ବିକ୍ରି ହେବ ଶ୍ରୀଜିଉଙ୍କ ରଥ ଚକ: ଗୋଟିଏର ଦାମ ୫୦ ହଜାର
ଦୀର୍ଘ ବର୍ଷ ପରେ ପୁଣି ଥରେ ରଥ ଚକ ବିକ୍ରି ପ୍ରକ୍ରିୟା ଆରମ୍ଭ କରିଛି ଶ୍ରୀମନ୍ଦିର ପ୍ରଶାସନ । ରଥର ପ୍ରତ୍ୟେକ ଚକର ଦାମ ୫୦ ହଜାର ଟଙ୍କା ଧାର୍ଯ୍ୟ ହୋଇଛି ।

ପୁରୀ: ବିକ୍ରି ହେବ ଶ୍ରୀଜିଉଙ୍କ ରଥର ଚକ । ଦୀର୍ଘ ବର୍ଷ ପରେ ପୁଣି ଥରେ ରଥ ଚକ ବିକ୍ରି ପ୍ରକ୍ରିୟା ଆରମ୍ଭ କରିଛି ଶ୍ରୀମନ୍ଦିର ପ୍ରଶାସନ । ରଥର ପ୍ରତ୍ୟେକ ଚକର ଦାମ ୫୦ ହଜାର ଟଙ୍କା ଧାର୍ଯ୍ୟ ହୋଇଛି । ସେହିପରି ଗୋଟିଏ ପ୍ରଭାର ଦାମ୍ ୨୫ ହଜାର ଟଙ୍କା ଓ ଗୁଜର ଦାମ୍ ୧୦ ହଜାର ଟଙ୍କା ଧାର୍ଯ୍ୟ କରାଯାଇଛି ।
ରଥଚକ କିଣିବା ପାଇଁ ପ୍ରାୟ ୬୦ରୁ ଅଧିକ ଆବେଦନ ଆସିଥିବା ବେଳେ ବିଦେଶରୁ ଦୁଇଟି ଆବେଦନ ରହିଛି । ବିଦେଶରେ ଜଗନ୍ନାଥ ସଂସ୍କୃତି ପ୍ରଚାର ପ୍ରସାର କରୁଥିବା ଦୁଇଟି ଅନୁଷ୍ଠାନ ଆବେଦନ କରିଛନ୍ତି । ସେହିପରି କମିଟିର ନିଷ୍ପତ୍ତି ଅନୁସାରେ ଦାନ ସୂତ୍ରରେ ବିଭିନ୍ନ ଧର୍ମାନୁଷ୍ଠାନ, ମନ୍ଦିର, ମଠ ଯେଉଁମାନେ ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର କରୁଛନ୍ତି ସେମାନଙ୍କୁ ନିଶୁଳ୍କରେ ରଥ ଦିଆଯିବ । ଦାରୁ ସ୍ଥଳ ଓ ଲୀଳା କ୍ଷେତ୍ରକୁ ମଧ୍ୟ ଦାନ ସୂତ୍ରରେ ଦିଆଯିବା ପାଇଁ ନିଷ୍ପତ୍ତି ହୋଇଛି ।
ତେବେ ଶ୍ରୀଗୁଣ୍ଡିଚା ମନ୍ଦିରରେ ଖତ ଖାଉଥିବା ମହାପ୍ରଭୁଙ୍କ ତିନି ରଥର ଏକାଧିକ ଚକକୁ ମରାମତି କରାଯାଇ ବିକ୍ରି ପ୍ରକ୍ରିୟା ଆରମ୍ଭ ହୋଇଛି । ରଥଚକ ଦେବାପାଇଁ ୪ଟି ବର୍ଗ କରାଯାଇଛି । ଦ୍ବିତୀୟ ବର୍ଗରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅଧିନରେ ଥିବା ସରକାରୀ କାର୍ଯ୍ୟାଳୟ ରହିଛି । ତୃତୀୟ ବର୍ଗରେ କର୍ପୋରେଟର ହାଉସ ଓ ଚତୁର୍ଥ ବର୍ଗରେ ସାଧାରଣ ବ୍ୟକ୍ତି ବିଶେଷଙ୍କୁ ଦିଆଯିବାର ବ୍ୟବସ୍ଥା ରହିଛି ।
ଶ୍ରୀମନ୍ଦିର ପ୍ରଶାସନର ଏସଓପି ଅନୁସାରେ ଧାର୍ମିକ ଅନୁଷ୍ଠାନ ସହ ସରକାରୀ କାର୍ଯ୍ୟାଳୟକୁ ରଥ ଚକ ଦାନ ସୂତ୍ରରେ ଦିଆଯାଇଥାଏ । ରଥ ଚକ ଦେବା ପାଇଁ ୪ଟି ବର୍ଗ କରାଯାଇଛି । ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର କରୁଥିବା ମନ୍ଦିର, ମଠ, ଧାର୍ମିକ ଅନୁଷ୍ଠାନକୁ ପ୍ରାଥମିକତା ଭିତିରେ ଚକ ଦାନ କରାଯାଇଥାଏ । ଦ୍ୱିତୀୟ ବର୍ଗରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସରକାରୀ କାର୍ଯ୍ୟାଳୟ, ତୃତୀୟ ବର୍ଗରେ କର୍ପୋରେଟର ହାଉସ ଓ ଚତୁର୍ଥ ବର୍ଗରେ ସାଧାରଣ ବ୍ୟକ୍ତି ବିଶେଷଙ୍କୁ ଦିଆଯିବାର ବ୍ୟବସ୍ଥା ରହିଛି ।
୨୦୧୭ ମସିହା ପରେ ଶ୍ରୀମନ୍ଦିର ପ୍ରଶାସନ ନିକଟରେ ୧୪୦ଟି ରଥ ଚକ ବିକ୍ରି ନ ହୋଇ ନଷ୍ଟ ହେଉଥିଲା । ଆଉ ଏବେ ରଥ ଚକ ବିକ୍ରି ପ୍ରକ୍ରିୟା ଆରମ୍ଭ ହୋଇଥିବାରୁ ଜଗନ୍ନାଥ ପ୍ରେମୀଙ୍କ ମଧ୍ୟରେ ଖୁସି ଦେଖିବାକୁ ମିଳିଛି ।
-
ବ୍ରିଟେନକୁ ସିଧାସଳଖ ଚେତାବନୀ ଦେଲା ଇରାନ, କହିଲା ଆମେରିକାକୁ ସାହାଯ୍ୟ କରିବା ପଡ଼ିବ ମହଙ୍ଗା -
ମାର୍ଚ୍ଚ ଶେଷ ସପ୍ତାହରେ ପ୍ରଳୟ କରିବ କାଳବୈଶାଖୀ -
ଘରୋଇ ବସ୍ରେ ଅଗ୍ନିକାଣ୍ଡ, ବିଧାୟକ ମଙ୍ଗୁ ଖିଲଙ୍କ ସମେତ ସମସ୍ତ ଯାତ୍ରୀ ସୁରକ୍ଷିତ ଉଦ୍ଧାର -
ନାଟୋ'କୁ ଭୀରୁ କହି ବର୍ଷିଲେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ୍ -
ଓଡ଼ିଆ ଖାଦ୍ୟ ପଖାଳକୁ ମିଳିଲା ଅନ୍ତର୍ଜାତୀୟ ପରିଚୟ -
Zomatoରୁ ଖାଇବା ଅର୍ଡର କରିବା ହେଲା ମହଙ୍ଗା, ବଢ଼ିଲା ପ୍ଲାଟଫର୍ମ ଫିସ୍ -
ଆଜି ପବିତ୍ର ଇଦ୍-ଉଲ୍-ଫିତର୍, ଆଲିଙ୍ଗନ କରି ଜଣାଉଛନ୍ତି ଶୁଭେଚ୍ଛା





Click it and Unblock the Notifications