ମୁଁ ନୁହେଁ ନନା ଲଢ଼ିବେ ବାଲେଶ୍ବରରୁ: ଅଶ୍ଵିନୀ ବୈଷ୍ଣବ
ଚର୍ଚ୍ଚାର ଅନ୍ତ ଘଟାଇଲେ ଅଶ୍ୱିନୀ ବୈଷ୍ଣବ । ବାଲେଶ୍ୱରରୁ ଲୋକ ସଭା କ୍ଷେତ୍ରରୁ ନିର୍ବାଚନ ଲଢ଼ିବେ ବୋଲି ଚର୍ଚ୍ଚା ଜୋର୍ ଧରିଥିଲା । କିନ୍ତୁ ଏହି ଚର୍ଚ୍ଚାକୁ ଖଣ୍ଡନ କଲେ କେନ୍ଦ୍ର ମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ । ଏବେ ବାଲେଶ୍ବର ଗସ୍ତ ଅବସରରେ ସାମ୍ବାଦିକଙ୍କ ଏକ ପ୍ରଶ୍ନରେ ବାଲେଶ୍ୱରରୁ ନିର୍ବାଚନ ଲଢ଼ିବା ଚର୍ଚ୍ଚାକୁ ରେଳମନ୍ତ୍ରୀ ଖଣ୍ଡନ କରିଛନ୍ତି ମନ୍ତ୍ରୀ । କହିଛନ୍ତି, ମୁଁ ଲଢ଼ିବି ନାହିଁ, ଏଠାରେ ପ୍ରତାପ ନନା ଅଛନ୍ତି । ଅର୍ଥାତ ପ୍ରତାପ ଷଡ଼ଙ୍ଗୀ ଏଠାରେ ଅଛନ୍ତି ବୋଲି କହିଛନ୍ତି ଅଶ୍ବିନୀ ବୈଷ୍ଣବ ।
ଅଶ୍ଵିନୀଙ୍କ ବୟାନକୁ ନେଇ ଏବେ ସାରା ରାଜ୍ୟରେ ରାଜନୈତିକ ଚର୍ଚ୍ଚା ଆରମ୍ଭ ହୋଇଛି । ଅଶ୍ଵିନୀଙ୍କୁ ନେଇ ବହୁ ଚର୍ଚ୍ଚା ଆରମ୍ଭ ହୋଇଥିଲା କି ଅଶ୍ଵିନୀ ବାଲେଶ୍ବରରୁ ଲଢ଼ିବେ ବୋଲି । ଏକଥା ବାଲେଶ୍ଵର ରାଜନୀତି ସହିତ ପୁରା ରାଜ୍ୟରେ ଚର୍ଚ୍ଚା ହେଉଥିଲା ।
ବାଲେଶ୍ୱର ରେଳଷ୍ଟେସନକୁ ଯାଇ ସ୍ଥିତି ଅନୁଧ୍ୟାନ କରିଥିଲେ ରେଳମନ୍ତ୍ରୀ। ତା'ସହ ବାଲାଶ୍ୱର ପରିବର୍ତ୍ତେ ବାଲେଶ୍ୱର ଲେଖିବାକୁ ଡିଆରଏମଙ୍କୁ ନିର୍ଦ୍ଦେଶ ଦେଇଥିଲେ । ତାପରେ ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କ ସହ ଝାଡେଶ୍ୱର ଶିବ ମନ୍ଦିରକୁ ଯାଇ ସେବା ପୂଜା କରିଥିଲେ। ଏହାପରେ ପରେ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଲାଇଫ ସପୋର୍ଟ ଆମ୍ବୁଲାନ୍ସ ଦାନ କରିଥିଲେ ଅଶ୍ୱିନୀ ବୈଷ୍ଣବ। ଶେଷରେ AIIMS ସାଟେଲାଇଟ ହସ୍ପିଟାଲ ଯାଇ ପରିଦର୍ଶନ କରିଥିଲେ ।

ତେବେ ଅଶ୍ୱିନୀ ଯଦି ବାଲେଶ୍ଵରରୁ ଛିଡା ନ ହେବେ କଟକରୁ ଛିଡା ହୋଇପାରନ୍ତି । ତେବେ ନିର୍ବାଚନ ପାଇଁ ଆଉ ଦୁଇଟା ମାସ ରହିଥିବା ବେଳେ ଅଶ୍ୱିନୀ ଆଜି ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନର ଉତର ଦେଇ କହିଛନ୍ତି, ସେ ନୁହେଁ, ନନା ଅଛନ୍ତି ।
ସୂଚନାଯୋଗ୍ୟ, କେନ୍ଦ୍ର ମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ ବାଲେଶ୍ଵର ଲୋକ ସଭା କ୍ଷେତ୍ରରୁ ନିର୍ବାଚନ ଲଢ଼ିବେ ବୋଲି ସାଧାରଣରେ ଚର୍ଚ୍ଚ ଜୋର୍ ଧରିଥିଲା । କାରଣ ଅଶ୍ଵିନୀଙ୍କ ବାଲେଶ୍ଵର ସହିତ ଭଲ ସମ୍ପର୍କ ଓ ବାଲେଶ୍ଵର ଗସ୍ତକୁ ନେଇ ଅନେକ କଥା କୁହା ଯାଉଥିଲା । ବର୍ତ୍ତମାର ସାଂସଦ ବା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡଙ୍ଗୀଙ୍କ ସ୍ଥାନ ନେବ ଅଶ୍ଵିନୀ । ଏହାକୁ ନେଇ ଅନେକ ରାଜନୈତିକ ବୟାନ ବାଜି ମଧ୍ୟ ଆରମ୍ଭ ହୋଇଯାଇଥିଲା । କିନ୍ତୁ ଏହି ସବୁ କଳ୍ପନା ଜଳ୍ପନର ଅନ୍ତ ଘଟାଇଲେ କେନ୍ଦ୍ର ମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ ।












Click it and Unblock the Notifications