ଲୋକସଭା ନିର୍ବାଚନ ୨୦୨୪: ମୋଦିଙ୍କ ସଭାସ୍ଥଳକୁ ନୋ ଫ୍ଲାଇଂ ଜୋନ୍‌ ସହ ଡ୍ରୋନ୍‌ ଉଡ଼ାଣ ବାରଣ ପାଇଁ ନିର୍ଦ୍ଦେଶ

ମୋଦିଙ୍କ ସଭାସ୍ଥଳକ ନୋ ଫ୍ଲାଇଂ ଜୋନ୍‌ ଘୋଷଣା । ନୋ ଫ୍ଲାଇଂ ଜୋନ୍ ଘୋଷଣା ପାଇଁ ଗୁଇନ୍ଦା ନିର୍ଦ୍ଦେଶକଙ୍କ ନିର୍ଦ୍ଦେଶ । ପ୍ରଧାନମନ୍ତ୍ରୀଙ୍କ ଗସ୍ତ ସମୟରେ ସୁରକ୍ଷା ଦୃଷ୍ଟିରୁ ଡ୍ରୋନ୍ ଉଡ଼ାଣକୁ ବାରଣ । ନୋ ଫ୍ଲାଇଂ ଜୋନ୍‌ ସହ ଡ୍ରୋନ୍‌ ଉଡ଼ାଣ ବାରଣ ପାଇଁ ନିର୍ଦ୍ଦେଶ ହୋଇଛି । ଆସନ୍ତା ୧୦ ଓ ୧୧ରେ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିବେ ପ୍ରଧାନମନ୍ତ୍ରୀ । ଭୁବନେଶ୍ୱରରେ ରୋଡ୍ ସୋ' ସହ କନ୍ଧମାଳ, ବରଗଡ଼ ଓ ବଲାଙ୍ଗିରରେ ସଭା ।

ଆସନ୍ତା ୧୦ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରୋଡ଼ ସୋ' । ସେଦିନ ସନ୍ଧ୍ୟା ୬ଟାରୁ ଭୁବନେଶ୍ବରରେ ରୋଡ ସୋ' କରିବେ ପିଏମ ମୋଦି । ମାଷ୍ଟରକ୍ୟାଣ୍ଟିନରୁ ରୋଡ ସୋ' ବାହାରି ବାଣୀବିହାର ପର୍ଯ୍ୟନ୍ତ ଚାଲିବ । ଏନେଇ ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ ସୂଚନା ଦେଇଛନ୍ତି ।

ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ନେଇ ରାଜଭବନରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଦେଖିବାକୁ ମିଳୁଛି । ସୁରକ୍ଷା ସମ୍ବନ୍ଧରେ ବୈଠକ ହୋଇଛି । ଭୁବନେଶ୍ବର ବିମାନବନ୍ଦର ଅଧିକାରୀ, SPGଙ୍କ ସହ କମିସନରେଟ ପୋଲିସର ବୈଠକ ହୋଇଛି । ବୈଠକରେ ଡିସିପି ପ୍ରତୀକ ସିଂଙ୍କ ସମେତ ୩ ଅତିରିକ୍ତ ଡିସିପି ଉପସ୍ଥିତ ଅଛନ୍ତି ।

Lok sabha election

ବିଜେପିର ଷ୍ଟାର ପ୍ରଚାରକ ତାଲିକାରେ ହେମାମାଳିନୀ ସାମିଲ । ଓଡ଼ିଶା ପାଇଁ ଷ୍ଟାର ପ୍ରଚାରକ ତାଲିକାରେ ସାମିଲ ହୋଇଛନ୍ତି ହେମା । ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ସ୍ଥାନରେ ସାମିଲ ହେଲେ ହେମାମାଳିନୀ । ତାଲିକାରେ ସାମିଲ ପରେ ଓଡ଼ିଶାରେ ହେମାମାଳିନୀ ପ୍ରଚାର କରିବା ସ୍ପଷ୍ଟ ହୋଇଛି ।

ରାଜ୍ୟ ବିଜେପିର ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକାରେ ହେମା ମାଳିନୀଙ୍କ ନାମ ସ୍ଥାନ ପାଇଛି । ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ସ୍ଥାନରେ ହେମା ମାଳିନୀ ପ୍ରଚାର କରିବେ ବୋଲି ଜଣାପଡ଼ିଛି । ତେବେ ହେମା ମାଳିନୀ କେବେ ଓଡ଼ିଶା ଆସିବେ ଓ ପ୍ରଚାର କରିବେ, ତାହା ସ୍ପଷ୍ଟ ହୋଇ ନାହିଁ ।

ଆସନ୍ତାକାଲି ଓଡ଼ିଶା ଆସୁଛନ୍ତି ବିଜେପିର ୨ ବରିଷ୍ଠ ନେତା । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କାଲି ଓଡ଼ିଶା ଆସିବେ । ଭବାନୀପାଟଣା, ରାୟଗଡ଼ାରେ ସେ ସଭା କରିବେ । ସେହିପରି ନବରଙ୍ଗପୁର ଆସିବେ ଛତିଶଗଡ଼ର ମୁଖ୍ୟମନ୍ତ୍ରୀ ବିଷ୍ଣୁଦେଓ ସାଏ ।

ଆସନ୍ତା ୯ ତାରିଖରେ ଓଡ଼ିଶା ଆସିବେ ବିଜେପିର ୨ ବରିଷ୍ଠ ନେତା । ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ ପୁରୀ ଜିଲ୍ଲାରେ ସଭା କରିବେ । ପୁରୀ ଓ କୃଷ୍ଣପ୍ରସାଦରେ ସମାବେଶରେ ଯୋଗଦେବେ ଗଡ଼କରୀ । ସେହିପରି ମାଲକାନଗିରି, ଚିତ୍ରକୋଣ୍ଡା, ଖଲ୍ଲିକୋଟରେ ସଭା କରିବେ ହିମନ୍ତ ବିଶ୍ବଶର୍ମା।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+