Lok Sabha Election: ଓଡ଼ିଶାରେ ପୂର୍ଣ୍ଣରୂପରେ ସବୁ ଲୋକସଭା ଜିତିବ ବିଜେପି: ଓମ୍‌ ବିର୍ଲା

Lok Sabha Election 2024: ବାଲେଶ୍ବରରେ ଲୋକସଭା ବାଚସ୍ପତି ଓମ୍‌ ବିର୍ଲାଙ୍କ ପ୍ରତିକ୍ରିୟା। ଓଡ଼ିଶାବାସୀ ପରିବର୍ତ୍ତନ ଚାହୁଁଛନ୍ତି, ବିଜେପି ଆସୁ ଚାହୁଁଛନ୍ତି ବୋଲି ସେ କହିଛନ୍ତି । ୨୫ ବର୍ଷ ସରକାରରେ ଗରିବଙ୍କ ପାଇଁ କିଛି କରିପାରି ନାହାନ୍ତି । ଓଡ଼ିଶାରେ ପୂର୍ଣ୍ଣରୂପରେ ସବୁ ଲୋକସଭା ଜିତିବ ବିଜେପି।

OM Birla

ଦୁଇ ଜାଗାରେ ଗୋଟିଏ ସରକାର ହେଲେ ବିକାଶର ନୂଆ ଧାରା ହେବ । ନବୀନ ସରକାର ଲୋକେ ଦେଖିଛନ୍ତି, ଏବେ ବିଜେପି ସରକାର ଦେଖିବେ । ଆଗାମୀ ଦିନରେ ଓଡ଼ିଶାରେ ବିକାଶର ପ୍ରବଳ ସମ୍ଭାବନା ରହିଛି ବୋଲି ସେ କହିଛନ୍ତି । ଦେଶବାସୀ ମୋଦିଙ୍କୁ ପୁଣିଥରେ ପ୍ରଧାନମନ୍ତ୍ରୀ କରିବାକୁ ଚାହୁଁଛନ୍ତି ବୋଲି ସେ କହିଛନ୍ତି ।

ଆଜି ଓଡ଼ିଶା ଗସ୍ତରେ ଆସିବେ ଅମିତ ଶାହ । ବିଜେପି ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଶ୍ରୀ ଶାହ ଆଜି ମଧ୍ୟାହ୍ନରେ ଭୁବନେଶ୍ୱରରେ ପହଂଚିବା ପରେ ସେଠାରୁ ସିଧାସଳଖ ଆସିକା ସଂସଦୀୟ କ୍ଷେତ୍ରର ସୋରଡ଼ା ଯିବେ । ସେଠାରେ ବିଜେପିର ନିର୍ବାଚନୀ ସଭା 'ବିଜୟ ସଂକଳ୍ପ ସମାବେଶ'ରେ ଯୋଗ ଦେଇ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ଭୋଟ୍ ମାଗିବେ । ଏହାପରେ ସେ ସନ୍ଧ୍ୟା ୫ଟାରେ କଟକଠାରେ ଏକ ବିଶାଳ ରୋଡ୍ ଶୋ'ରେ ସାମିଲ ହେବେ । ଦଳର ସାଂସଦ ପ୍ରାର୍ଥୀ ଭର୍ତ୍ତୃହରି ମହତାବ ଓ ବିଧାୟକମାନଙ୍କୁ ସାଙ୍ଗରେ ଧରି ଏହି ରୋଡ୍ ଶୋ' କରିବେ । ଏହାପରେ ଭୁବନେଶ୍ୱର ବାଟ ଦେଇ ଦିଲ୍ଲୀ ଫେରିଯିବାର କାର୍ଯ୍ୟକ୍ରମ ରହିଛି ।

ସେହିପରି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ନଡ୍ଡା ଆଜି ସନ୍ଧ୍ୟାରେ ଭୁବନେଶ୍ୱରରେ ପହଂଚିବା ପରେ ଦଳୀୟ କର୍ମଶାଳାରେ ଯୋଗ ଦେବେ । ଭୁବନେଶ୍ୱରରେ ରାତିଯାପନ କରି ୧୬ତାରିଖ ସକାଳେ ବରଗଡ଼ ଜିଲ୍ଲାର ପଦ୍ମପୁର ଓ ସୁନ୍ଦରଗଡ଼ଠାରେ ଦଳର 'ବିଜୟ ସଂକଳ୍ପ ସମାବେଶ'ରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।

ଓଡ଼ିଶାରେ ରାହୁଲ ଗାନ୍ଧୀ । ଝାରସୁଗୁଡ଼ାରେ ପହଞ୍ଚିଲେ କଂଗ୍ରେସ ନେତା ରାହୁଲ ଗାନ୍ଧି । ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ବଲାଙ୍ଗୀର ଅଭିମୁଖେ ବାହାରିଲେ ରାହୁଲ । ସେଠାରେ କୋଶଳ କଳାମଣ୍ଡଳ ସମାବେଶରେ ଦେବେ ଯୋଗ । ଦିନ ୧୧ଟା ୪୫ରୁ ୧୨ଟା ୪୫ ପର୍ଯ୍ୟନ୍ତ ରାହୁଲ ଗାନ୍ଧୀଙ୍କ ବଲାଙ୍ଗୀରରେ କାର୍ଯ୍ୟକ୍ରମ ରହିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+