ଲକଡାଉନ ଓଡିଶା: ପ୍ରଥମ ଦିନରେ ବି ଅମାନିଆଙ୍କ ଅରାଜକତା, ଆଦାୟ ହେଲା ୨୩ ଲକ୍ଷ ଟଙ୍କାରୁ ଅଧିକ ଫାଇନ
ପ୍ରଥମ ଦିନରେ ଆଦାୟ ହୋଇଛି ୨୩ଲକ୍ଷ ୧୮ହଜାର ୬୫୦ଟଙ୍କା ଜରିମାନା । କୋଭିଡ ନିୟମ ଉଲ୍ଲଂଘନ ଅଭିଯୋଗରେ ୨୭ଜଣ ଅମାନିଆ ଗିରଫ ହୋଇଛନ୍ତି ।
ଭୁବନେଶ୍ୱର: ଲକଡାଉନରେ ଅମାନିଆଙ୍କ ଅରଜକତା । ଲକଡାଉନ ଓଡିଶାର ପ୍ରଥମ ଦିନରେ ମଧ୍ୟ ନିୟମକୁ ଫୁ କରି ଉଡାଇ ଦେଲେ ଅଭ୍ୟାସଗତ ନିୟମ ଉଲଙ୍ଘନକାରୀ । ମାତ୍ର ଏମାନଙ୍କୁ ସଠିକ୍ ଢଙ୍ଗରେ ସାବାଡ ମଧ୍ୟ କରିଛି ଓଡିଶା ପୋଲିସ ।

ପ୍ରଥମ ଦିନରେ ଆଦାୟ ହୋଇଛି ୨୩ଲକ୍ଷ ୧୮ହଜାର ୬୫୦ଟଙ୍କା ଜରିମାନା । କୋଭିଡ ନିୟମ ଉଲ୍ଲଂଘନ ଅଭିଯୋଗରେ ୨୭ଜଣ ଅମାନିଆ ଗିରଫ ହୋଇଛନ୍ତି । ୪ଟି କେସ୍ ରେଜିଷ୍ଟର ହୋଇଥିବା ବେଳେ ୫୫୭ ଗାଡ଼ି ସିଜ୍ ହୋଇଛି । ଜନସାଧାରଣଙ୍କୁ ସଚେତନ କରିବା ସତ୍ୱେ ମାନୁନଥିବାରୁ ଏପରି କାର୍ୟ୍ୟାନୁଷ୍ଠାନ ନିଆଯାଉଛି। ତେଣୁ ସତର୍କ ଓ ସଚେତନ ରହିବାକୁ ଟ୍ୱିଟ୍ କରି ଲୋକଙ୍କୁ ଚେତାଇଛି ଓଡ଼ିଶା ପୋଲିସ ।
ଉଲ୍ଲେଖଯୋଗ୍ୟ, ରାଜ୍ୟରେ ଆଜିଠାରୁ ୧୪ ଦିନିଆ ଲକଡାଉନ ଆରମ୍ଭ ହୋଇଛି । ଲକ୍ଡାଉନ ବେଳେ ଜରୁରୀକାଳୀନ ପରିସ୍ଥିତିରେ କାମ ଥିଲେ ବାହାରକୁ ଆସିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ତାହା ପୁଣି ବାଇକରେ କେବଳ ଜଣେ ଲୋକ ହିଁ ଯାତ୍ରା କରିପାରିବେ ବୋଲି ନିର୍ଦ୍ଦେଶ ଦିଆଯାଇଛି।












Click it and Unblock the Notifications