ଲୋକସଭା ନିର୍ବାଚନ: ଆଜି ଓଡ଼ିଶା ଗସ୍ତରେ ଆସୁଛନ୍ତି ନୀତୀନ ଗଡ଼କରୀ ଓ ଆସାମର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ଵ ଶର୍ମା
ଆଜି ଓଡ଼ିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ପରିବହନ ମନ୍ତ୍ରୀ ନୀତୀନ ଗଡ଼କରୀ ଓ ଆସାମର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ଵ ଶର୍ମା । ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ କରିବେ କେନ୍ଦ୍ର ମନ୍ତ୍ରୀ ଗଡକରୀ । କୃଷ୍ଣପ୍ରସାଦରେ ଓ ପିପିଲିରେ ଜନସଭାକୁ ସମ୍ବୋଧନ କରିବେ । ମାଲକାନଗିରି ଏବଂ ଗଞ୍ଜାମ ଖଲ୍ଲିକୋଟରେ ପ୍ରଚାର ମଙ୍ଗ ଧରିବେ ହିମନ୍ତ ବିଶ୍ବଶର୍ମା ।
ସେପଟେ ଲଗାତାର ଦ୍ବିତୀୟ ଦିନ ଓଡ଼ିଶାରେ ପ୍ରଚାର କରିବେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ । କୋରାପୁଟ, ଲକ୍ଷ୍ମୀପୁର ଓ ପଟାଙ୍ଗିରେ ଜନସଭାକୁ ସମ୍ବୋଧନ କରିବେ ବିଷ୍ଣୁଦେବ ସାଏ ।

ସେପଟେ ଆସନ୍ତାକାଲି ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀ ଭୁବନେଶ୍ବରରେ ଏକ ବିଶାଳ ରୋଡ଼ ସୋ କରିବାର କର୍ଯ୍ୟକ୍ରମ ରହିଛି ।
୧୦ ସନ୍ଧ୍ୟାରେ ରୋଡ୍ ସୋ ଲାଗି ବ୍ଲୁ ବୁକ୍ ଅନୁସାରେ ସୁରକ୍ଷା ବ୍ୟବସ୍ଥା । ପ୍ରଧାନମନ୍ତ୍ରୀଙ୍କ ରୋଡ ସୋ ବେଳେ ବାଣୀବିହାର ଯାଏଁ ନୋ ଫ୍ଲାଇଂ ଜୋନ୍ ।
ବମ୍ ସ୍କ୍ୱାଡ୍ ଓ ଡଗ୍ ସ୍କ୍ୱାଡ୍ ମୁତୟନ ରହିବେ ବୋଲି କହିଲେ ସଞ୍ଜୀବ ପଣ୍ଡା । ୫ ଡିସିପି, ୧୦ ଅତିରିକ୍ତ ଡିସିପି, ୨୭ ଏସିପି, ୪୧ ଆଇଆଇସି ରହିବେ । ୫୫ ପ୍ଲାଟୁନ ଫୋର୍ସ ଓ ୩ଟି ଆଣ୍ଟି ଟେରର୍ ଫୋର୍ସ ମୁତୟନ ହେବେ ।
ଗତକାଲି ରାୟଗଡ଼ା ସଭାରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ବିଜେଡ଼ି ଓ କଂଗ୍ରେସ ଉପରେ ବର୍ଷିଥିଲେ । ସେ କହିଥିଲେ ଅନେକ ଥର ଓଡ଼ିଶା ଆସିଛି, କିନ୍ତୁ ଏଥର ମାହୋଲ ବଦଳିଲା ଭଳି । ଏଥର ୨୧ରୁ ୨୧ ଲୋକସଭା ସିଟ୍ ଜିତିବୁ ଓଡ଼ିଶାବାସୀ କହୁଛନ୍ତି । ଏହା ଜଗନ୍ନାଥଙ୍କ ଧରିତ୍ରୀ, ବିଦେଶରେ ବି ଜଗନ୍ନାଥଙ୍କ ପ୍ରତି ସମସ୍ତଙ୍କ ଶ୍ରଦ୍ଧା ।
ଲମ୍ବା ସମୟ କଂଗ୍ରେସ ଦେଶରେ ଶାସନ କଲା। କେହି ବି ଦେଶରୁ ଗରିବୀ ହଟାଇ ପାରିଲେନି । କିନ୍ତୁ ମୋଦି ୨୫ କୋଟି ଲୋକଙ୍କୁ ଗରିବୀରୁ ମୁକ୍ତ କରିଛନ୍ତି । ପ୍ରଥମେ ଓଡ଼ିଶା ଆସିଲା ବେଳେ ଗରିବୀ ଦେଖିବାକୁ ମିଳୁଥିଲା । କିନ୍ତୁ ଏବେ ଓଡ଼ିଶାରେ ପରିବର୍ତ୍ତନ ଦେଖିବାକୁ ମିଳୁଛି ।
ବିଜେଡି ସରକାରରେ ଯେଉଁ ସୁବିଧା ମିଳୁନି, ବିଜେପି ଆସିଲେ ମିଳିବ।
ଆୟୁଷ୍ମାନ ଭାରତ ଯୋଜନା ପ୍ରସଙ୍ଗ ଉଠାଇ ଟାର୍ଗେଟ କଲେ । ରାଜ୍ୟରେ ବିଜେପି ସରକାର ଆସିଲେ ଆୟୁଷ୍ମାନ ସୁବିଧା ମିଳିବ ।
ସମସ୍ତଙ୍କୁ ୫ ଲକ୍ଷ ଟଙ୍କାର ମାଗଣା ଚିକିତ୍ସା ମିଳିବ। ଆମେ ଯାହା କହୁ, ତାହା କରୁ କହିଲେ ରାଜନାଥ ସିଂ ।
କଂଗ୍ରେସ ଓ ବିଜେଡି କେବଳ ଆଶ୍ୱାସନା ଦେଲେ, ପୂରଣ କଲେନି
। ଯଦି ଆଶ୍ୱାସନା ପୂରଣ କରିଥାଆନ୍ତେ ଓଡ଼ିଶାରେ ଗରିବୀ ହଟିଥାଆନ୍ତା । ୩୭୦ ହଟାଇବାକୁ କହିଥିଲୁ, ପୂରଣ କଲୁ । ରାମ ମନ୍ଦିର ପ୍ରତିଷ୍ଠା କରିବାକୁ କହିଥିଲୁ, ତିଆରି କଲୁ ।
ତିନି ତଲାକ ସମାପ୍ତ କରିବାକୁ କହିଥିଲୁ, କରି ଦେଖାଇଲୁ । ଯେଉଁ ଧର୍ମର ହେଉନା କାହିଁକି ମାଆ, ଭଉଣୀଙ୍କୁ ଅସମ୍ମାନ ବରଦାସ୍ତ ହେବନି
କଂଗ୍ରେସ କହୁଥିଲା ଦୁର୍ନୀତି ହଟାଇବୁ, ହଟିଲା କି ? ବୋଲି ସେ ପ୍ରଶ୍ନ କରିଛନ୍ତି ।












Click it and Unblock the Notifications