ଠାକୁରଙ୍କୁ ବି ଛାଡିଲେନି ଦୁର୍ବୁତ୍ତ; କଟକ ଦରଖାପାଟଣା ଦୁର୍ଗା ମନ୍ଦିରରୁ ଚୋରି
ଠାକୁରଙ୍କୁ ବି ଛାଡିଲେନି ଦୁର୍ବୁତ୍ତ । କଟକ ଦରଖାପାଟଣା ଦୁର୍ଗା ମନ୍ଦିରରୁ ଚୋରି ହୋଇଛି । ଗତକାଲି ରାତିରେ ଏହି ଘଟଣା ଘଟିଛି । ବହୁ ମୂଲ୍ୟବାନ ସୁନା ଓ ରୁପା ଅଳଙ୍କାର ଚୋରି କରି ଦୁର୍ବୃତ୍ତ ନେଇଛନ୍ତି । ଏଭଳି ଲଜ୍ଜାଜନକ ଘଟଣା କଟକ ଦରଖାପଟଣାରେ ସାମ୍ନାକୁ ଆସିଛି ।
ମାଆଙ୍କ ଚାନ୍ଦି ମୁକୁଟ, ସୁନା ଅଳଙ୍କାର, ମଙ୍ଗଳସୂତ୍ର, ସୁନା ଚକ୍ଷୁ ଓ ସୁନା ମୁକୁଟ ସହ ହୁଣ୍ଡିରେ ପଡ଼ିଥିବା ଦାନ ଟଙ୍କା ଚୋରି ହୋଇଥିବା ଅଭିଯୋଗ ହୋଇଛି । ଗତକାଲି ବିଳମ୍ୱିତ ରାତିରେ ଦୁର୍ଗା ମନ୍ଦିରରୁ ମାଆଙ୍କର ବହୁ ମୁଲ୍ୟବାନ ସୁନା ରୁପା ଅଳଙ୍କାର ଚୋରି କରିନେଇଛନ୍ତି ଦୁର୍ବୃତ୍ତ । ଅଭିଯୋଗ ପରେ ତଦନ୍ତ ଆରମ୍ଭ କରିଛି ପୋଲିସ । ଗତକାଲି ବିଳମ୍ୱିତ ରାତିରେ ଦୁର୍ଗା ମନ୍ଦିରରୁ ମାଆଙ୍କର ବହୁ ମୁଲ୍ୟବାନ ସୁନା ରୁପା ଅଳଙ୍କାର ଚୋରି କରିନେଇଛନ୍ତି ଦୁର୍ବୃତ୍ତ ।

ସିସିଟିଭିରେ କଏଦ ହୋଇଥିବା ଦୃଶ୍ୟରେ ଦୁଇ ଜଣ ସନ୍ଦିଗ୍ଧ ରାତିଅଧରେ ମନ୍ଦିର ଆଡ଼କୁ ଯାଉଥିବା ଦେଖିବାକୁ ମିଳିଛି । ସେହିମାନେ ଚୋରି କରିଥାଇପାରନ୍ତି ବୋଲି ସନ୍ଦେହ କରାଯାଉଛି।
ସୂଚନା ଅନୁସାରେ, ଆଜି ସକାଳୁ ଯେତବେଳେ ମନ୍ଦିରର ପୂଜକ ଦ୍ବାର ଫିଟାଇ ଥିଲେ, ମାଆଙ୍କ ମା'ଙ୍କ ଚାନ୍ଦି ମୁକୁଟ ସହ ସୁନା ଅଳଙ୍କାର, ମଙ୍ଗଳସୂତ୍ର, ସୁନା ଆଖି, ସୁନା ମୁକୁଟ ସହ ହୁଣ୍ଡି ଦାନବାକ୍ସରେ ଥିବା ଟଙ୍କା ଚୋରି ହୋଇଥିବା ପୂଜକ ଦେଖିଥିଲେ । ଏନେଇ ସେ ତୁରନ୍ତ ପୋଲିସକୁ ମଧୁପାଟଣା ଥାନାରେ ଅଭିଯୋଗ କରିଥିଲେ । ମଧୁପାଟଣା ଥାନା ପୁଲିସ ଘଟଣାର ତଦନ୍ତ କରୁଛି ।












Click it and Unblock the Notifications