Get Updates
Get notified of breaking news, exclusive insights, and must-see stories!

ଓଡ଼ିଶାରୁ ଗୋଟେ ବି ଲୋକସଭା ଆସନ ଜିତିଲାନି ବିଜେଡ଼ି, କିଏ କିଏ ହେଲେ ବିଜୟ ?

ଓଡିଶାରେ ଉଭୟ ଲୋକସଭା ଓ ବିଧାନସଭା ନିର୍ବାଚନରେ ଶୋଚନୀୟ ପରାଜୟ ଭୋଗିଛି ୨୫ ବର୍ଷର ଶାସକ ଦଳ ବିଜେଡି । ବିଧାନସଭାରେ ମାତ୍ର ୫୧ ସିଟ୍ ଜିତି ନିଜର ସମ୍ମାନ ରଖି ପାରିଥିବା ବିଜେଡି କିନ୍ତୁ ଲୋକସଭା ନିର୍ବାଚନରେ ମାଟି କାମୁଡିଛି । ଦଳ ଅତି ଲଜ୍ଜାଜନକ ପରାଜୟ ଭୋଗିଛି । ଓଡିଶାର ୨୧ ଲୋକସଭା ସିଟରୁ ଦଳ ଗୋଟିଏ ହେଲେ ଜିତି ପାରିଲା ନାହିଁ ।

ଅର୍ଥାତ ଦଳ ଖାତା ବି ଖୋଲି ପାରିଲା ନାହିଁ । ୨୦ଟି ଆସନ ବିଜେପି ପୋଛି ନେଇଥିବା ବେଳେ କଂଗ୍ରେସ ନିଜର କୋରାପୁଟ ଆସନ ବଞ୍ଚାଇବାରେ ସଫଳ ହୋଇଛି ।

୨୦୧୪ ଲୋକସଭା ନିର୍ବାଚନରେ ଯେଉଁ ବିଜେଡି ୨୦ ଏବଂ ୨୦୧୯ରେ ୧୨ଟି ସିଟ୍ ଜିତିଥିଲା ସେହି ଦଳ ଆଜି ଖାତା ବି ଖୋଲି ପାରିନି । ବିଜେଡି ଏମିତି ଧରାଶାୟୀ ହେବ କେହି କେବେ ହେଲେ ଭାବି ପାରି ନ ଥିଲେ । ଆଉ ଇଣ୍ଡିଆ ଟୁଡେ ଏକ୍ସିସ ମାଇ ଇଣ୍ଡିଆର ଏକଜିଟ୍ ପୋଲ ସତ ପ୍ରମାଣିତ ହୋଇଛି । ଏହି ପୋଲରେ କୁହାଯାଇଥିଲା ଯେ, ବିଜେଡି ୧୮ରୁ ୨୦ ଏବଂ ବିଜେଡି ୧ରୁ ୩ ଆସନ ଜିତିବ । କିନ୍ତୁ ବିଜେପି ତ ୨୦ ଜିତିଲା ହେଲେ ବିଜେଡି ଗୋଟିଏ ହେଲେ ଜିତି ପାରିଲା ନାହିଁ । ଯେଉଁ ଗୋଟିଏ ଆସନରେ ଦଳ ଶେଷ ପର୍ଯ୍ୟନ୍ତ ଅଗ୍ରଣୀ ଥିଲା ସେହି ଯାଜପୁର ସିଟରେ ବି ହାତରୁ ଖସିଛି । ଯାଜପୁର ସିଟରେ ଶର୍ମିଷ୍ଠା ସେଠୀ ଆଗରେ ଥିଲେ। ହେଲେ ତାଙ୍କ ପରାଜୟ ସହ ବିଜେଡି ଓଡିଶାରେ ଲୋକସଭାରୁ ଖାତା ଖୋଲିବାରେ ବିଫଳ ହୋଇଛି।

lok sabha election

ଆସ୍କା- ଅନିତା ଶୁଭଦର୍ଶିନୀ
ବାଲେଶ୍ଵର- ପ୍ରତାପ ଷଡ଼ଙ୍ଗୀ
ବରଗଡ଼- ପ୍ରଦୀପ ପୁରୋହିତ
ବ୍ରହ୍ମପୁର- ପ୍ରଦୀପ ପାଣିଗ୍ରାହୀ
ଭଦ୍ରକ- ଅଭିମନ୍ୟୁ ସେଠୀ
ଭୁବନେଶ୍ଵର- ଅପରାଜିତା ଷଡ଼ଙ୍ଗୀ
ବଲାଙ୍ଗୀର- ସଙ୍ଗୀତା କୁମାରୀ ସିଂହ ଦେଓ
କଟକ- ଭର୍ତ୍ତୃହରି ମହତାବ
ଢେଙ୍କାନାଳ- ରୁଦ୍ର ନାରାୟଣ ପାଣି
ଜଗତସିଂହପୁର- ବିଭୂ ପ୍ରସାଦ ତରାଇ
ଯାଜପୁର- ରବୀନ୍ଦ୍ର ନାରାୟଣ ବେହେରା
କଳାହାଣ୍ଡି- ମାଳବିକା ଦେବୀ
କନ୍ଧମାଳ- ସୁକାନ୍ତ କୁମାର ପାଣିଗ୍ରାହୀ
କେନ୍ଦ୍ରାପଡ଼ା- ବୈଜୟନ୍ତ ପଣ୍ଡା
କେନ୍ଦୁଝର- ଅନନ୍ତ ନାୟକ
ମୟୂରଭଞ୍ଜ- ନବଚରଣ ମାଝୀ
ନବରଙ୍ଗପୁର- ବଳଭଦ୍ର ମାଝୀ
ପୁରୀ- ସମ୍ବିତ ପାତ୍ର
ସମ୍ବଲପୁର- ଧର୍ମେନ୍ଦ୍ର ପ୍ରଧାନ
ସୁନ୍ଦରଗଡ଼- ଜୁଏଲ ଓରାମ

କଂଗ୍ରେସର ବିଜୟୀ ପ୍ରାର୍ଥୀ

କୋରାପୁଟ- ସପ୍ତଗିରି ଉଲାକା

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+