ପ୍ରଭୁ ଜଗନ୍ନାଥ ଆମକୁ ଶକ୍ତି ଦିଅନ୍ତୁ, ଏଠାରେ ଡବଲ ଇଂଜିନ ସରକାର ହେବ: ଯୋଗୀ ଆଦିତ୍ୟନାଥ

ଚିଲିକାରେ ହିନ୍ଦୁତ୍ବ କାର୍ଡ ଖେଳିଲେ ଯୋଗୀ ଆଦିତ୍ୟନାଥ । ବିଜେଡି ତୁଷ୍ଟୀକରଣର ରାଜନୀତି କରୁଛି କହିଲେ ଯୋଗୀ । ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ହତ୍ୟାକାରୀଙ୍କୁ ସୁରକ୍ଷା ଦିଆଯାଉଛି ବୋଲି କହିଲେ ଯୋଗୀ । କଂଗ୍ରେସ, ଟିଏମ୍‌ସି, ବିଜେଡିର ନୀତି ଜନବିରୋଧୀ ବୋଲି କହି ବର୍ଷିଲେ ।

ପ୍ରଭୁ ଜଗନ୍ନାଥ ଆମକୁ ଶକ୍ତି ଦିଅନ୍ତୁ ଏଠାରେ ଡବଲ ଇଂଜିନ ସରକାର ହେବ । ଲ୍ୟାଣ୍ଡ, ସ୍ୟାଣ୍ଡ, ମାଇନିଂ, ଗୋ ମାଫିଆଙ୍କୁ ସାବାଡ଼ ପାଇଁ ଶକ୍ତି ଦିଅନ୍ତୁ ।

ଉତ୍ତର ପ୍ରଦେଶର ବୁଲ୍‌ ଡୋଜର ପରି ଏଠାରେ ସାବାଡ଼ କରାଯିବ । ଏ ମୋଦିଙ୍କ ଭାରତ, ଯିଏ ବଦମାସୀ କରିବ, ସାବାଡ଼ କରାଯିବ । ଡବଲ ଇଂଜିନ ସରକାରରୁ କିଭଳି ଲାଭ ମିଳେ ୟୁପି ଦେଖେଇଛି । ଓଡ଼ିଶାରେ ନବୀନ ସରକାର ବାବୁମାନଙ୍କ ଘେରାବନ୍ଦୀରେ ରହିଛି ।

ଶ୍ରୀମନ୍ଦିର ରତ୍ନଭଣ୍ଡାର ନେଇ ଆକ୍ରମଣ କଲେ ଯୋଗୀ। ଏଠି ପ୍ରଭୁ ଜଗନ୍ନାଥଙ୍କ ରତ୍ନଭଣ୍ଡାର ଚାବି ବି ହଜାଇ ଦେଲେଣି । କେବଳ ଲ୍ୟାଣ୍ଡ, ସ୍ୟାଣ୍ଡ ନୁହେଁ ପ୍ରଭୁଙ୍କ ଉପରେ ବି ଆଖି ପକାଇଲେଣି କହି ବର୍ଷିଲେ ।

Yogi Adityanath

ଥରେ ଆସନ୍ତୁ ଉତ୍ତର ପ୍ରଦେଶ, ଦେଖିବେ ସେଠି କେବଳ ଜୟ ଶ୍ରୀରାମ ନାରା । ଚାର୍‌ଶୋ ପାର୍‌ ଶୁଣି ବିଜୁ ଜନତା ଦଳର ମୁଣ୍ଡ ବୁଲାଇଲାଣି । ଏମାନେ ତ ସରକାର କରିପାରିବେନି, ଏମାନଙ୍କୁ କାହିଁକି ଜିତାଇବ । ଓଡ଼ିଶାରେ ବାବୁମାନଙ୍କ ସରକାର ଚାଲିଛି ବୋଲି କହିଲେ ଯୋଗୀ ।

ଯେଉଁଠି ବାବୁରାଜ ଚାଲେ ସେଠି ଲୋକ ଉତ୍ପୀଡ଼ିତ ହୁଅନ୍ତି । ଜନ ପ୍ରତିନିଧିମାନଙ୍କ ଦ୍ବାରା ହିଁ ଶାସନ ଚାଲିବା ଦରକାର ବୋଲି କହିଲେ ଯୋଗୀ । ଓଡ଼ିଆ ସଂସ୍କୃତି ଓ ପରମ୍ପରାର ଅପମାନ କଲା ଭଳି କାମ ଚାଲିଛି ।

ନବୀନ ସରକାର ଏଠାରେ ଆୟୁଷ୍ମାନ ଭାରତ ଲାଗୁ କରୁନାହାନ୍ତି ।କଂଗ୍ରେସକୁ ବି କଡ଼ା ସ୍ବରରେ ଆକ୍ରମଣ କଲେ ଯୋଗୀ ଆଦିତ୍ୟନାଥ । ଆଜି ବି ଭାରତରେ ଏମିତି ଲୋକ ଅଛନ୍ତି ଖାଇବେ ଭାରତର, ଗାଇବେ ପାକିସ୍ତାନର ।

ଭାରତର ଯଦି ବନ୍ଦନ କରିନପାରିବ ତେବେ ଚାଲିଯାଅ । ମୋଦିଙ୍କ ନେତୃତ୍ବରେ ସୁରକ୍ଷା, ସମ୍ମାନ, ବିକାଶ ସବୁ ହୋଇଛି । ୫ଶହ ବର୍ଷର ଅପେକ୍ଷାର ଅନ୍ତ ଘଟାଇ ମୋଦି ଶ୍ରୀରାମ ମନ୍ଦିର କରିଛନ୍ତି ବୋଲି କହିଲେ ଯୋଗୀ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+