ରେଲୱେ ଚାକିରି ଖୋଜୁଛନ୍ତି କି ? ତୁରନ୍ତ କରନ୍ତୁ ଆବେଦନ
ରେଲୱେ ଚାକିରି ଖୋଜୁଛନ୍ତି କି ? ଆପଣଙ୍କ ପାଇଁ ବଢିଆ ସୁଯୋଗ । ଆରଆରବି ଅଧିନରେ ୬,୧୮୦ ଟେକ୍ନିସିଆନ୍ ପଦବୀ ଖାଲିପଡିଛି । ଏଥିପାଇଁ ଇଚ୍ଛୁକ ପ୍ରାର୍ଥୀ ତୁରନ୍ତ ଆବେଦନ କରିପାରିବେ ।
ପଦବୀ ବିବରଣୀ : ୬୧୮୦
ଟେକ୍ନିସିଆନ ଗ୍ରେଡ ୧-୧୮୦
ଟେକ୍ନିସିଆନ୍ ଗ୍ରେଡ ୨ -୬,୦୦୦
ଜରୁରୀ ତାରିଖ : ଜୁନ୍ ୨୮ରୁ ଜୁଲାଇ ୨୮ ରହିଛି ଆବେଦନ କରିବାର ଶେଷ ତାରିଖ ।
ଶିକ୍ଷାଗତ ଯୋଗ୍ୟତା : ଇଚ୍ଛୁକ ପ୍ରାର୍ଥୀ ବିଏସସି ଡିଗ୍ରୀ ସହିତ ଫିଜିକ୍ସ, ଇଲେକ୍ଟ୍ରୋନିକ୍ସ, କମ୍ପ୍ୟୁଟର ସାଇନ୍ସ, ଆଇଟି, ଇଷ୍ଟ୍ରୁମେଣ୍ଟେସନ ଏବଂ ଡିପ୍ଲୋମା/ଡିଗ୍ରୀ କରିଥିବା ଜରୁରୀ । ସେହିପରି ଗ୍ରେଡ ୩ ପାଇଁ ପ୍ରାର୍ଥୀ ୧୦ମ ପାସ୍ ସହିତ ଆଇଟିଆଇ କରିଥିବା ଜରୁରୀ ।

ବୟସ ସୀମା : ଦୁଇଟି ଯାକ ଗ୍ରେଡ ପାଇଁ ଇଚ୍ଛୁକ ପ୍ରାର୍ଥୀଙ୍କ ବୟସ ୧୮ ରୁ ୩୩ ବର୍ଷ ହୋଇଥିବା ଜରୁରୀ । ସଂରକ୍ଷିତ ଶ୍ରେଣୀ ପ୍ରାର୍ଥୀଙ୍କୁ ବୟସ ସୀମାରେ ଛାଡ ମିଳିବ ।
ଚୟନ ପ୍ରକ୍ରିୟା : ଇଚ୍ଛୁକ ପ୍ରାର୍ଥୀଙ୍କ ଚୟନ କମ୍ପ୍ୟୁଟର ଆଧାରିତ ପରୀକ୍ଷା ଜରିଆରେ ହେବ ।
ଆବେଦନ ଶୁଳ୍କ : ପୂର୍ବତନ ସୈନିକ, ପିଡବ୍ଲୁଡି, ମହିଳା, ଟ୍ରାନ୍ସଜେଣ୍ଡର, EWS ପ୍ରାର୍ଥୀ ୨୫୦ ଟଙ୍କା ଦେବେ । ସେହିପରି ଅନ୍ୟମାନେ ୫୦୦ ଟଙ୍କା ଦେବାକୁ ହେବ ।
ଦରମା : ଚୟନିତ ପ୍ରାର୍ଥୀଙ୍କୁ ମାସିକ ୧୯,୯୦୦ରୁ ଆରମ୍ଭ କରି ୨୯,୨୦୦ ଟଙ୍କା ମିଳିବ ।












Click it and Unblock the Notifications