ଭୁବନେଶ୍ବରରେ ରୋଡ୍‌ ସୋ' କରିବେ ଜେପି ନଡ୍ଡା, ମାଉସୀ ମା' ମନ୍ଦିରରୁ ଲିଙ୍ଗରାଜ ମନ୍ଦିର ପର୍ଯ୍ୟନ୍ତ ରୋଡ୍ ଶୋ'

ଆଜି ରାଜଧାନୀ ଭୁବନେଶ୍ବରରେ ହାଇଭୋଲଟେଜ୍‌ ପ୍ରଚାର । ଏକାମ୍ର ଭୁବନେଶ୍ବରରେ ରୋଡ୍‌ ସୋ' କରିବେ ଜେପି ନଡ୍ଡା । ବାରିକ ସାହିରୁ ରୋଡ୍‌ ସୋ' ବାହାରି ଲିଙ୍ଗରାଜ ମନ୍ଦିର ଯିବ।

ପ୍ରଚାର ଓ ରୋଡ ସୋରେ କମ୍ପିବ ରାଜଧାନୀ । ସକାଳେ ଓ ସନ୍ଧ୍ୟାରେ ଦୁଇ ଜଣ ବଡ ନେତା ରୋଡ ସୋ କରି ଶକ୍ତି ପ୍ରଦର୍ଶନ କରିବେ ।

ସକାଳ ୯ଟାରେ ନଡ୍ଡା ମାଉସୀ ମା' ମନ୍ଦିରଠାରୁ ଲିଙ୍ଗରାଜ ମନ୍ଦିର ପର୍ଯ୍ୟନ୍ତ ରୋଡ୍ ଶୋ' କରିବେ। ପରେ ଅପରାହ୍ନରେ ବରଗଡ଼ ଜିଲ୍ଲାର ପଦ୍ମପୁର ଓ ସୁନ୍ଦରଗଡ଼ରେ ନିର୍ବାଚନୀ ସଭାକୁ ସମ୍ବୋଧିତ କରିବେ ।

ଗତକାଲି ରାତିରେ ଭୁବନେଶ୍ୱର ପହଞ୍ଚିବା ପରେ ନଡ୍ଡା ଏକ ହୋଟେଲରେ ବିଜେପି ମହିଳା କାର୍ଯ୍ୟକର୍ତ୍ତାଙ୍କ ସହ ବୈଠକ କରିଥିଲେ । ଜେପି ନଡ୍ଡା ।

ଏହି ଅବସରରେ କହିଥିଲେ ଯେ, ମୋଦି ସରକାରରେ ମହିଳାଙ୍କୁ ଅଧିକ ଗୁରୁତ୍ୱ ଦିଆଯାଉଛି । ଯଦି ଜଣେ ବ୍ୟକ୍ତି ସଶକ୍ତ ହେଉଛି ତେବେ କେବଳ ଜଣେ ସଶକ୍ତ ହେବ। ଜଣେ ନାରୀ ସଶକ୍ତ ହେଲେ ପୂରା ପରିବାର ସଶକ୍ତ ହେବ ।

JP Nadda

ଏହା ସହ ସେ ବିଜେଡି ସରକାରକୁ ଟାର୍ଗେଟ କରି କହିଛନ୍ତି ଯେ, ବିଜେଡି ସରକାର ଭୋଟ ପାଇଁ ଲାଞ୍ଚ ଦିଏ। ଦିନକୁ ୫୪ ପଇସାରେ ୫ ବର୍ଷର ଅଧିକାର ଛଡେଇ ନେବା ପାଇଁ ଚାହୁଁଚି ବିଜେଡି। ସୁଭଦ୍ରା ଯୋଜନାରେ ମୋଦି ସରକାର ୫୦ ହାଜର ଟଙ୍କାର କ୍ୟାସ ଭାଉଚର ଦେବେ।

ନିର୍ବାଚନ ପ୍ରଚାରରେ ଆସୁଛନ୍ତି ଛତିଶଗଡ଼, ରାଜସ୍ଥାନ ମୁଖ୍ୟମନ୍ତ୍ରୀ । କାଲି ବିଷ୍ଣୁଦେବ ସାଏଙ୍କ ତଳସରା, ବିଜେପୁର, ବୀରମହାରାଜପୁରରେ ସଭା । ୧୭ରେ ସୁନ୍ଦରଗଡ଼, ରାଜଗାଙ୍ଗପୁର, ବୀରମିତ୍ରପୁରରେ ସଭା କରିବେ ସାଏ ।

୧୭ରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମାଙ୍କ ୩ଟି ସ୍ଥାନରେ ସଭା । ୧୭ରେ ସାନଖେମୁଣ୍ଡି, ଦଶପଲ୍ଲା, ଜି. ଉଦୟଗିରିରେ ସଭା କରିବେ ଭଜନଲାଲ । ଆଜି ଅମିତ ଶାହଙ୍କ କଟକରେ ରୋଡ୍‌ ସୋ' କାର୍ଯ୍ୟକ୍ରମ । ଆଜି ପରେ ପୁଣି ୧୭ ତାରିଖରେ ଓଡ଼ିଶା ଆସିବେ ଅମିତ ଶାହ । ୧୭ ତାରିଖରେ ରାଉରକେଲାରେ ଶାହଙ୍କ ସାଧାରଣ ସଭା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+