ବାଲେଶ୍ଵର ଲୋକସଭା ପ୍ରାର୍ଥୀ ହେଲେ ଲେଖାଶ୍ରୀ, ବିଜେପି ପ୍ରାର୍ଥୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀକୁ ଦେବେ ଟକ୍କର
ବିଧାନସଭା ଆସନ ସହ ବିଜେଡି ଲୋକସଭା ଆସନ ପାଇଁ ଆଜି ପ୍ରାର୍ଥୀ ତାଲିକା ଘୋଷଣା କରିଛି। ବିଜେଡି ବାଲେଶ୍ୱର ଲୋକ ସଭା ପାଇଁ ଲେଖାଶ୍ରୀ ସାମନ୍ତସିଂହାରଙ୍କୁ ଟିକେଟ୍ ଦେଇଛି। ତେବେ ବାଲେଶ୍ୱରରୁ ବିଜେପି ପ୍ରାର୍ଥୀ ପ୍ରତାପ ଷଢଙ୍ଗୀଙ୍କ ବିପକ୍ଷରେ ଲେଖାଶ୍ରୀ ଲଢିବେ।

ସୁଚନା ଯୋଗ୍ୟ ଯେ, ଗତ କିଛି ଦିନ ତଳେ ବିଜେପିରୁ ଇସ୍ତଫା ଦେଇଥିଲେ ଲେଖାଶ୍ରୀ ସାମନ୍ତସିଂହାର। ସୋଶାଲ ମିଡିଆ ଜରିଆରେ ସେ ଏହି ସୂଚନା ଦେଇଥିଲେ। ସେ ତାଙ୍କ ଇସ୍ତଫାପତ୍ର ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ନିକଟକୁ ପଠାଇ ପଠାଇଥିଲେ । ସେ ଦଳ ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ। ସେ ଦଳର ରାଜ୍ୟ ଉପ-ସଭାପତି ପଦରେ ରହିଥିଲେ। ଆଉ କିଛି ସମୟ ପରେ ସେ ବିଜେଡିରେ ଯୋଗ ଦେଇଥିଲେ ।
ଲେଖାଶ୍ରୀ ତାଙ୍କ ଇସ୍ତଫାପତ୍ରରେ ଲେଖିଛନ୍ତି, ଗତ ୧୦ ବର୍ଷ ଧରି ମୁଁ ଭାରତୀୟ ଜନତା ପାର୍ଟିକୁ ମୋର ଝାଳ ଓ ରକ୍ତ ଦେଇଛି। ଶୃଙ୍ଖଳିତ ଭାବେ କଠିନ ପରିଶ୍ରମ କରିବା ସତ୍ତ୍ୱେ ଦଳୀୟ ନେତୃତ୍ୱଙ୍କ ଆସ୍ଥାଭାଜନ ହୋଇପାରିଲି ନାହିଁ। ତେଣୁ ଏଠାରେ ମୋର ଆଉ କିଛି କରିବାକୁ ବାକି ନାହିଁ ବୋଲି ମୁଁ ଅନୁଭବ କରୁଛି। ଓଡ଼ିଶାର ଲୋକଙ୍କ ସେବା କରିବା ପାଇଁ ମୋର ଯେଉଁ ଆଗ୍ରହ ରହିଛି ତାହା ବାଧାପ୍ରାପ୍ତ ହୋଇଛି। ଏତେ ବର୍ଷ ଧରି ଦଳ କାମ କରିବାର ସୁଯୋଗ ଦେଇଥିବାରୁ ଧନ୍ୟବାଦ।












Click it and Unblock the Notifications