Mood of the Nation ସର୍ଭେ: ଓଡ଼ିଶାରେ ବିଜେପିକୁ ୧୦ ଓ ବିଜେଡିକୁ ୧୧, ଖାତା ଖୋଲିବନି କଂଗ୍ରେସ୍

ପ୍ରକାଶ ପାଇଛି Mood of the Nation ସର୍ଭେ ରିପୋର୍ଟ। ଆଉ ଏହି ରିପୋର୍ଟ୍ ଅନୁସାରେ ରାଜ୍ୟରେ ବିଜେଡିଠୁ ଆଗରେ ବିଜେପି । ରିପୋର୍ଟ ଅନୁସାରେ, ଯଦି ଆଜି ଲୋକସଭା ନିର୍ବାଚନ ହୁଏ, ତା'ହେଲେ ଓଡ଼ିଶାରେ ଥିବା ୨୧ଟି ଆସନ ମଧ୍ୟରୁ ବିଜେପି ୧୦ଟିରେ ଜିତିବ । ସେହିଭଳି ବିଜେଡି ୧୧ଟି ଆସନ ଜିତିବ।

ସେପଟେ ଆମେ ଯଦି କଂଗ୍ରେସ କଥା ଦେଖିବା ୨୦୧୯ ସାଧାରଣ ନିର୍ବାଚନରେ ଗୋଟିଏ ଲୋକସଭା ଆସନ ପାଇଥିବା କଂଗ୍ରେସର ହାତ ଖାଲି ରହିବ। ଦଳ ଗୋଟିଏ ବି ଆସନରେ ବିଜୟଲାଭ କରିବ ନାହିଁ।

ସର୍ଭେରେ ରିପୋର୍ଟ କହୁଛି, ବିଜେଡିର ଭୋଟ୍‌ ହାର ୪୩ରୁ ୪୧%କୁ ହ୍ରାସ ପାଇବ। ଆଉ ବିଜେପିର ଭୋଟ ହାର ୩୮%ରୁ ୪୦% ବୃଦ୍ଧି ପାଇବ ।

Lok sabha election 2024

୨୦୧୯ ଲୋକସଭା ନିର୍ବାଚନ କଥା ବିଚାରକୁ ନେଲେ ୨୧ଟି ଆସନରୁ ବିଜେଡି ୧୨ଟି ଆସନ ଜିତିଥିବା ବେଳେ ବିଜେପି ୮ଟି ଆସନରେ ଜିତିଥିଲା। ଅର୍ଥାତ୍ ଆଜି ନିର୍ବାଚନ ହେଲେ ବିଜେଡି ଗୋଟିଏ ଆସନ ହରାଇବ। ଅନ୍ୟପକ୍ଷରେ ବିଜେପି ଦୁଇଟି ସିଟ୍ ଅଧିକ ପାଇବ । କଂଗ୍ରେସ୍ ଗତ ଥର କୋରାପୁଟ ଲୋକସଭା ଆସନ କଂଗ୍ରେସ ଜିତିଥିବା ବେଳେ, ତାହା ଦଳ ହାତରୁ ଚାଲିଯିବ ବୋଲି Mood of the Nation ସର୍ଭେ ରିପୋର୍ଟ କହିଛି।

ଏଥିରେ ଆହୁରି କୁହାଯାଇଛି, ଯଦି ଆଜି ନିର୍ବାଚନ ହୁଏ, ତା'ହେଲେ ବିଜେପି ନେତୃତ୍ୱାଧୀନ ଏନ୍‌ଡିଏ ସରକାର ଲଗାତାର ତୃତୀୟ ଥର ପାଇଁ କେନ୍ଦ୍ରରେ କ୍ଷମତାକୁ ଆସିବ। ଏନ୍‌ଡିଏ ୩୩୫ଟି ଆସନ ଜିତିବ ।

ପ୍ରଧାନମନ୍ତ୍ରୀ ମୋଦିଙ୍କ ଯାଦୁ ଉତ୍ତର ଭାରତର ରହିଛି । ହେଲେ ଦକ୍ଷିଣ ଭାରତରେ ଏହା ଏବେ ବି ପ୍ରଭାବ ନାହିଁ । ପଞ୍ଜାବ ବ୍ୟତୀତ ଉତ୍ତର ଭାରତରେ ବିଜେପି ସର୍ବାଧିକ ଆସନ ଜିତିସାରିଥିବା ବେଳେ ଦକ୍ଷିଣରେ କର୍ଣ୍ଣାଟକକୁ ଛାଡ଼ି ଦେଲେ ବାକି ରାଜ୍ୟରେ ଦଳର ଦଳର ସ୍ଥିତି ଭଲ ନାହିଁ । ଏଭଳି ସ୍ଥିତିରେ ତାମିଲନାଡୁ, ଆନ୍ଧ୍ରପ୍ରଦେଶ, କେରଳ, ପଶ୍ଚିମବଙ୍ଗ, ତେଲେଙ୍ଗାନା, ଓଡ଼ିଶା ଓ ପଞ୍ଜାବ ଭଳି ରାଜ୍ୟ ବାଧକ ସଜିପାରେ

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+