ଲୋକସଭା ନିର୍ବାଚନ ୨୦୨୪: ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଅଫିସରେ ଜୟ ଶ୍ରୀରାମ- ଜୟ ଜଗନ୍ନାଥ ନାରାବାଜି, ମୁହାଁମୁହିଁ ବିଜେଡି-ବିଜେପି
ନାମାଙ୍କନ ବେଳେ ମୁହାଁମୁହିଁ ସ୍ଥିତି । ନାମାଙ୍କନ ବେଳେ ବିଜେଡି-ବିଜେପି କର୍ମୀଙ୍କ ମଧ୍ୟରେ ମୁହାଁମୁହିଁ ସ୍ଥିତି । ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଅଫିସରେ ନାମାଙ୍କନ ବେଳେ ମୁହାଁମୁହିଁ ସ୍ଥିତି । ଜୟ ଜଗନ୍ନାଥ, ଜୟ ଶ୍ରୀରାମ ନାରା ଲଗାଇ ଉଭୟ ପକ୍ଷରୁ ହୋହଲ୍ଲା ।
ଦୁଇ ଦଳର କର୍ମୀମାନେ ଆଜି ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଅଫିସର ପରିସରରେ ନାରାବାଜି କରିବା ସହିତ ମୁହାଁମୁହିଁ ହେଇଛନ୍ତି । ତେବେ ପୋଲିସ ସ୍ଥିତି ନିୟନ୍ତ୍ରଣ କରିବାକୁ ଚେଷ୍ଟା କରିଥିଲେ, ମଧ୍ୟ ବର୍ତ୍ତମାନ ସୁଦ୍ଧା ସ୍ଥିତି ନିୟନ୍ତ୍ରଣକୁ ଆସି ନଥିଲା।
ଯେତେବେଳେ ଜିଲ୍ଲାପାଳଙ୍କ ଅଫିସ ଭିତରେ ଅପରାଜିତା ପ୍ରାର୍ଥିପତ୍ର ଭରୁଥିଲେ, ସେହି ସମୟରେ ଅଫିସ୍ ବାହାରେ ଦେଖିବାକୁ ମିଳିଥିଲା ରୋଚକ ଦୃଶ୍ୟ । ଜିଲ୍ଲାପାଳ ଅଫିସ ଆଗରେ ବିଜେଡି ଏବଂ ବିଜେପି କର୍ମୀ ମୁହାଁମୁହିଁ ହେଇଥିଲେ । ଉଭୟ ଗୋଷ୍ଠୀର ସମର୍ଥକ ନାରାବାଜି କରିବା ସହିତ ଜୟ ନବୀନ, ଜୟ ମୋଦୀ ନାରା ପକାଇଥିଲେ ।

ସୂଚନାଯୋଗ୍ୟ ଯେ, ଅପରାଜିତାଙ୍କ ପୂର୍ବରୁ ବିଜେଡି ପ୍ରାର୍ଥୀ ମଧ୍ୟ ନାମାଙ୍କନ ଦାଖଲ କରିଛନ୍ତି । ସମର୍ଥକଙ୍କ ସହ ଆସି ଜିଲ୍ଲାପାଳଙ୍କ ଅଫିସରେ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି ମନ୍ମଥ ରାଉତରାୟ । ତେବେ ଭୋଟ୍ ପଡିବାକୁ ଆଉ ମାତ୍ର ଦିନ କେଇଟା ବାକି ଥିବାବେଳେ, ଜିଲ୍ଲପାଳ ଅଫିସ ଆଗରେ ଉଭୟ ଦଳର କର୍ମୀ ମୁହାଁମୁହିଁ ହେବା ଚର୍ଚ୍ଚା ସୃଷ୍ଟି କରିଛି ।
ସମର୍ଥକଙ୍କ ଗହଣରେ ଶୋଭାଯାତ୍ରାରେ ଯାଇ ପ୍ରଥମେ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଅଫିସରେ ପହଞ୍ଚିଥିଲେ ଅପରାଜିତା । ଏହାପରେ ସେ ନାମାଙ୍କନ ଦାଖଲ କରିଥିଲେ ।












Click it and Unblock the Notifications