ଲୋକସଭା ନିର୍ବାଚନ ୨୦୨୪: ଆଜି ଓଡିଶା ଆସିବେ ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର, କାଲି ଆସିବେ ନଡ୍ଡା
ବିଜେପି ଫୋକସରେ ଓଡ଼ିଶା । ପ୍ରଚାର ପାଇଁ ଦିଲ୍ଲୀ ନେତାଙ୍କ ଘନଘନ ଓଡ଼ିଶା ଗସ୍ତ । ଓଡ଼ିଶାରେ ବିଜେପି ଏଥର ଭଲ ପ୍ରଦର୍ଶନ କରିବା ପାଇଁ କେନ୍ଦ୍ରୀୟ ନେତୃତ୍ଵ ଫୁଲ ଦମରେ ଲାଗି ପଡ଼ିଛନ୍ତି । ସେଥିପାଇଁ ରାଜ୍ୟରେ ବିଜେପି କର୍ମୀଙ୍କ ମନୋବଳ ଦୃଢ଼ କରିବା ପାଇଁ ଓଡ଼ିଶା ଆସୁଛନ୍ତି ଦିଲ୍ଲୀ ନେତା ।
୨୦୨୪ ନିର୍ବାଚନକୁ ଦୃଷ୍ଟିରେ ରଖି ଦଳର ଶକ୍ତି ବୃଦ୍ଧି ନିମନ୍ତେ ବିଜେପିର କେନ୍ଦ୍ରୀୟ ନେତୃତ୍ଵ ଘନ ଘନ ଓଡ଼ିଶା ଗସ୍ତ କରୁଛନ୍ତି । ଶନିବାର ବହିର୍ବ୍ୟାପାର ମନ୍ତ୍ରୀ ଏସ୍. ଜୟଶଙ୍କର ୨ ଦିନିଆ ଓଡ଼ିଶା ଗସ୍ତରେ ଆସିବେ । ସେ ଭୁବନେଶ୍ୱରଠାରେ ଏକ ଖବରଦାତା ସମ୍ମିଳନୀରେ ଯୋଗଦେବା ସହିତ ସାରେ ବୁଦ୍ଧିଜୀବୀ ସମ୍ମିଳନୀକୁ ସମ୍ବୋଧନ କରିବେ ।
ରବିବାର ଜୟଶଙ୍କର କଟକଠାରେ ଦଳୀୟ କାର୍ଯ୍ୟକ୍ରମରେ ଯୋଗଦେବେ। ଏସ୍.ଜୟଶଙ୍କର। ୪ ଓ ୫ ତାରିଖ ଦୁଇଦିନ ଓଡ଼ିଶାରେ ରହିବେ। ଭୁବନେଶ୍ୱର-କଟକ-ସମ୍ବଲପୁରରେ କାର୍ଯ୍ୟକ୍ରମରେ ଯୋଗଦେବେ ଏସ୍.ଜୟଶଙ୍କର ।

ସେହିଭଳି ୫ ତାରିଖ ଅପରାହ୍ନରେ ଆସିବେ BJP ଅଧ୍ୟକ୍ଷ ଜେପି ନଡ୍ଡା ଭୁବନେଶ୍ୱରରେ ପ୍ରମୁଖ ନେତାଙ୍କ ସହ କରିବେ ଆଲୋଚନା। କଟକରେ ମଧ୍ୟ ନଡ୍ଡାଙ୍କ କାର୍ଯ୍ୟକ୍ରମ ରହିଥିବା ସୂଚନା ଦେଇଛନ୍ତି ଗୋଲକ ମହାପାତ୍ର । ନଡ୍ଡାଙ୍କ ପରେ ଆସନ୍ତା ୬ ତାରିଖରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବ୍ରହ୍ମପୁର ଓ ନବରଙ୍ଗପୁର ନିର୍ବାଚନୀ ସଭାକୁ ସମ୍ବୋଧିତ କରିବେ । ବ୍ରହ୍ମପୁର ସହର ଉପକଣ୍ଠ କନିଷିଠାରେ ଆୟୋଜିତ ସଭାରେ ସାମିଲ ହେବେ ମୋଦି ।
ଆସନ୍ତା ୧୧ ତାରିଖରେ ପ୍ରଧାନମନ୍ତ୍ରୀ କିମ୍ବା ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପୁରୀକୁ ପ୍ରଚାର ଲାଗି ଆସିପାରନ୍ତି ବୋଲି ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି।












Click it and Unblock the Notifications