Lok Sabha Elections 2024 Exit Polls: ଓଡ଼ିଶାରେ ଲୋକସଭା ଆସନରେ ବିଜୟର ଇତିହାସ ରଚିବ ବିଜେପି
ଇଣ୍ଡିଆ ଟିଭିର ଏକଜିଟ୍ ପୋଲ୍ ଅନୁଯାୟୀ, ଓଡ଼ିଶାରେ ଲୋକସଭା ନିର୍ବାଚନରେ ବିଜେପି ଚମତ୍କାର ପ୍ରଦର୍ଶନ କରି ରେକର୍ଡ ସିଟରେ ବିଜୟ ହାସଲ କରୁଛି। ସେପଟେ ୨୫ ବର୍ଷ ଧରି କ୍ଷମତାସୀନ ବିଜେଡିକୁ ଶକ୍ତ ଧକ୍କା ଲାଗିଛି।

ଇଣ୍ଡିଆ ଟିଭିର ଏକଜିଟ୍ ପୋଲ୍ ମୁତାବକ ଓଡ଼ିଶାର ୨୧ ଲୋକସଭା ସିଟ୍ରୁ ବିଜେପି ୧୫ରୁ ୧୭ ଆସନ ଜିତୁଥିବା ବେଳେ ବିଜେଡି ୪ରୁ ୬ ଏବଂ କଂଗ୍ରେସ ୦ରୁ ୧ ଆସନ ଜିତିପାରେ। ଏମିତି ହେଲେ ବିଜେପି ଓଡ଼ିଶାରେ ଇତିହାସ ରଚିବ। କାରଣ ଦଳ ୨୦୧୯ରେ ଶ୍ରେଷ୍ଠ ପ୍ରଦର୍ଶନ କରି ୮ଟି ଆସନ ଜିଥିଥିଲା। କିନ୍ତୁ ଏଥର ଦଳ ଦମଦାର ପ୍ରଦର୍ଶନ କରୁଥିବା ଏକଜିଟ୍ ପୋଲରେ ଆକଳନ କରାଯାଇଛି।
ଅନ୍ୟପଟେ ବିଜେଡିକୁ ଶକ୍ତ ଧକ୍କା ଲାଗିପାରେ। ଦଳ ୨୦୧୯ରେ ୧୨ଟି ସିଟ୍ ଜିତିଥିବା ବେଳେ ଏହି ସଂଖ୍ୟା ୬କୁ ଖସି ଆସିପାରେ ବୋଲି ଇଣ୍ଡିଆ ଟିଭିର ଏକଜିଟ୍ ପୋଲରେ ଆକଳନ କରାଯାଇଛି। କଂଗ୍ରେସ ପୂର୍ବଥର ପରି ଏଥର ସର୍ବାଧିକ ଗୋଟିଏ ଆସନ ଜିତିପାରେ।
ଲୋକସଭା ନିର୍ବାଚନର ସପ୍ତମ ତଥା ଶେଷ ପର୍ଯ୍ୟାୟ ମତଦାନ ଆଜି ସଂପନ୍ନ ହୋଇଛି। ଜୁନ ୪ ତାରିଖ ଫଳାଫଳ ପ୍ରକାଶ ପାଇବ। ତେବେ ଏହା ପୂର୍ବରୁ ଆଜି ବିଭିନ୍ନ ଜାତୀୟ ଗଣମାଧ୍ୟମ ଏବଂ ଏଜେନ୍ସି ଭୋଟ୍ ବାହୁଡ଼ା ମତ ଅର୍ଥାତ ଏକଜିଟ୍ ପୋଲ୍ ପ୍ରକାଶ କରିଛନ୍ତି। କେବଳ ରାଜ୍ୟ ନୁହେଁ ପୁରା ଦେଶର ନଜର ଓଡ଼ିଶା ଉପରେ ରହିଛି।

Click it and Unblock the Notifications