ଘରେ ପଶି ମୁଢ଼ି ଖାଇଲେ, ଲୁଟି ନେଲେ ସୁନା ଗହଣା ଓ ନଗଦ ଟଙ୍କା
ଘରେ ପଶିଲେ । ମୁଢ଼ି ଖାଇଲେ । ଲୁଟି ନେଲେ ସୁନା ଗହଣା ଓ ନଗଦ ଟଙ୍କା । କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ଥାନା ଭଗବାନପୁର ପଞ୍ଚାୟତ ଗଜିପୁରରେ ଗତକାଲି ବିଳମ୍ବିତ ରାତିରେ ଏହିପରି ଘଟଣା ଘଟିଛି ।
କେନ୍ଦ୍ରାପଡ଼ା: ଘରେ ପଶିଲେ । ମୁଢ଼ି ଖାଇଲେ । ଲୁଟି ନେଲେ ସୁନା ଗହଣା ଓ ନଗଦ ଟଙ୍କା । କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ଥାନା ଭଗବାନପୁର ପଞ୍ଚାୟତ ଗଜିପୁରରେ ଗତକାଲି ବିଳମ୍ବିତ ରାତିରେ ଏହିପରି ଘଟଣା ଘଟିଛି । ଘରେ କେହି ନଥିବା ବେଳେ ଗେଟର ତାଲା ଭାଙ୍ଗି ଚୋର ଘରେ ପ୍ରବେଶ କରି କଳାକନା ବୁଲାଇ ଦେଇଛି । ଚୋରଙ୍କ ଏହି କାରନାମାର ପୁରା ଦୃଶ୍ୟ କଏଦ ହୋଇଛି ସିସିଟିଭିରେ କ୍ୟାମେରାରେ ।

ଗଜିପୁରର ଅବସରପ୍ରାପ୍ତ ଶିକ୍ଷକ ପ୍ରତାପ ଚନ୍ଦ୍ର ଜେନା ଘରେ ତାଲା ପକାଇ ଭୁବନେଶ୍ୱର ଯାଇଥିବା ବେଳେ ବିଳମ୍ବିତ ରାତିରେ ପାଞ୍ଚ-ଛଅ ଜଣ ଚୋର ତାଲା ଭାଙ୍ଗି ଓ ଆଲମିରା ତାଡ଼ି ଟଙ୍କା ଏବଂ ସୁନା ନେଇଯାଇଛନ୍ତି । ଘରେ ଥିବା ଚୁଡ଼ାଭଜା, ମିକ୍ସଚର ଓ ମୁଢ଼ି ଖାଇଥିଲେ ଚୋର । ପରେ ଘରୁ ୧୦ ଗ୍ରାମ ଓଜନର ସୁନା ଗହଣା, ନଗଦ ୭ ହଜାର ଟଙ୍କା ଚୋରି କରି ନେଇଥିଲେ । ତେବେ ଥାନାରେ ଅଭିଯୋଗ ହେବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ସେହିପରି ପାଖ ଧାନମଣ୍ଡଳ ଗାଁର ଲକ୍ଷ୍ମୀଧର ସ୍ୱାଇଁଙ୍କ ଘରୁ ମଧ୍ୟ ଚୋରି ହୋଇଛି । ଏହାର ଭିଜୁଆଲ ମଧ୍ୟ ସିସିଟିଭିରେ କଏଦ ହୋଇଥିଲା । ତା' ମଧ୍ୟରୁ ଗୋଟିଏ ସିସିଟିଭିକୁ ଚୋରମାନେ ଭାଙ୍ଗି ଦେଇଛନ୍ତି । ଏନେଇ ପାଟକୁରା ଥାନାରେ ଏତଲା ଦିଆଯାଇଛି ।
-
ସୁଭଦ୍ରା ଯୋଜନା ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ଚତୁର୍ଥ କିସ୍ତି ଟଙ୍କା, ପଠାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ -
ଯୁଦ୍ଧ ଭିତରେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ କଥା ହେଲେ ଟ୍ରମ୍ପ, କହିଲେ ଆଲୋଚନା... -
T20 ବିଶ୍ୱକପ: କେତେ ମିଳିଲା ପୁରସ୍କାର ରାଶି ? -
ସୋମବାର ଶ୍ରୀମନ୍ଦିରରେ ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ -
ମଧ୍ୟପ୍ରାଚ୍ୟରେ ମହା ଭୟଙ୍କର ଯୁଦ୍ଧ, ଇସ୍ରାଏଲର ମିସାଇଲ ମାଡ଼ରେ ଆମେରିକାର ୩୦ କୋଟି ଡଲାର ମୂଲ୍ୟର ଥଡ୍ ରେଡାର ସିଷ୍ଟମ ଧ୍ବଂସ -
ବର୍ଷିଲେ ରାଷ୍ଟ୍ରପତି, ଅସନ୍ତୋଷ ପରେ ମମତା ବାନାର୍ଜୀ ଦେଲେ ପ୍ରତିକ୍ରିୟା -
ବଦଳିଲା ବୁକିଂ ନିୟମ, ଏଣିକି ୨୧ ଦିନ ନ ହେଲେ ମିଳିବନି ନୂଆ ସିଲିଣ୍ଡର -
ଦକ୍ଷିଣ ଲେବାନନ୍ ଉପରେ ପୁନର୍ବାର ଆକ୍ରମଣ କଲା ଇସ୍ରାଏଲ, ଏପର୍ଯ୍ୟନ୍ତ ଯୁଦ୍ଧରେ ୧,୨୩୦ ଲୋକଙ୍କର ମୃତ୍ୟୁ -
ଟି୨୦ ବିଶ୍ୱକପରେ ଇତିହାସ ରଚିଲା ଭାରତ , ଗମ୍ଭୀରଙ୍କ ପାଇଁ ଇନଷ୍ଟା ପୋଷ୍ଟ୍ କଲେ ଧୋନୀ -
ଘରୋଇ ମାଟିରେ ଭାରତର ବଡ଼ ବିଜୟ, ଖୁସିରେ ଝୁମିଲେ ବିରାଟ -
ଭେନେଜୁଏଲାରୁ ୧୦୦ ନିୟୁତ ଡଲାର ମୂଲ୍ୟର ସୁନା ପାଇଛି ଆମେରିକାର ; ଗୃହ ସଚିବ -
ସାବଧାନ! ହାଡ଼କୁ ଦୁର୍ବଳ କରୁଛି ଏହି ସବୁ ଜିନିଷ












Click it and Unblock the Notifications