ତୁଳସୀ କ୍ଷେତ୍ରରେ ଆରାଧ୍ୟ ଦେବତା ବଳଦେବଜୀଉଙ୍କୁ ରାକ୍ଷୀ ବାନ୍ଧିଲେ ଭଉଣୀ ସୁଭଦ୍ରା

ରାକ୍ଷୀ ବାନ୍ଧିଲେ କାଳିଆ ଆଉ ବଳିଆ । ତୁଳସୀ କ୍ଷେତ୍ରର ଆରାଧ୍ୟ ଦେବତାଙ୍କୁ ରାକ୍ଷୀ ବାନ୍ଧିଲେ ଭଉଣୀ ସୁଭଦ୍ରା । ପବିତ୍ର ରାକ୍ଷୀ ବନ୍ଧନରେ ଚଳଚଞ୍ଚଳ ହୋଇ ଉଠିଛି ତୁଳସୀ କ୍ଷେତ୍ର । ମନ୍ଦିର ପରିସରରେ ପ୍ରବଳ ଭକ୍ତଙ୍କ ଭିଡ ଲାଗି ରହିଛି । ବହୁ ଦୂରରୁ ଲୋକେ ଆଜି ସକାଳୁ ଆସିଛନ୍ତି ।

ବଳଦେବଜୀଉଙ୍କ ଜନ୍ମ ଉତ୍ସବ ପାଳନ ପାଇଁ ଏବେ ଚଳଚଞ୍ଚଳ । ସବୁଠି ଭକ୍ତିମୟ ପରିବେଶ । ଲୋକଙ୍କ ଭିଡ ବି ଲାଗି ରହିଛି । ଆଉ ଏଥିପାଇଁ ଜିଲ୍ଲା ପ୍ରଶାସନ ବି ବ୍ୟାପକ ବ୍ୟବସ୍ଥା କରିଛି ।

ଭକ୍ତଙ୍କ ପାଇଁ ବି ସ୍ଵତନ୍ତ୍ର ଦିବସ ହୋଇଛି । ପ୍ରଭୁ ବଡଠାକୁର ଅର୍ଥାତ୍ ବଳଦେବଜୀଉଙ୍କ ଜନ୍ମଦିନ ଥିବାରୁ ବହୁ ଦୁରରୁ ଭକ୍ତ ଆସିଛନ୍ତି । ଏହା ସହ ମନ୍ଦିରର ଅନେକ ନୀତିକାନ୍ତି ବି ସମାପ୍ତ ହୋଇଛି ।

ଭାଇ ହାତରେ ଭଉଣୀ ବାନ୍ଧିଛି ସ୍ନେହ, ବିଶ୍ୱାସ ଓ ଭଲପାଇବାର ରାକ୍ଷୀ । ଆଉ ସମସ୍ତେ ଏହି ଅପୂର୍ବ ଦୃଶ୍ୟକୁ ଦେଖି ଆତ୍ମ ବିଭୋର ହୋଇଛନ୍ତି ।

ସେପଟେ ଶ୍ରୀମନ୍ଦିରରେ ଆସନ୍ତାକାଲି ପାଳିତ ହେବ ରକ୍ଷାବନ୍ଧନ ଉତ୍ସବ ଓ ବଳଭଦ୍ର ଜନ୍ମ । ଏଥିପାଇଁ ସବୁ ପ୍ରସ୍ତୁତି ସରିଛି । ବଳଭଦ୍ର ଓ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ହାତକୁ ହେଲା ଭଳି ରାକ୍ଷୀ ଆନୁମାନିକ ଭାବେ ପ୍ରସ୍ତୁତ କରାଯାଏ । ତେବେ ଏହାର କୌଣସି ନିର୍ଦ୍ଧିଷ୍ଟ ମାପ ନଥାଏ । ଏଥିପାଇଁ ବହୁ ଦିନରୁ ରାକ୍ଷୀ ତିଆରି ଚାଲିଥାଏ ।

baladevjew

ଶ୍ରୀମନ୍ଦିରରେ ବର୍ଷ ତମାମ ପାଳିତ ପର୍ବ ମଧ୍ୟରୁ ରକ୍ଷା ବନ୍ଧନର ବିଶେଷ ମହତ୍ବ ରହିଛି । ଗହ୍ମାପୂର୍ଣ୍ଣମୀ ଓ ବଳଭଦ୍ର ଜନ୍ମୋତ୍ସବ ପାଇଁ ଏହି ଦିନ ଶ୍ରୀମନ୍ଦିରରେ ସ୍ବତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହୋଇଥାଏ ।

ନବଗ୍ରହ ଓ ପାର୍ଶ୍ବ ଦେବଙ୍କ ପାଇଁ ବି ଏହି ଅବସରରେ ୨୦ରୁ ଅଧିକ ଛୋଟ ରାଖୀ ପ୍ରସ୍ତୁତ କରାଯାଇଥାଏ । ଗହ୍ମା ପୂର୍ଣ୍ଣିମାରେ ମହାପ୍ରଭୁଙ୍କ ସହ ପାର୍ଶ୍ବ ଦେବଙ୍କଠାରେ ବି ଏହା ଲାଗି କରାଯାଏ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+