କଟିଲା କେନ୍ଦ୍ରମନ୍ତ୍ରୀ ବିଶ୍ୱେଶର ଟୁଡୁଙ୍କ ସମେତ ୪ ଜଣ ସାଂସଦଙ୍କ ଟିକେଟ
କେନ୍ଦ୍ରମନ୍ତ୍ରୀ ବିଶ୍ୱେଶର ଟୁଡୁଙ୍କ ଟିକେଟ କଟିଛି । ବିଶ୍ୱେଶର ଟୁଡୁଙ୍କ ସମେତ ୪ ଜଣ ସାଂସଦଙ୍କ ଟିକେଟ କଟିଛି । ତେବେ ଟିକେଟ୍ କଟିଥିବା ନେତାଙ୍କ ତାଲିକାରେ ଅଛନ୍ତି ସୁରେଶ ପୂଜାରୀ । ବରଗଡ ଲୋକସଭା ଆସନରୁ ଗତଥର ଟିକେଟ୍ ପାଇଥିବା ସୁରେଶ ପୂଜାରୀଙ୍କ ସ୍ଥାନରେ ପ୍ରଦୀପ ପୁରୋହିତ ପ୍ରାର୍ଥୀ ହୋଇଛନ୍ତି ।
ସେହିପରି ସମ୍ବଲପୁର ଆସନରୁ ଗତଥର ପ୍ରାର୍ଥୀ ହୋଇ ସାଂସଦ ହୋଇଥିବା ନିତେଶ ଗଂଗଦେବଙ୍କ ସ୍ଥାନରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟିକେଟ୍ ଦିଆଯାଇଛି । କେନ୍ଦ୍ରମନ୍ତ୍ରୀ ବିଶ୍ୱେଶର ଟୁଡୁଙ୍କୁ ଟିକେଟ କଟିଛି । ତାଙ୍କ ସ୍ଥାନରେ ମୟୂରଭଞ୍ଜ ଲୋକସଭା ଆସନ ପାଇଁ ନବଚରଣ ମାଝୀଙ୍କୁ ପ୍ରାର୍ଥୀ କରାଯାଇଛି ।
ବିଜେପି ଟିକେଟର ନିର୍ବାଚନ ଲଢି ପରାସ୍ତ ହୋଇଥିବା ଭୃଗୁବକ୍ସି ପାତ୍ରଙ୍କୁ ଏଥର ଟିକେଟ୍ ଦେଇନି ଦଳ । ବ୍ରହ୍ମପୁର ଆସନ ପାଇଁ ପ୍ରଦୀପ ପାଣିଗ୍ରାହୀଙ୍କୁ ସାଂସଦ ପ୍ରାର୍ଥୀ କରି ଚମକାଇ ଦେଇଛି ବିଜେପି ।ସେହିପରି କଳାହାଣ୍ଡି ଲୋକସଭା ଆସନ ପାଇଁ ଏଥିର ସାଂସଦ ବସନ୍ତ ପଣ୍ଡାଙ୍କ ସ୍ଥାନରେ ମାଳବିକା କେଶରୀ ଦେଓଙ୍କୁ ପ୍ରାର୍ଥୀ କରିଛି ବିଜେପି ।

୨୧ଟି ଆସନ ମଧ୍ୟରୁ ୧୮ଟି ଆସନ ପାଇଁ ବିଜେପି ପ୍ରାର୍ଥୀ ଦେଇଛି ।
ବରଗଡ - ପ୍ରଦୀପ ପୁରୋହିତ
ସୁନ୍ଦରଗଡ- ଜୁଏଲ ଓରାମ
ସମ୍ବଲପୁର -ଧର୍ମେନ୍ଦ୍ର ପ୍ରଧାନ
କେଉଁଝର- ଅନନ୍ତ ନାୟକ
ମୟୁରଭଞ୍ଜ- ନବ ଚରଣ ମାଝୀ
ବାଲେଶ୍ୱର -ପ୍ରତାପ ଷଡଙ୍ଗୀ
ଭଦ୍ରକ- ଅଭିମନ୍ୟୁ ସେଠୀ
ଢେଙ୍କାନାଳ- ରୂଦ୍ରନାରାୟଣ ପାଣି
ବଲାଙ୍ଗୀର - ସଂଗୀତା ସିଂ ଦେଓ
କଳାହାଣ୍ଡି- ମାଳବିକା କିଶୋରୀ ଦେଓ
ନବରଙ୍ଗପୁର-ବଳଭଦ୍ର ମାଝୀ
କେନ୍ଦ୍ରାପଡ- ବୈଜୟନ୍ତ ପଣ୍ଡା
ଜଗତସିଂହପୁର- ବିଭୂପ୍ରସାଦ ତରାଇ
ପୁରୀ - ସମ୍ବିତ ପାତ୍ର
ଭୁବନେଶ୍ୱର- ଅପରାଜିତା ଷଡଙ୍ଗୀ
ଆସ୍କା- ଅନିତା ଶୁଭଦର୍ଶନୀ
ବ୍ରହ୍ମପୁର- ପ୍ରଦୀପ କୁମାର ପାଣିଗ୍ରାହୀ
କୋରାପୁଟ - କାଲେରାମ ମାଝୀ












Click it and Unblock the Notifications