ଲୋକସଭା ନିର୍ବାଚନ: ଓଡିଶାରୁ ୨୦ ସାଂସଦ ମଧ୍ୟରୁ କେତେ ଜଣଙ୍କୁ ମିଳିବ ମନ୍ତ୍ରୀ ପଦ ?
ମୋଦୀଙ୍କ ମନ୍ତ୍ରିମଣ୍ଡଳରେ ଓଡିଶାରୁ କିଏ କିଏ ? ପ୍ରଥମ ଥର ପାଇଁ ଓଡିଶାରୁ ୨୦ ସାଂସଦ ଲୋକସଭାକୁ ନିର୍ବାଚିତ ହୋଇଛନ୍ତି । ତେଣୁ କିଏ କିଏ କେନ୍ଦ୍ରମନ୍ତ୍ରୀ ହେବେ ତାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।
ପୂର୍ବରୁ ୨୦୧୪ରେ ଜୁଏଲ ଓରାମ ଏବଂ ଧର୍ମେନ୍ଦ୍ର ପ୍ରଧାନ ହୋଇଥିଲେ ମନ୍ତ୍ରୀ, ୨୦୧୯ରେ ପ୍ରଥମ ପର୍ଯ୍ୟାୟରେ ଧର୍ମେନ୍ଦ୍ର ପ୍ରଧାନ, ପ୍ରତାପ ଷଡଙ୍ଗୀଙ୍କ ଓ ପରେ ଧର୍ମେନ୍ଦ୍ର ପ୍ରଧାନ ଓ ବିଶ୍ୱେଶର ଟୁଡୁ ହୋଇଥିଲେ । ୨୦୧୯ରେ ୮ ସାଂସଦରୁ ଯଦି ଦୁଇ ମନ୍ତ୍ରୀ ହୋଇଥିଲେ ଏବେ ୨୦ ସାଂସଦ ମଧ୍ୟରୁ କେତେ ହେବେ ମନ୍ତ୍ରୀ ତାକୁ ନେଇ ଚର୍ଚ୍ଚା ବଢିଛି ।

ସ୍ମୃତି ଇରାନୀଙ୍କ ଭଳି ହେବିୱେଟ୍ ଯେତେବେଳେ ପରାସ୍ତ ହୋଇଛନ୍ତି କିଏ ହେବେ କେନ୍ଦ୍ର ସରକାରରେ ମହିଳା ଚେହେରା ତାକୁ ନେଇ ଚର୍ଚ୍ଚା ଭିତରେ ଅପରାଜିତା ଷଡଙ୍ଗୀଙ୍କ ନାଁ ମଧ୍ୟ ଚର୍ଚ୍ଚା ହେଉଛି । ସେହିପରି ବୈଜୟନ୍ତ ପଣ୍ଡା, ଧର୍ମେନ୍ଦ୍ର ପ୍ରଧାନ, ସମ୍ବିତ ପାତ୍ର, ପ୍ରତାପ ଷଡଙ୍ଗୀଙ୍କ ଭଳି ସାଂସଦ ଓଡିଶାରୁ ନିର୍ବାଚିତ ହୋଇଛନ୍ତି ।
ଜାତୀୟ ଗଣମାଧ୍ୟମରେ କୁହାଯାଉଛି, ସହଯୋଗୀଙ୍କର ପ୍ରତି ୪ ସାଂସଦଙ୍କ ମଧ୍ୟରୁ ଜଣେ ମନ୍ତ୍ରୀ ହେବେ । ଏହି ଆଧାରରେ ଏକ ଫର୍ମୁଲା ତିଆରି ହେଉଥିବା ଚର୍ଚ୍ଚା ହେଉଛି । ଯଦି ଏହି ଫର୍ମୁଲା ରୁହେ ତାହେଲେ ଟିଡିପିରୁ ୪ ଏବଂ ଜେଡିୟୁରୁ ୩ ଜଣ, ଏକନାଥ ସିନ୍ଦେଙ୍କ ନେତୃତ୍ୱାଧୀନ ଶିବସେନା, ଏଲଜେପି (ଆର) ୨ଟି ଲେଖାଏଁ ମନ୍ତ୍ରୀ ପଦ ପାଇବେ ବୋଲି ଚର୍ଚ୍ଚା ହେଉଛି ।












Click it and Unblock the Notifications