ତାଳଧ୍ୱଜ ରଥରେ ବିଜେ ହେଲେ ଶ୍ରୀବଳଭଦ୍ର
Jagannath Rath Yatra 2024: ତାଳଧ୍ୱଜ ରଥରେ ବିଜେ ହେଲେ ଶ୍ରୀବଳଭଦ୍ର । ଧାଡ଼ି ପହଣ୍ତିରେ ଆସି ରଥରେ ବିଜେ ହେଲେ ବଡ଼ ଠାକୁର । ନିର୍ଦ୍ଧାରିତ ସମୟ ପ୍ରାୟ ୨ ଘଣ୍ଟା ପୂର୍ବରୁ ହେଲା ପହଣ୍ତି ଆରମ୍ଭ ହୋଇଛି । ପୂର୍ବରୁ ଦିନ ୧ଟାରେ ପହଣ୍ତି ଆରମ୍ଭ ହେବ ବୋଲି ସୂଚନା ରହିଥିଲା ।

ସେପଟେ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ପହଣ୍ତି ଆରମ୍ଭ ହେଲାଣି । ଝୁଲିଝୁଲି ଆସୁଛନ୍ତି କାଳିଆ ଠାକୁର । ଧାଡି ପହଣ୍ତିରେ ରଥକୁ ଆସୁଛନ୍ତି ମହାବାହୁ । ଦୁଇ ଭାଇଙ୍କ ମଝିରେ ମା' ସୁଭଦ୍ରଙ୍କୁ ସୁରକ୍ଷା କବଜ ଭିତରେ ପହଣ୍ଡି କରି ନିଆଯାଉଛି ।
ସୂଚନାଥାଉ ଯେ, ରଥଯାତ୍ରା ପାଇଁ ୧୮୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଥିବାବେଳେ ଭିଡ଼ ନିୟନ୍ତ୍ରଣ ପାଇଁ ବଡ଼ଦାଣ୍ଡକୁ ୬ଟି ଜୋନରେ ବିଭକ୍ତ କରାଯାଇଛି। ତାସହ ଅତ୍ୟାଧୁନିକ ଜ୍ଞାନ କୌଶଳ, ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସର ସହାୟତା ନିଆଯାଇଛି ।
୩ ଠାକୁରଙ୍କ ୩ କର୍ଡନ ଦାୟିତ୍ବରେ ରହିବେ ୩ କମ୍ପାନୀ ରାପିଡ଼ ଆକ୍ସନ ଫୋର୍ସ, ୨ କମ୍ପାନୀ ସିଆରପିଏଫ ଓ ୮ କଂପାନୀ ଏସଓଜି । ସେହିପରି ଗତ ରାତିରୁ ଲାଗୁ ହୋଇଛି ଟ୍ରାଫିକ୍ କଟକଣା । ପ୍ରଥମ ଥର ପାଇଁ ରଥଯାତ୍ରାକୁ ଆସୁଥିବା ଯାନବାହନର ଗଣତି ହେବ । AI ସହାୟତାରେ ପୁରୀ-ବ୍ରହ୍ମଗିରି, ପୁରୀ-ଭୁବନେଶ୍ୱର ଏବଂ ପୁରୀ-କୋଣାର୍କ ରାସ୍ତାରେ ସ୍ୱତନ୍ତ୍ର ଟ୍ରାଫିକ ପରିଚାଳନା ହେବ । ବ୍ଲାକସ୍ପଟରେ ଡ୍ରୋନର ନିଆଯିବ ସହାୟତା । ବସ୍ ଓ ୨ ଚକିଆ ଯାନଗୁଡିକ ପାଇଁ ମୋଟ୍ ୨୧ଟି ସ୍ଥାନରେ ସ୍ୱତନ୍ତ୍ର ପାର୍କିଂ ବ୍ୟବସ୍ଥା ରହିଛି ।












Click it and Unblock the Notifications