ଲୋକସଭା ନିର୍ବାଚନ ୨୦୨୪: କାଲି ବିଗ୍ ଫାଇଟ୍, ଧର୍ମେନ୍ଦ୍ର vs ବବି, ଅପରାଜିତା vs ମନ୍ମଥ, ସମ୍ବିତ vs ଅରୂପ

ରାଜ୍ୟରେ ଆସନ୍ତାକାଲି ପଡ଼ିବ ତୃତୀୟ ପର୍ଯ୍ୟାୟ ଭୋଟ୍ । ଏଥିପାଇଁ ସରିଛି ପ୍ରଚାର । ଶେଷ ଦିନରେ ତିନି ପ୍ରମୁଖ ଦଳ ପ୍ରଚାରକୁ ଜୋରଦାର କରିଥିଲେ ।

ତୃତୀୟ ପର୍ଯ୍ୟାୟରେ କଟକ, ଭୁବନେଶ୍ୱର, ପୁରୀ, ଢେଙ୍କାନାଳ, କେନ୍ଦୁଝର ଏବଂ ସମ୍ବଲପୁର ଏହି ୬ ସଂସଦୀୟ କ୍ଷେତ୍ର ଏବଂ ଏହା ଅଧୀନରେ ଥିବା ୪୨ ଆସନ ପାଇଁ ମତଦାନ ହେବ। ଏହି ପର୍ଯ୍ୟାୟରେ ପ୍ରାୟ ସବୁ ସିଟରେ ବିଗ୍ ଫାଇଟ୍ ଦେଖିବାକୁ ମିଳିବ।

ସମ୍ବଲପୁରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବନାମ ବିଜେଡିର ପ୍ରଣବ ପ୍ରକାଶ ଦାସ ଏବଂ କଂଗ୍ରେସରୁ ପୂର୍ବତନ ସାଂସଦ ନଗେନ୍ଦ୍ର ପ୍ରଧାନଙ୍କ ଫାଇଟ୍ ହେବ । କଟକରେ ବିଜେପିର ଭର୍ତ୍ତୃହରି ମହତାବଙ୍କ ସହ ବିଜେଡିର ସଂତୃପ୍ତ ମିଶ୍ର ଏବଂ କଂଗ୍ରେସର ସୁରେଶ ମହାପାତ୍ରଙ୍କ ମଧ୍ୟରେ ଲଢ଼େଇ ହେବ ।

Lok Sabha Election 2024

ପୁରୀରେ ସମ୍ବିତ ପାତ୍ର ଓ ଅରୁପ ପଟ୍ଟନାୟକଙ୍କୁ କଡ଼ା ଟକ୍କର ଦେବେ ଜୟନାରାୟଣ ପଟ୍ଟନାୟକ। ଭୁବନେଶ୍ବରରେ ଅପରାଜିତା ଷଡ଼ଙ୍ଗୀ ବନାମ୍ ମନ୍ମଥ ରାଉତରାୟ ଓ ତାସହ ଛାତ୍ର କଂଗ୍ରେସ ସଭାପତି ୟାସିର ନୱାଜ୍ ଙ୍କ ମଧ୍ୟରେ କଡ଼ା ଲଢ଼େଇ ଦେଖିବାକୁ ମିଳିବ ।

ଢେଙ୍କାନାଳରେ ବିଜେପିରୁ ରୁଦ୍ର ପାଣି, ବିଜେଡିରୁ ଅବିନାଶ ସାମଲ ଓ କଂଗ୍ରେସରୁ ସସ୍ମିତା ସିଂହଦେଓ ଲୋକସଭା ପ୍ରାର୍ଥୀ ହୋଇଛନ୍ତି । ଢେଙ୍କାନାଳ ବିଜେପିରୁ ଅନନ୍ତ ନାୟକ , କେନ୍ଦୁଝର ବିଜେଡ଼ିରୁ ଧନୁର୍ଜୟ ସିଦ୍ଧୁ୍, ବିନୋଦ ବିହାରୀ ନାୟକ କଂଗ୍ରେସରୁ ପ୍ରାର୍ଥୀ ହୋଇଛନ୍ତି ।

କାଲି ଓଡ଼ିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ। ଏହି ପର୍ଯ୍ୟାୟରେ ସବୁଠୁ ଚର୍ଚ୍ଚିତ ଆସନରେ ଭୋଟିଂ ହେବ । ମୋଟ ୪୪୭ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୯୪ ଲକ୍ଷ ୪୮ ହଜାର ଭୋଟର୍ । ପୁରୁଷ ଭୋଟରଙ୍କ ସଂଖ୍ୟା ୪୮ ଲକ୍ଷ ୩୦ ହଜାର ଥିବାବେଳେ ୪୬ ଲକ୍ଷ ୧୮ ହଜାର ମହିଳା ଭୋଟର ମତଦାନ ସାବ୍ଯସ୍ତ କରିବେ ।

ଏହି ପର୍ଯ୍ୟାୟରେ ୨୧ ପ୍ରତିଶତ ଯୁବ ଭୋଟର ଥିବାବେଳେ ୩ହଜାର ୮୫ ବର୍ଷରୁ ଅଧିକ ବୟସ୍କ ଭୋଟର ଘରୁ ମତଦାନ କରିଛନ୍ତି । ୬୪ ଜଣ ସାଂସଦ ପ୍ରାର୍ଥୀ ରହିଥିବାବେଳେ ୩୮୩ ବିଧାୟକ ପ୍ରାର୍ଥୀ ମୈଦାନରେ ପରସ୍ପରକୁ ଟକ୍କର ଦେଉଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+