ରାଜ୍ୟରେ MRPଠାରୁ ଅଧିକ ଦରରେ ବିକ୍ରି ହେଉଛି ଦେଶୀ ଓ ବିଦେଶୀ ମଦ
Odisha Assembly Update : Local And Foreign Liquor Is Being Sold More Tha MRP In State ରାଜ୍ୟରେ MRPଠାରୁ ଅଧିକ ଦରରେ ବିକ୍ରି ହେଉଛି ଦେଶୀ ଓ ବିଦେଶୀ ମଦ
ଭୁବନେଶ୍ୱର: ରାଜ୍ୟରେ ଏମଆରପିଠାରୁ ଅଧିକ ଦରରେ ବିକ୍ରି ହେଉଛି ଦେଶୀ ଓ ବିଦେଶୀ ମଦ । ଆଜି ବିଧାନସଭା ପ୍ରଶ୍ନକାଳରେ ଏହା କୁ ସ୍ୱିକାର କରିବା ସହ ଉତ୍ତର ରଖିଛନ୍ତି ଅବକାରୀ ମନ୍ତ୍ରୀ ଅଶ୍ୱିନ ପାତ୍ର । ପ୍ରଶ୍ନକାଳରେ ଏ ସମ୍ପର୍କରେ ବିଧାୟକ ଅରବିନ୍ଦ ଢାଲି ଏହି ମାମଲାରେ ପ୍ରଶ୍ନ ରଖିଥିଲେ । ତାଙ୍କ ପ୍ରଶ୍ନରେ ଉତ୍ତର ରଖି ଅବକାରୀ ମନ୍ତ୍ରୀ ଅଶ୍ୱିନ ପାତ୍ର କହିଥିଲେ ଯେ ରାଜ୍ୟର ଅନେକ ସ୍ଥାନରେ ଏମଆରପିଠାରୁ ଅଧିକ ଦାମରେ ମଦ ବିକ୍ରି କରାଯାଉଛି । ହେଲେ ଏପରି ଅଭିଯୋଗ ସାମ୍ନାକୁ ଆସିବା ମାତ୍ରେ ତୁରନ୍ତ ପଦକ୍ଷପ ନିଆଯାଉଛି ।

ଏହା ସହ ଅବକାରୀ ମନ୍ତ୍ରୀ ଏହା ମଧ୍ୟ କହିଛନ୍ତି ଯେ ଅନେକ ସମୟରେ ହଠାତ୍ ପରିଦର୍ଶନ କାଲାବେଳେ ଏଭଳି ଘଟଣା ସାମ୍ନାକୁ ଆସିଥାଏ । ଯାହାର ତଦନ୍ତ ତୁରନ୍ତ କରାଯାଇଥାଏ । ଅଧିକ ଦରରେ ବିକ୍ରି ଅଭିଯୋଗ ଆସିବା ମାତ୍ରେ ଜିଲ୍ଲା ସ୍ତରର ଆବଶ୍ୟକ ସ୍ତରରେ ଡିଭିଜନ ସ୍ତରରେ ତଦନ୍ତ କରାଯାଏ । ଯାହାକୁ ରାଜ୍ୟସ୍ତରୀୟ ସ୍କ୍ୱାଡ ଦ୍ୱାରା ତଦନ୍ତ ହୋଇଥାଏ। ଯଦି ବିକ୍ରେତାଙ୍କ ପକ୍ଷରେ ଅଭିଯୋଗ ସତ୍ୟାସତ୍ୟ ପ୍ରମାଣିତ ହୁଏ ତେବେ ତୁରନ୍ତ ଲାଇସେନ୍ସ ଧାରୀଙ୍କ ବିରୁଦ୍ଧରେ ସିରିୟସ ଇ-ରେଗୁଲାରିଟି ରିପୋର୍ଟ ଦାୟର କରାଯାଇ କାର୍ଯ୍ୟାନୁଷ୍ଠାନ ହୋଇଥାଏ ।
ତେବେ ଏହି ମାମଲାରେ ୨୦୨୧ -୨୨ ଆର୍ଥିକ ବର୍ଷରେ ୨୯ଟି ସିରିୟସ ଇ-ରେଗୁଲାରିଟି ରିପୋର୍ଟ ଦାୟର ହୋଇଥିବା ବେଳେ ୨୯ ଲକ୍ଷ ଟଙ୍କାର ଜୋରିମାନା ମଧ୍ୟ ଆଦାୟ କରାଯାଇଛି । ମନ୍ତ୍ରୀ ଏହା ମଧ୍ୟ ସୂଚନା ଦେଇଛନ୍ତି ଯେ ୨୦୨୨-୨୩ ଜୁନ ସୁଦ୍ଧା ଏହି ଅଭିଯୋଗରେ ୩୧ଟି FIR ଦାୟର ହୋଇଛି । ଯେଉଁଥିରୁ ୮ଟି ମାମଲାରେ ୮ ଲକ୍ଷ ଟଙ୍କା ଜୋରିମାନା ଆଦାୟ କରାଯାଇସରିଛି । ବାକି ୨୩ ଟି ମାମଲା ବିଚାରାଧୀନ ରହିଛି ।












Click it and Unblock the Notifications