣିତ ଶ୍ରଦ୍ଧାଳୁଙ୍କୁ ଦେବ ଦୁର୍ଲଭ ହାତୀବେଶରେ ଦିବ୍ୟ ଦର୍ଶନ ଦେଉଛନ୍ତି ମହାପ୍ରଭୁ ଶ୍ରୀଜଗନ୍ନାଥ । ପୁରୀ ବଡ଼ଦାଣ୍ଡରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କର ସମାଗମ ହୋଇଛି । ଆଜି ଶ୍ରୀଜୀଉଙ୍କର ପ୍ରସିଦ୍ଧ ସ୍ନାନଯାତ୍ରା ଅନୁଷ୍ଠିତ ହୋଇଯାଇଛି । ରତ୍ନସିଂହାସନ ଛାଡ଼ି ଶ୍ରୀଜୀଉ ଏବେ ସ୍ନାନବେଦୀରେ ଶ୍ରଦ୍ଧାଳୁଙ୍କୁ ହାତୀବେଶରେ ଦିବ୍ୟ ଦର୍ଶନ ଦେଉଛନ୍ତି । ଆଜି ସକାଳୁ ପରମ୍ପରା ଅନୁଯାୟୀ ଠାକୁରଙ୍କର ନୀତିକାନ୍ତି ଆରମ୍ଭ ହୋଇଥିଲା ।

Lord Jagannath Hati Besha

ବିଭିନ୍ନ ନୀତିକାନ୍ତି ପରେ ସୁନା କୂଅର ୧୦୮ କୁମ୍ଭ ସୁବାସିତ ଜଳରେ ସମ୍ପନ୍ନ ହୋଇଥିଲା ତିନି ଠାକୁରଙ୍କ ସ୍ନାନ । ଏହାପରେ ଶ୍ରୀଜିଉଙ୍କ ଶ୍ରୀଚରଣ ତଳେ ଗଜପତି ମହାରାଜା ଦିବ୍ୟ ସିଂହ ଦେବ ଛେରାପହଁରା କରିଥିଲେ । ପରେ ମହାପ୍ରଭୁଙ୍କୁ ଦୁର୍ଲ୍ଲଭ ହାତୀ ବେଶରେ ସଜ୍ଜିତ କରାଯାଇଛି । ତେବେ ୧୦୮ ଗରା ଜଳରେ ସ୍ନାନ ପରେ ଆଜିଠୁ ମହାପ୍ରଭୁ ଜ୍ୱରରେ ପୀଡ଼ିତ ହୋଇ ଅଣସର ଘରେ ରହିବାକୁ ଥିବାରୁ ଆସନ୍ତାକାଲିଠାରୁ ପୂଜା ପାଇବେ ପଟିଦିଅଁ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+