ପରୀକ୍ଷା ଦେଲେନି LLB ଛାତ୍ରଛାତ୍ରୀ, ବନ୍ଦ ହେଲେ ପରୀକ୍ଷା
ବାତିଲ ହୋଇଛି LLB ଷଷ୍ଠ ସେମିଷ୍ଟର ପେପର-୧ ପରୀକ୍ଷା । ଆଉଟ୍ ଅଫ୍ ସିଲାବସ୍ ପ୍ରଶ୍ନପତ୍ର ପଡ଼ିଲା ମହଙ୍ଗା । ଏହା ପରେ ଛାତ୍ରଛାତ୍ରୀ ଦେଖାଯାଇଥିଲା ଅସନ୍ତୋଷ । ପରେ ଆରମ୍ଭ ହୋଇଥିଲା ବିଦ୍ରୋହ । ଏହାପରେ ଶେଷରେ ବାତିଲ ହୋଇଛି LLB ଷଷ୍ଠ ସେମିଷ୍ଟର ପେପର-୧ ପରୀକ୍ଷା । ମଧୁସୂଦନ ଆଇନ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ୨୮ କଲେଜର ପେପର-୧ ପରୀକ୍ଷା ଆଜି ବାତିଲ ହୋଇଛି। ଏନେଇ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।

ଆଜି ମଧୁସୂଦନ ଆଇନ ବିଶ୍ୱବିଦ୍ୟାଳୟର ଷଷ୍ଠ ସେମିଷ୍ଟର ପରୀକ୍ଷା ଥିଲା। ମାତ୍ର ହଲ୍ ଭିତରେ ପ୍ରବେଶ ପରେ ଛାତ୍ରଛାତ୍ରୀ ଯାହା ଦେଖିଲେ ସେମାନଙ୍କ ବୁଦ୍ଧି ହଜିଗଲା। କାରଣ ସିଲାବସ୍ରୁ ନୁହଁ, ସିଲାବସ୍ ବାହାରୁ ଆସିଥିଲା ପ୍ରଶ୍ନ ।
ବର୍ତ୍ତମାନ ପଢ଼ା ଯାଉଥିବା କୋର୍ସରେ ତାହା ନ ଥିବା ବେଳେ ପୁରୁଣା ପାଠରୁ ପଡ଼ିଛି ପ୍ରଶ୍ନ । ତେଣୁ ସିଲାବସ୍ ଅନୁଯାୟୀ ରାତି ଦିନ ପରିଶ୍ରମ ପରେ ଆଉଟ୍ ଅଫ୍ ସିଲାବସ୍ରେ ପରୀକ୍ଷା ଦେବା ସମ୍ଭବପର ନୁହେଁ ବୋଲି ରୋକଠୋକ ଶୁଣାଇ ଦେଲେ ବିଭିନ୍ନ କଲେଜର ଛାତ୍ରଛାତ୍ରୀ।
ଏହାକୁ ଗୁରୁତର ସହ ନେଇ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଆଜିର ପରୀକ୍ଷାକୁ ବାତିଲ କରି ଦେଇଛନ୍ତି । ଏଥିସହ ଆଗାମୀ ଦିନରେ କେବେ ପରୀକ୍ଷା ହେବ ତାହା ସ୍ପଷ୍ଟ କରିବେ ବୋଲି ସୂଚନା ଦେଇଛନ୍ତି ।












Click it and Unblock the Notifications