Get Updates
Get notified of breaking news, exclusive insights, and must-see stories!

ଆଉ ତଳିଆ ଅଞ୍ଚଳକୁ ମାଡି ଆସିବନି ଜୁଆର ! ରାଜ୍ୟ ସରକାର ପ୍ରସ୍ତୁତ କଲେ ଦୀର୍ଘ ମିଆଦି ଯୋଜନା

ନ୍ୟା ଓ ବାତ୍ୟା ସହ ମୁକାବିଲା କରି ସାରା ଦେଶରେ ମଡେଲ୍ ପାଲଟିଥିବା ରାଜ୍ୟ ସରକାର ଏବେ ଏହାର ସମାଧାନ ପାଇଁ ଦୀର୍ଘ ମିଆଦି ଯୋଜନା ପ୍ରସ୍ତୁତ କରିଛନ୍ତି

ଭୁବନେଶ୍ୱର : ବାତ୍ୟା ୟଶ ପ୍ରଭାବରେ ଏବେ ବି ରାଜ୍ୟର ଅନେକ ଗାଁ ଜଳମଗ୍ନ ହୋଇ ରହିଛି । ଅଧିକାଂଶ ଗାଁ ଏବେ ଜଳଘେରାରେ ରହିଥିବାରୁ ଲୋକେ ଆଶ୍ରୟସ୍ଥଳୀରେ ଅଛନ୍ତି । ଉପକୂଳ ଅଞ୍ଚଳରେ ପ୍ରତିବର୍ଷ ପ୍ରାକୃତିକ ବିପର୍ଯ୍ୟୟ ଆସୁଥିବାରୁ ଏହାର ସ୍ଥାୟୀ ସମାଧାନ ପାଇଁ ରାଜ୍ୟ ସରକାର ଆରମ୍ଭ କରିଛନ୍ତି ପ୍ରସ୍ତୁତି । ବନ୍ୟା ଓ ବାତ୍ୟା ସହ ମୁକାବିଲା କରି ସାରା ଦେଶରେ ମଡେଲ୍ ପାଲଟିଥିବା ରାଜ୍ୟ ସରକାର ଏବେ ଏହାର ସମାଧାନ ପାଇଁ ଦୀର୍ଘ ମିଆଦି ଯୋଜନା ପ୍ରସ୍ତୁତ କରିଛନ୍ତି । ଜଳ ସମ୍ପଦ ବିଭାଗର ପ୍ରତ୍ୟେକ୍ଷ ତତ୍ୱାବଧାନରେ ପ୍ରସ୍ତୁତ ହେଉଛି ଡିପିଆର । ଅର୍ଥାତ ସମୁଦ୍ର କୂଳରେ ନିର୍ମାଣ ହେବ ପଥର ବନ୍ଧ । ଏଥିପାଇଁ ପ୍ରାରମ୍ଭିକ ଭାବରେ ବ୍ୟୟ ବରାଦ ରହିଛି 1944 କୋଟି ଟଙ୍କା । ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଜ୍ୟୋତିର୍ମୟ ରଥ ସୂଚନା ଏହି ଯୋଜନା ବାବାଦରେ ସୂଚନା ଦେଇଛନ୍ତି ।

ୟାସ
ଏଠାରେ ସୂଚନାଥାଉକି, କେନ୍ଦ୍ରାପଡା, ଜଗତସିଂହପୁର, ପୁରୀ ଓ ଗଞ୍ଜାମରେ ବିଶ୍ଵବ୍ୟାଙ୍କ ସହାୟତାରେ 2012-16 ମଧ୍ୟରେ 52 କିଲୋମିଟର ସମୁଦ୍ର ତଟବର୍ତ୍ତୀ ଅଞ୍ଚଳକୁ ସୁଦୃଢ଼ୀକରଣ କରାଯାଇଥିଲା । ଏଥିପାଇଁ ଖର୍ଚ୍ଚ ହୋଇଥିଲା 153 କୋଟି ଟଙ୍କା । ସମୁଦ୍ରକୂଳ ଅଞ୍ଚଳକୁ ପଥର ଓ ତାର ଜାଲି ଦିଆଯାଇଥିଲା । ଫଳରେ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ସମୁଦ୍ର ଜୁଆର ଉକ୍ତ ପଥର ବନ୍ଧ ଭାଙ୍ଗି ତଳିଆ ଅଞ୍ଚଳରେ ପ୍ରବେଶ କରିବାକୁ କାଠିକର ପାଠ ହୋଇଥିଲା । ଏହି ଭିତରେ ଓଡିଶା ବାତ୍ୟାର ସମ୍ମୁଖିନ ହୋଇଥିଲେ ବି ଏହି ପଥରବନ୍ଧ ଏବେ ସୁରକ୍ଷିତ ରହିଛି । ଏହାକୁ ଆହୁରି ସୁଦରପ୍ରସାରି କରିବେ ରାଜ୍ୟ ସରକାର । ପ୍ରଥମ ପର୍ଯ୍ୟାୟରେ 380 କିମି ସମୁଦ୍ର ତଟବର୍ତ୍ତୀ ଅଞ୍ଚଳରେ ପଥର ବନ୍ଧ ବନ୍ଧାଯିବ । ତା ଉପରେ ଜାଲ ପକାଯାଇ ପବନ ରୋକିବାକୁ ଗଛ ଲଗାଯିବ ବୋଲି କହିଛନ୍ତି ଶ୍ରୀ ରଥ । ସମୁଦ୍ରତଟବର୍ତ୍ତି 1680 କିମି ଲୁଣା ବନ୍ଧକୁ ଆଗାମୀ ଦିନରେ ସୁଦୃଢ କରାଯିବା ସହ 6ରୁ 7 ହଜାର ହଜାର କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଜ୍ୟୋତିର୍ମୟ କହିଛନ୍ତି ।
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+