ମାସ୍କ ଏବଂ ପିପିଇ କିଟ୍ ଦୁର୍ନୀତି ମାମଲାରେ ରାଜ୍ୟ ସରକାରଙ୍କୁ କ୍ଲିନଚିଟ୍
ବହୁଚର୍ଚ୍ଚିତ ମାସ୍କ ଓ ପିପିଇ କିଟ୍ ଦୁର୍ନୀତି ମାମଲାରେ ଲୋକାୟୁକ୍ତ ରାଜ୍ୟ ସରକାରଙ୍କୁ କ୍ଲିନଚିଟ୍ ଦେଇଛନ୍ତି। ଆଜି ଏ ନେଇ ଲୋକୟୁକ୍ତଙ୍କ ନିକଟରେ ଶୁଣାଣି ହୋଇଥିଲା।
ଭୁବନେଶ୍ୱର: ବହୁଚର୍ଚ୍ଚିତ ମାସ୍କ ଓ ପିପିଇ କିଟ୍ ଦୁର୍ନୀତି ମାମଲାରେ ଲୋକାୟୁକ୍ତ ରାଜ୍ୟ ସରକାରଙ୍କୁ କ୍ଲିନଚିଟ୍ ଦେଇଛନ୍ତି। ଆଜି ଏ ନେଇ ଲୋକୟୁକ୍ତଙ୍କ ନିକଟରେ ଶୁଣାଣି ହୋଇଥିଲା।

ଏହି ମାମଲାରେ ମାର୍ଚ୍ଚ ୧୬ରେ ପ୍ରାଥମିକ ରିପୋର୍ଟ ଦାଖଲ କରିଥିଲା ଭିଜିଲାନ୍ସ। ଲୋକାୟୁକ୍ତଙ୍କ ଏକ ତିନି ଜଣିଆ ବେଞ୍ଚ ରାଜ୍ୟ ଭିଜିଲାନ୍ସ ଦ୍ୱାରା କରାଯାଇଥିବା ପ୍ରାଥମିକ ଅନୁସନ୍ଧାନ ଆଧାରରେ ମାସ୍କ ଏବଂ ପିପିଇ କିଟ୍ କିଣା ପ୍ରସଙ୍ଗରେ ଅନିୟମିତତା ହୋଇ ନାହିଁ ବୋଲି କହିଛନ୍ତି ।
ତେବେ ରିପୋର୍ଟକୁ ଆଧାର କରି ଲୋକାୟୁକ୍ତ ରାୟ ଶୁଣାଇଛନ୍ତି। ଏଥିରେ କୌଣସି ତ୍ରୁଟିବିଚ୍ୟୁତି ହୋଇନାହିଁ ବୋଲି କହିଛନ୍ତି ଲୋକାୟୁକ୍ତ। ତେବେ ଏହି ରାୟ ଏକପାଖିଆ ଓ ଏହା ବିରୋଧରେ ସେମାନେ ହାଇକୋର୍ଟ ଯିବେ ବୋଲି ପିଟିସନର ସୁଦର୍ଶନ ଦାସ ଓ ସୁଶାନ୍ତ ପାଢ଼ୀ କହିଛନ୍ତି।












Click it and Unblock the Notifications