Get Updates
Get notified of breaking news, exclusive insights, and must-see stories!

ଲୋକସଭା ନିର୍ବାଚନ ୨୦୨୪: ଧର୍ମେନ୍ଦ୍ର ପ୍ରଧାନଙ୍କଠୁ ଧନୀ ତାଙ୍କ ପତ୍ନୀ ମୃଦୁଳୁ ଠାକୁର, ଦୁଇ ଜଣଙ୍କ ପାଖରେ କେତେ ସମ୍ପତ୍ତି ?

ଧର୍ମେନ୍ଦ୍ର ପ୍ରଧାନଙ୍କଠୁ ଧନୀ ତାଙ୍କ ପତ୍ନୀ ମୃଦୁଳୁ ଠାକୁର । ନିର୍ବାଚନ ସତ୍ୟପାଠରୁ ଏହି ତଥ୍ୟ ସାମ୍ନାକୁ ଆସିଛି । ସମ୍ବଲପୁର ଲୋକସଭା ପ୍ରାର୍ଥୀ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କଠୁ ଧନୀ ତାଙ୍କ ପତ୍ନୀ ମୃଦୁଳୁ ଠାକୁର । ୨୦୨୨-୨୩ ମସିହାର ଆୟକର ରିଟର୍ଣ୍ଣରେ ଧର୍ମେନ୍ଦ୍ର ନିଜ ବାର୍ଷିକ ଆୟ ୧୨ ଲକ୍ଷ ୭୪ ହଜାର ୮୩୫ ଟଙ୍କା ଓ ପତ୍ନୀ ମୃଦୁଳାଙ୍କ ବାର୍ଷିକ ଆୟ ୪୯ ଲକ୍ଷ ୯୨ ହଜାର ଟଙ୍କା ରହିଥିବା ଦର୍ଶାଇଛନ୍ତି ।

ଦୁଇ ଜଣଙ୍କ ପାଖରେ କେତେ ସମ୍ପତ୍ତି ?

ବର୍ତ୍ତମାନ ଧର୍ମେନ୍ଦ୍ରଙ୍କ ପାଖରେ ନଗଦ ୩୫ ହଜାର ଟଙ୍କା ରହିଛି । ଏହା ବ୍ୟତୀତ ୧୩ ଲକ୍ଷ ୫୦ ହଜାର ଟଙ୍କାର ଅଳଙ୍କାର ରହିଛି । ୨୦୧୧ ମସିହାରେ କିଣାଯାଇଥିବା ୧୦ ଲକ୍ଷ ଟଙ୍କାର ଏକ ଗାଡ଼ି ସହିତ ୧ କୋଟି ୩୯ ଲକ୍ଷ ୫୩ ହଜାର ୩୩୨ ଟଙ୍କାର ଅସ୍ଥାବର ସମ୍ପତ୍ତି ରହିଛି । ଏହା ବ୍ୟତୀତ ୯୨ ଲକ୍ଷ ୫୦ ହଜାରର ସ୍ଥାବର ସମ୍ପତ୍ତି ରହିଥିବା ବେଳେ ତାଙ୍କ ନାମରେ ୩୨ ଲକ୍ଷ ୭୯ ହଜାର ୮୬୧ ଟଙ୍କାର ଋଣ ମଧ୍ୟ ରହିଛି ।

ସେହିପରି ଧର୍ମେନ୍ଦ୍ରଙ୍କ ସ୍ତ୍ରୀ ମୃଦୁଳା ଠାକୁରଙ୍କ ପାଖରେ ନଗଦ ୪୦ ହଜାର ଟଙ୍କା, ୩୫ ଲକ୍ଷ ମୂଲ୍ୟର ଅଳଙ୍କାର, ୬୭.୭୭ ଲକ୍ଷ ଟଙ୍କାର ଗାଡ଼ି ସହିତ ୨ କୋଟି ୯୫ ଲକ୍ଷ ୪୮ ହଜାର ୫୭୫ ଟଙ୍କାର ସମ୍ପତ୍ତି ଅଛି । ୧ କୋଟି ୩୭ ଲକ୍ଷ ୭୫ ହଜାର ଟଙ୍କାର ସ୍ଥାବର ସଂପତି ଏବଂ ୨୦ ଲକ୍ଷ ୫୭ ହଜାର ୯୨୦ ଟଙ୍କାର ଋଣ ରହିଛି ।

Dharmendra Pradhan s wife Mridula Thakur

ନବୀନ ପଟ୍ଟନାୟକଙ୍କ ସମ୍ପତି

ମୁଖ୍ୟମନ୍ତ୍ରୀଙ୍କ ମୋଟ୍ ସ୍ଥାବର ସମ୍ପତିର ମୂଲ୍ୟ ୫୭ କୋଟି ୨ ଲକ୍ଷ ୧୮ ହଜାର ଟଙ୍କା । ସେହିପରି ଅସ୍ଥାବର ସମ୍ପତିର ପରିମାଣ ୧୪ କୋଟି ୫ ଲକ୍ଷ ୬୦ ହଜାର ୩୬୪ ଟଙ୍କା ।

ନବୀନଙ୍କ ୫୭ କୋଟିର ସ୍ଥାବର ସମ୍ପତ୍ତି: ସେହିପରି ସ୍ଥାବର ସମ୍ପତ୍ତିରେ ମୁଖ୍ୟମନ୍ତ୍ରୀଙ୍କ ବାସଗୃହ ଭାବେ ନବୀନ ନିବାସ ଏବଂ ନୂଆଦିଲ୍ଲୀର ୩-ଏପିଜେ ଅବଦୁଲ କଲାମ୍ ରୋଡକୁ ସତ୍ୟପାଠରେ ଦର୍ଶାଯାଇଛି । ଏହାର ବର୍ତ୍ତମାନର ଆନୁମାନିକ ମୂଲ୍ୟ ଯଥାକ୍ରମେ ୧୩,୬୬,୦୦,୦୦୦ ଟଙ୍କା ଏବଂ ୪୩,୩୬,୧୮,୦୦୦ ହେବ । ଏହି ସମସ୍ତ ସ୍ଥାବର ସମ୍ପତ୍ତିର ମୋଟ ମୂଲ୍ୟ ୫୭ କୋଟି ୨ ଲକ୍ଷ ୧୮ ହଜାର ଟଙ୍କା । ସରକାରଙ୍କ ପକ୍ଷରୁ ମିଳୁଥିବା ଦରମା ଏବଂ ବ୍ୟାଙ୍କରୁ ମିଳୁଥିବା ସୁଧ ହିଁ ତାଙ୍କର ମୁଖ୍ୟ ଆୟ ।

ଅସ୍ଥାବର ସମ୍ପତିର ପରିମାଣ ୧୪ କୋଟି ୫ ଲକ୍ଷ ୬୦ ହଜାର ୩୬୪

ନବୀନଙ୍କ ଆମ୍ବାସଡର କାର ନଂ OR02A-7007 ରହିଥିବା ବେଳେ ତାହାର ମୂଲ୍ୟ ୬୪୩୪ ଟଙ୍କା ହେବ । ତାଙ୍କ ପାଖରେ ୪୫.୭୭୦ ଗ୍ରାମର ଅଳଙ୍କାର ରହିଛି । ସେ ହୀରା ଓ ମାଣିକ୍ୟର ବୋତାମ ରଖିଥିବା ବେଳେ ତାହାର ଆନୁମାନିକ ମୂଲ୍ୟ ପ୍ରାୟ ୪ ଲକ୍ଷ ୧୭ ହଜାର ୯୫ ଟଙ୍କା ହେବ ବୋଲି କୁହାଯାଇଛି । ଏହି ସମସ୍ତ ଅସ୍ଥାବର ସମ୍ପତ୍ତିର ମୂଲ୍ୟ ୧୪ କୋଟି ୫ ଲକ୍ଷ ୬୦ ହଜାର ୩୬୪ ଟଙ୍କା ୪୦ ପଇସା ହେବ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+