ବାତ୍ୟା ପାଇଁ ସାମାନ୍ୟ କୋହଳ ହେଲା ଲକଡାଉନ କଟକଣା: ଦିନ ୧ଟା ଯାଏଁ ଖୋଲା ରହିବ ଦୋକାନ
ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ୧୦ଟି ଜିଲ୍ଲାରେ ଲକ୍ଡାଉନ୍କୁ ସାମାନ୍ୟ କୋହଳ କରାଯାଇଛି। ଲୋକଙ୍କୁ ଅତ୍ୟାବଶ୍ୟକ ସାମଗ୍ରୀ କିଣିବା ପାଇଁ ଲକ୍ଡାଉନ୍କୁ କୋହଳ କରିବାକୁ ସ୍ୱତନ୍ତ୍ର ରିଲିଫ୍ କମିଶନର (ଏସ୍ଆର୍ସି)ଙ୍କ କାର୍ଯ୍ୟାଳୟ ପକ୍ଷରୁ ନିର୍ଦ୍ଦେଶନାମା ଜା
ଭୁବନେଶ୍ୱର: ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ୧୦ଟି ଜିଲ୍ଲାରେ ଲକ୍ଡାଉନ୍କୁ ସାମାନ୍ୟ କୋହଳ କରାଯାଇଛି। ଲୋକଙ୍କୁ ଅତ୍ୟାବଶ୍ୟକ ସାମଗ୍ରୀ କିଣିବା ପାଇଁ ଲକ୍ଡାଉନ୍କୁ କୋହଳ କରିବାକୁ ସ୍ୱତନ୍ତ୍ର ରିଲିଫ୍ କମିଶନର (ଏସ୍ଆର୍ସି)ଙ୍କ କାର୍ଯ୍ୟାଳୟ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି।

ବାଲେଶ୍ୱର, ଭଦ୍ରକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ମୟୂରଭଞ୍ଜ, କେନ୍ଦୁଝର, ପୁରୀ, ଯାଜପୁର, କଟକ ଓ ଖୋର୍ଦ୍ଧା ଜିଲ୍ଲାରେ ଲକ୍ଡାଉନ୍ କଟକଣା କୋହଳ କରାଯାଇଛି। ଏସ୍ଆର୍ସିଙ୍କ ନୂଆ ନିର୍ଦ୍ଦେଶ ଅନୁଯାୟୀ, ଆଜି ଓ ଆସନ୍ତାକାଲି (ମେ' ୨୪ ଓ ୨୫ ତାରିଖ) ସକାଳ ୭ଟାରୁ ଦିନ ଗୋଟାଏ ଯାଏ ଏହି ୧୦ ଜିଲ୍ଲାରେ ଲକଡାଉନ କଟକଣା ସାମାନ୍ୟ କୋହଳ ରହିବ।

ସକାଳ ୭ରୁ ଦିନ ଗୋଟାଏ ଯାଏ ଖୋଲା ରହିବ ବଜାର । କରୋନା କଟକଣାରେ ଲୋକେ ଯାଇ ଜିନିଷ କିଣିପାରିବେ । ବାତ୍ୟା ପୂର୍ବରୁ ଲୋକେ ଆବଶ୍ୟକୀୟ ସାମଗ୍ରୀ କିଣିବା ତଥା ସେମାନଙ୍କ ପାଖରେ ପହଞ୍ଚାଇବା ପାଇଁ ଏପରି ନିଷ୍ପତ୍ତି ନିଆଯାଇଛି । ରାସ୍ତାକଡ଼ ଦୋକାନ, କ୍ଷୀର ଦୋକାନ, ପାଉଁରୁଟି ଓ ବିଭିନ୍ନ ଜରୁରୀ ସାମଗ୍ରୀ ପନିପରିବା, ମାଛ, ମାଂସ, ଅଣ୍ଡା ଦୋକାନ ଖୋଲାରହିବ ।












Click it and Unblock the Notifications