ଲୋକସଭା ନିର୍ବାଚନ ୨୦୨୪: ୪୮୨ କୋଟିର ସମ୍ପତ୍ତି ସହ ସଂତୃପ୍ତ ସବୁଠୁ ଧନୀ ପ୍ରାର୍ଥୀ, ଦିଲ୍ଲୀପ କୁମାର ସବୁଠୁ ଗରିବ

ସଂତୃପ୍ତ ସବୁଠୁ ଧନୀ । ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ସଂତୃପ୍ତ ସବୁଠୁ ଧନୀ ପ୍ରାର୍ଥୀ । ତାଙ୍କର ମୋଟ ୪୮୨ କୋଟିର ସ୍ଥାବର ଓ ଅସ୍ଥାବର ସମ୍ପତି ରହିଛି ।

ଆସନ୍ତା ୨୫ ରେ ହେବାକୁ ଥିବା ଓଡ଼ିଶାର ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ୬ ଲୋକ ସଭା ଆସନ ପାଇଁ ୬୪ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି । ସେମାନଙ୍କ ମଧ୍ୟରୁ ୨୮ ଜଣ (୪୪%) କୋଟିପତି ହୋଇଥିବା ଆସୋସିଏସନ୍‌ ଫର୍‌ ଡେମୋକ୍ରାଟିକ ରିଫର୍ମସ୍‌ (ADR) ପ୍ରକାଶ କରିଛି ।
ତୃତୀୟ ପର୍ଯ୍ୟାୟରେ ବିଜେଡିର ସମସ୍ତ ୬ ପ୍ରାର୍ଥୀ କୋଟିପତି ହୋଇଥିବାବେଳେ ବିଜେପି ଏବଂ କଂଗ୍ରେସର ୪ ଜଣ ଲେଖାଏ ପ୍ରାର୍ଥୀ କୋଟିପତି ରହିଛନ୍ତି । ସେହିପରି ଏହି ପର୍ଯ୍ୟାୟରେ ସମସ୍ତ ଲୋକ ସଭା ପ୍ରାର୍ଥୀଙ୍କ ହାରାହାରି ସମ୍ପତ୍ତି ୧୧.୮୦ କୋଟି ଟଙ୍କା ରହିଛି ।

କଟକ ଲୋକ ସଭା ଆସନରୁ ବିଜେଡି ଟିକେଟରେ ନିର୍ବାଚନ ଲଢ଼ୁଥିବା ସଂତୃପ୍ତ ମିଶ୍ର ହେଉଛନ୍ତି ଏହି ପର୍ଯ୍ୟାୟର ସବୁଠାରୁ ଧନୀ ପ୍ରାର୍ଥୀ । ତାଙ୍କର ମୋଟ ୪୮୨ କୋଟିର ସ୍ଥାବର ଓ ଅସ୍ଥାବର ସମ୍ପତି ରହିଛି । ସେହିପରି ପୁରୀ ଲୋକ ସଭା ଆସନର ସ୍ବାଧୀନ ପ୍ରାର୍ଥୀ ଦିଲ୍ଲୀପ କୁମାର ବରାଳ ହେଉଛନ୍ତି ସବୁଠାରୁ ଗରିବ ପ୍ରାର୍ଥୀ । ତାଙ୍କର ମାତ୍ର ୪,୦୩୨ ଟଙ୍କାର ସମ୍ପତ୍ତି ଥିବା ନାମାଙ୍କନ ବେଳେ ଦାଖଲ କରିଥିବା ସତ୍ୟପାଠରୁ ଏଡିଆର୍‌ ପ୍ରକାଶ କରିଛି ।

SantruptA Misra

ବିଜେଡି ପ୍ରାର୍ଥୀଙ୍କ ହାରାହାରି ସମ୍ପତ୍ତି ୯୫ କୋଟି ହୋଇଥିବାବେଳେ ବିଜେପି ଏବଂ କଂଗ୍ରେସ ପ୍ରାର୍ଥୀଙ୍କ ହାରାହାରି ସମ୍ପତ୍ତି ଯଥାକ୍ରମେ ୫ କୋଟି ଏବଂ ୨ କୋଟି ରହିଛି ।

ଅନ୍ୟପକ୍ଷରେ ୬୪ ପ୍ରାର୍ଥୀଙ୍କ ମଧ୍ୟରୁ ୧୮ ଜଣକ ବିରୋଧରେ ଆପରାଧିକ ମାମଲା ରହିଛି। ସୂଚନାଯୋଗ୍ୟ, ଓଡ଼ିଶାରେ ତୃତୀୟ ପର୍ଯ୍ୟାୟରେ ଭୁବନେଶ୍ୱର, କଟକ, କେନ୍ଦୁଝର, ଢେଙ୍କାନାଳ, ପୁରୀ ଏବଂ ସମ୍ବଲପୁର ଲୋକ ସଭା ଆସନରେ ମତଦାନ ହେବ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+