ଚର୍ଚ୍ଚାରେ ଲୋଇସିଂହା ବିଧାୟକ ମୁକେଶ ମହାଲିଙ୍ଗ; ବିଜେପିର ମୁଖ୍ୟମନ୍ତ୍ରୀ ହୋଇପାରନ୍ତି ମୁକେଶ ମହାଲିଙ୍ଗ
ଚର୍ଚ୍ଚାରେ ମୁକେଶ ମହାଲିଙ୍ଗ, ବିଜେପିର ମୁଖ୍ୟମନ୍ତ୍ରୀ ହୋଇପାରନ୍ତି ମୁକେଶ ମହାଲିଙ୍ଗ ହୋଇପାରନ୍ତି । ବଲାଙ୍ଗୀର ଜିଲାରେ ଦ୍ୱିତୀୟ ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ମଙ୍ଗଳବାର ଭୋଟ ଗଣତି ଅନୁଷ୍ଠିତ ହୋଇଯାଇଛି । ଏଥିରେ ପ୍ରତିଦ୍ବନ୍ଦୀ ବିଜେଡ଼ି ପ୍ରାର୍ଥୀଙ୍କ ଠାରୁ ଭାଜପା ବିଧାୟକ ପ୍ରାର୍ଥୀ ମୁକେଶ ମହାଲିଙ୍ଗ ୧୯ ହଜାରରୁ ଅଧିକ ବ୍ୟବଧାନ ରେ ବିଜୟୀ ହୋଇଛନ୍ତି ।
ମେ ୧୩ରେ ର୍ନିବାଚନ ଅନୁଷ୍ଠିତ ହୋଇଥିଲା। ନିର୍ବାଚନ ସରିବା ପରେ ଭାଜପା ଓ ବିଜେଡ଼ି ମଧ୍ୟରେ ସିଧା ସଳଖ ଲଢ଼େଇ ହେଉଥିବା ନେଇ ଆଲୋଚନା ହୋଇଥିଲା। ଏଠାରୁ ଭାଜପା ବିଧାୟକ ପ୍ରାର୍ଥୀ ମୁକେଶ ମଲିଂ ପୁଣି ବିଜୟୀ ହେବା ସହ ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ହେବ ବୋଲି ତାଙ୍କ ସମର୍ଥକ କହି ବୁଲିବା ସହ ଛକ ଛକରେ ଆଲୋଚନା କରୁଥିଲେ।

ଓଡ଼ିଶାରେ ବିଜେପି ସରକାରହେଲେ ମୁକେଶଙ୍କୁ ଦଳ ମୁଖ୍ୟ ମନ୍ତ୍ରୀପଦ ଦେଇପାରନ୍ତି ବୋଲି ସମର୍ଥକ ଆଲୋଚନା ଆରମ୍ଭ କରିଦେଇଥିଲେ । ଏପରିକି ଏହି ଆଲୋଚନା ରାଜଧାନୀ ବି ହେଉଥିବା ସମର୍ଥକ କହୁଥିଲେ । ସତକୁ ସତ ରାଜ୍ୟରେ ଭାଜପା ସଂଖ୍ୟାଗରିଷ୍ଠତା ହାସଲ କରିବା ସହ ମୁକେଶ ବଡ଼ ବ୍ୟବଧାନ ରେ ବିଜୟୀ ହୋଇଛନ୍ତି ।
ତାଙ୍କ ସମର୍ଥକଙ୍କ ଆଶା ଦ୍ୱିଗୁଣିତ ହୋଇ ଯାଇଛି । ଏ ସମ୍ପର୍କରେ ମୁକେଶଙ୍କୁ ପଚାରିବାରୁ, ସମର୍ଥକଙ୍କ ଆଲୋଚନାକୁ ଖଣ୍ଡନ କରି ନ ଥିଲେ। ଭାଜପା ଏକ କ୍ୟାଡର ବେଶ୍ ତଥା ଗଣତାନ୍ତ୍ରିକ ଦଳ। ଦଳ ଯାହା ନିଷ୍ପତ୍ତି ନେବ ଓ ଦାୟିତ୍ୱ ଦେବ ତାହାକୁ ଗ୍ରହଣ କରିବି ଏବଂ ସୂଚାରୁ ରୂପେ ତୁଲାଇବାକୁ ଚେଷ୍ଟା କରିବି ବୋଲି ସେ କହିଛନ୍ତି ।












Click it and Unblock the Notifications