ଗଣେଶ ମଣ୍ଡପ ହାଟ ଉଚ୍ଛେଦ ଘଟଣା: ପ୍ରତିବାଦରେ ରାସ୍ତା ରୋକ୍, ପୋଲିସ-ବିକ୍ଷୋଭକାରୀ ମୁହାମୁହିଁ

ଭୁବନେଶ୍ୱର ସ୍ଥିତ ଝାରପଡ଼ାରେ ଥିବା ଗଣେଶ ମଣ୍ଡପ ହାଟ ଉଚ୍ଛେଦକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି । ବିନା ନୋଟିସରେ ଉଚ୍ଛେଦ କରାଯାଉଥିବାରୁ ବ୍ୟବସାୟୀମାନେ ଏହାକୁ ବିରୋଧ କରିଛନ୍ତି ।

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ଝାରପଡ଼ାରେ ଥିବା ଗଣେଶ ମଣ୍ଡପ ହାଟ ଉଚ୍ଛେଦକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି । ବିନା ନୋଟିସରେ ଉଚ୍ଛେଦ କରାଯାଉଥିବାରୁ ବ୍ୟବସାୟୀମାନେ ଏହାକୁ ବିରୋଧ କରିଛନ୍ତି । ପ୍ରତିବାଦରେ ବିଜେପି ଓ ସ୍ଥାନୀୟ ବ୍ୟବସାୟୀଙ୍କ ପକ୍ଷରୁ କଟକ-ପୁରୀ ରାସ୍ତାର ଲକ୍ଷ୍ମୀସାଗର ଗୋଲେଇ ଛକ ନିକଟରେ ରାସ୍ତା ଅବରୋଧ କରାଯାଇଛି। ଦୋକାନୀମାନଙ୍କୁ କ୍ଷତିପୂରଣ ଓ ଥଇଥାନ ଦାବିରେ ରାସ୍ତା ଅବରୋଧ କରାଯାଇଥିବା ଜଣାଯାଇଛି।

Bhubaneswar Market

ଗତକାଲି ରାତି ୯ଟାରେ ସୂଚନା ଦେଇ ସକାଳୁ ଉଚ୍ଛେଦ ହେଉଥିବାରୁ ବ୍ୟବସାୟୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ସ୍ଥାନୀୟ ଅଞ୍ଚଳରେ ବିଜେପି କର୍ପୋରେଟର ଜିତିଥିବାରୁ ବିଜେଡି ଆକ୍ରୋଶ ମୂଳକ ଭାବେ ଏପରି କରୁଥିବା ଅଭିଯୋଗ ମଧ୍ୟ ହୋଇଛି । ଉତ୍ତ୍ୟକ୍ତ ବ୍ୟବସାୟୀ ଓ ସ୍ଥାନୀୟ ଲୋକମାନେ ଲକ୍ଷ୍ମୀସଗାର ଗୋଲେଇ ଛକ ନିକଟରେ କଟକ -ପୁରୀ ରୋଡର ଝାରପଡା ଓଭରବ୍ରିଜ ନିକଟରେ ରାସ୍ତାରୋକ କରିଛନ୍ତି । ଏହି ସମୟରେ ପୋଲିସ ଓ ବିକ୍ଷୋଭକାରୀଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଦେଖିବାକୁ ମିଳିଛି।

୩ ଏକର ୨୦୭ ଡେସମିଲ ଜାଗାରେ ୨୦୦ରୁ ଉର୍ଦ୍ଧ୍ବ ଦୋକାନ ଉଚ୍ଛେଦ ହୋଇଛି। ଉଚ୍ଛେଦ ବେଳେ ୧୪୪ ଧାରା ଲାଗୁ କରାଯାଇଥିଲା। ଏହାକୁ ନେଇ ଦୁଇ ଜଣ ଲୋକ ଆସି ଗାଳିଗୁଲଜ କରିବାରୁ ପୋଲିସ ଉଭୟଙ୍କୁ ଅଟକ ରଖିଥିବାର ସୂଚନା ମିଳିଛି।

Bhubaneswar Market

ଖବର ପାଇ ବିଜେପି ନେତା ସୁନୀତି ମୁଣ୍ଡ୍‌, ବାବୁ ସିଂହ ଓ ଜଗନ୍ନାଥ ପ୍ରଧାନ ସ୍ଥାନୀୟ ଲୋକଙ୍କ ସମର୍ଥନରେ ସେଠାରେ ପହଞ୍ଚିଥିଲେ।
ବାବୁ ସିଂହ କହିଛନ୍ତି, "୩୩ ନମ୍ବର ୱାର୍ଡରେ ବିଜେପି କର୍ପୋରେଟର ଜିତିଥିବାରୁ ବିଜେଡି ଆକ୍ରୋଶ ରଖି ଏପରି କରୁଛି। ନିର୍ବାଚନ ରେଜଲ୍ଟ ବାହାରିବା ଦିନ ଗୋଟିଏ ଦୋକାନ ଭାଙ୍ଗି ଦିଅଯାଇଥିଲା। ଆଜି ସବୁ ଦୋକାନ ଭଙ୍ଗା ଯାଇଛି। ସରକାର ଯଦି ଲୋକଙ୍କ ପେଟକୁ ଦାନା ଦେଇପାରିବନି, ତାହାହେଲେ ସେମାନଙ୍କ ଦୋକାନକୁ ଭାଙ୍ଗିବାକୁ କିଏ ଅଧିକାର ଦେଲା?"

ଜଣେ ବ୍ୟବସାୟୀ କହିଥିଲେ, "ଆମେ ଦଶ ବର୍ଷ ହେବ ଦୋକାନ କରି ପେଟ ପୋଷୁଥିଲୁ। ବିଜେଡି ଆକ୍ରୋଶ ମୂଳକ ଭାବେ ଏପରି କରୁଛି। ଏହି ହାଟକୁ ଭାଙ୍ଗିଦେଲେ ଭୟରେ ଆମେ ବିଜେପିକୁ ଆଉ ଭୋଟ ଦେବୁନି ବୋଲି ସେମାନେ ଭାବୁଛନ୍ତି। ଆମକୁ ଭୟଭୀତ କରିବାକୁ ସେମାନେ ଏପରି କରୁଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+