ମନ କି ବାତରେ ମୋଦି କହିଥିଲେ ଏହି ସବୁ ଓଡିଆଙ୍କ କାହାଣୀ, ଦେଖନ୍ତୁ, ସେମାନଙ୍କ ତାଲିକା...

Odia in Mann Ki Baat: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରେଡ଼ିଓ କାର୍ଯ୍ୟକ୍ରମ ମନ୍ କି ବାତ୍ ର 100 ତମ ଏପିସୋଡ଼ ପ୍ରସାରିତ ହୋଇଛି । ପ୍ରଧାନମନ୍ତ୍ରୀ ଏହି ଅବସରରେ ସାରା ଦେଶକୁ ସମ୍ବୋଧିତ କରିଛନ୍ତି । ଦେଶର ବିଶିଷ୍ଟ ବ୍ୟକ୍ତିକ୍ତ୍ୱ ମାନଙ୍କୁ ସ୍ମରଣ କରିବା ସହ ଏହାର 100 ତମ ଏପିସୋଡ଼ ପୂରଣ ନେଇ ଅଭିନନ୍ଦନ ଜଣାଇଛନ୍ତି ମୋଦି ।

ଏହି ସମୟରେ ମୋଦି ଓଡ଼ିଶାର ପଦ୍ମଶ୍ରୀ ପ୍ରକାଶ ରାଓଙ୍କୁ ସ୍ମରଣ କରିଛନ୍ତି । ଚା ବିକି ସେ କିପରି ଲୋକଙ୍କ ସେବା କରୁଥିଲେ ସେ କଥା ମନେ ପକାଇଛନ୍ତି ମୋଦି । ଗରିବ ପିଲାଙ୍କୁ ପଢାଇବାରେ ଡି ପ୍ରକାଶ ରାଓଙ୍କ ଅବଦାନ ଅତୁଳନୀୟ ବୋଲି ମୋଦି କହିଛନ୍ତି । ତେବେ ପୂର୍ବରୁ ମଧ୍ୟ ପଦ୍ମଶ୍ରୀ ପ୍ରକାଶ ରାଓଙ୍କ ବିଷୟରେ ନିଜ କାର୍ଯ୍ୟକ୍ରମ ମନ କି ବାତରେ କହିଥିଲେ ପ୍ରଧାନମନ୍ତ୍ରୀ । କେବଳ ସେତିକି ନୂହେଁ ଓଡିଶା ଗସ୍ତ ସମୟରେ କଟକରେ ପ୍ରକଶ ରାଓଙ୍କୁ ମଧ୍ୟ ବ୍ୟକ୍ତିଗତ ଭାବେ ଭେଟିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

Mann Ki Baat

ଉଲ୍ଲେଖଥାଉ କି, ସମାଜସେବୀ ପଦ୍ମଶ୍ରୀ ଡି. ପ୍ରକାଶ ରାଓ କଟକ ବକ୍ସିବଜାରରେ ଏକ ଚା' ଦୋକାନ କରିଥିଲେ। ସେଥିରୁ ଉପାର୍ଜିତ ଅର୍ଥରେ ସେ ବସ୍ତି ପିଲାମାନଙ୍କୁ ପାଠ ପଢ଼ାଉଥିଲେ। ଏଥିସହ ସେ ନିଜ ଉଦ୍ୟମରେ ସ୍କୁଲ କରିଛନ୍ତି । ଏହାଛଡ଼ା ସେ ୨୦୦ ଥରରୁ ଅଧିକ ଥର ରକ୍ତଦାନ କରିଛନ୍ତି। ତାଙ୍କର ଏହି ଅବଦାନ ପାଇଁ ୨୦୧୯ ମସିହାରେ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରାଯାଇଥିଲା। ୧୩ ଜାନୁଆରୀ ୨୦୨୧ ରେ ଏସସିବି କୋଭିଡ୍ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ଘଟିଥିଲା । ମୃତ୍ୟୁ ବେଳକୁ ତାଙ୍କୁ ୬୨ ବର୍ଷ ବୟସ ହୋଇଥିଲା ।

ତେବେ ଆଜି ମନ୍ କି ବାତର 100 ତମ ଅଧ୍ୟାୟ ଅବସରରେ, ଆମେ ଦେବୁ ଆପଣଙ୍କୁ ସେହି ଓଡିଆ ବ୍ୟକ୍ତି ବିଶେକଙ୍କ ତାଲିକା, ଯେଉଁମାନଙ୍କ କାହାଣୀ ପ୍ରଧାନମନ୍ତ୍ରୀ ତାଙ୍କ ଏହି କାର୍ଯ୍ୟକମରେ ବଖାଣିଥିଲେ ।

Mann Ki Baat

Mann Ki Baat ରେ କେନ୍ଦ୍ରାପଡ଼ାର କମଳା ମହାରଣା: 'ମନ୍ କି ବାତ୍' କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେନ୍ଦ୍ରାପଡ଼ାର କମଳା ମହାରଣାଙ୍କ ଉଦ୍ୟମକୁ ପ୍ରଶଂସା କରିଥିଲେ । କମଳାଙ୍କ ବିଷେଶତ୍ୱ ହେଲା କ୍ଷୀର ପ୍ୟାକେଟ୍‌ ଜରି ଓ ଅଦରକାରୀ ପ୍ଲାଷ୍ଟିକ୍‌ରୁ ବିଭିନ୍ନ ସାମଗ୍ରୀ ତିଆରି କରନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ ପ୍ରଶଂସାରେ କହିଥି‌ଲେ ଯେ, ଏହି ସଙ୍ଗଠନର ମହିଳାମାନେ 'କ୍ଷୀର ପାଉଚ୍‌' ଏବଂ ଅନ୍ୟାନ୍ୟ 'ପ୍ଲାଷ୍ଟିକ୍‌ ପ୍ୟାକେଜିଙ୍ଗ୍‌' ସାମଗ୍ରୀରୁ ଚାଙ୍ଗୁଡ଼ି ଏବଂ ମୋବାଇଲ୍‌ ଷ୍ଟାଣ୍ଡ୍‌ ଭଳି ଅନେକ ଜିନିଷ ତିଆରି କରୁଛନ୍ତି । ଏହା ସ୍ବଚ୍ଛତାକୁ ସୁନିଶ୍ଚିତ କରିବା ସଙ୍ଗେ ସଙ୍ଗେ ସେମାନଙ୍କ ପାଇଁ ଭଲ ଆୟର ଉତ୍ସ ହୋଇପାରିଛି ।

Mann Ki Baat

ଆମେ ଯଦି ଶପଥ କରିବା, ପରିଚ୍ଛନ୍ନ ଭାରତ ପାଇଁ ଆମେ ବଡ଼ ଅବଦାନ ଦେଇପାରିବା । ପ୍ଲାଷ୍ଟିକ୍‌ ବ୍ୟାଗ୍‌ ସ୍ଥାନରେ କପଡ଼ା ବ୍ୟାଗ୍‌ ବ୍ୟବହାର କରିବା ପାଇଁ ଆମେ ଅନ୍ତତଃ ପ୍ରତିଜ୍ଞା କରିପାରିବା । ଆପଣମାନେ ଜାଣିପାରିବେ ଯେ, ଆପଣଙ୍କ ପ୍ରତିଜ୍ଞା କିଭଳି ଆପଣମାନଙ୍କୁ ଆତ୍ମ ସନ୍ତୋଷ ଦେବା ସହିତ ଅନ୍ୟମାନଙ୍କୁ ପ୍ରେରିତ କରୁଛି ବୋଲି ମୋଦି କହିଥିଲେ ।

ମନ୍‌ କି ବାତରେ ଓଡ଼ିଆ ବୈଜ୍ଞାନିକ ଜ୍ୟୋତିର୍ମୟୀ: ଆଇୟୁପିଏସି ୨୦୨୩ ପୁରସ୍କାର ପାଇଥିବା ଦେଶର ପ୍ରଥମ ମହିଳା ତଥା ଓଡ଼ିଆ ବୈଜ୍ଞାନିକ ଜ୍ୟୋତିର୍ମୟୀ ମହାନ୍ତିଙ୍କୁ ମନ୍‌ କି ବାତ୍‌'ର ୯୯ତମ ସଂସ୍କରଣରେ ପ୍ରଶଂସା କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଆଜି ଭାରତର ଯେଉଁ ସାମର୍ଥ୍ୟବାନ ସ୍ୱରୂପ ନୂଆ ଭାବରେ ଉଜ୍ଜ୍ୱଳରୁ ଉଜ୍ଜ୍ୱଳତର ହୋଇ ଉଦ୍ଭାସିତ ହେବାରେ ଲାଗିଛି, ତହିଁରେ ବହୁତ ବଡ଼ ଭୂମିକା ନାରୀଶକ୍ତିର ହିଁ ରହିଛି । ଏତେ ସମୟ ଭିତରେ ଏଇମିତି ଅନେକ ଉଦାହରଣ ଆମ ସାମ୍ନାରେ ଉପସ୍ଥିତ ହୋଇସାରିଛି । କେମିକାଲ୍‌ ଇଞ୍ଜିନିୟରିଂ କ୍ଷେତ୍ରରେ 'ଭାବା ଆଟୋମିକ୍‌ ରିସର୍ଚ୍ଚ ସେଣ୍ଟର୍‌'ର ମହିଳା ବୈଜ୍ଞାନିକ ଜ୍ୟୋତିର୍ମୟୀ ମହାନ୍ତି 'ଆଇୟୁପିଏସି' ବିଶେଷ ପୁରସ୍କାର ପାଇଛନ୍ତି। ଏହା ଦେଶ ପାଇଁ ଗୌରବର ବିଷୟ।

Mann Ki Baat

ମନ କି ବାତରେ ଓଡିଆ କ୍ୟାପଟେନଙ୍କ କଥା: ସେହିପରି ୭୭ତମ ମନ କି ବାତ୍ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହିଣ୍ଡନ ଏୟାରବେସରେ ମୁତୟନ ହୋଇଥିବା ଓଡ଼ିଆ ପୁଅ କ୍ୟାପଟେନ ଏ.କେ ପଟ୍ଟନାୟକଙ୍କ କଥା ଉଠାଇ ତାଙ୍କୁ ଉତ୍ସାହିତ କରିଥିଲେ ।

ଏକାଥରେ ତିନି ଓଡିଆଙ୍କୁ ପ୍ରଶଂସା କରିଥିଲେ ମୋଦି: ଏହି ତିନି ଜଣ ବ୍ୟକ୍ତି ହେଉଛନ୍ତି କେନ୍ଦ୍ରାପଡ଼ାର ବିଜୟ କବି, ପାରାଦୀପର ଅମରେଶ ସାମନ୍ତ ଏବଂ ଭୁବନେଶ୍ୱରରୁ ପୁଷ୍ପା ଶୁକ୍ଲା । ଏହି ତିନି ଜଣ କିପରି ବୃକ୍ଷରୋପଣ ଏବଂ କୋଭିଡ ଟିକାକରଣ ଡ୍ରାଇଭରେ ସମାଜ ପାଇଁ କାର୍ଯ୍ୟ କରିଥିଲେ, ତାକୁ ପ୍ରଶଂସା କରିଥିଲେ ମୋଦି ।

କାବି ତାଙ୍କ ଗାଁ ବାଦକୋଟ ବାହାରେ 25 ଏକର ଜମିରେ ଆମ୍ବ ତୋଟା ତିଆରି କରିଛନ୍ ତି। ଆମ୍ବଗଛକୁ ବଢାଇପା ପାଇଁ 12 ବର୍ଷ ଧରି ତାଙ୍କର ନିରନ୍ତର ଉଦ୍ୟମ ପାଇଁ ତାଙ୍କୁ ମୋଦି ପ୍ରଶଂସା କରିଥିଲେ ।

Mann Ki Baat

ସେହିଭଳି ପାରାଦୀପର ଅମରେଶ ସାମନ୍ତ, ଯିଏକି ବୃତ୍ତିଗତ ଭାବେ ଜଣେ ଇଞ୍ଜିନିୟର୍ । ମାତ୍ର ସେ ତାଙ୍କ ପରିଶ୍ରମ ଦ୍ବାରା ନିଦ ଅଞ୍ଚଳରେ ଅନେକ ମିନି ଜଙ୍ଗଲ ସୃଷ୍ଟି କରି ଜଳବାୟୁ ପ୍ରଦୁଷଣକୁ ରୋକି ପାରିଛନ୍ତି । ଯେଉଁଥି ପାଇଁ ତାଙ୍କୁ ପ୍ରଶଂସା କରିଥିଲେ ମୋଦି ।

ସେହିପରି ଉକ୍ତ ଦିନ ମୋଦିଙ୍କ ମନ କି ବାତରେ ସ୍ଥାନ ପାଇଥିବା ତୃତୀୟ ବ୍ୟକ୍ତି ହେଉଛନ୍ତି ପୁଷ୍ପା ଶୁକ୍ଲା, ଯିଏକି କୋଭିଡ ଟିକାକରଣ ଡ୍ରାଇଭକୁ ନେଇ ବରିଷ୍ଠ ନାଗରିକଙ୍କ ମଧ୍ୟରେ ଉତ୍ସାହ ବିଷୟରେ ଉଲ୍ଲେଖ କରିବାକୁ ପ୍ରଧାନମନ୍ତ୍ରୀଙ୍କୁ ଏକ ଚିଠି ଲେଖିଥିଲେ ।

Mann Ki Baat

ସିଲୁ ନାୟକ, ଯୁବ ପ୍ରଶିକ୍ଷକ: ସ୍ଥାନୀୟ ଯୁବକଙ୍କୁ ସେନାରେ ଯୋଗ ଦେବା ପାଇଁ ସାହାଯ୍ୟ କରୁଥିବା ଜଗତ୍ସିଂହପୁର ଜିଲ୍ଲାର ଏହି ଓଡିଆ ବ୍ୟକ୍ତିଙ୍କ ଉଦ୍ୟମକୁ ପ୍ରଶଂସା କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସିଲୁ ଦେବି ନଦୀ କୂଳ ନିକଟରେ ଯୁବକମାନଙ୍କୁ ତାଲିମ ଦେଇଥାନ୍ତି । ଏପର୍ଯ୍ୟନ୍ତ ପ୍ରାୟ 300 ଯୁବକଙ୍କୁ ସେ ତାଲିମ ଦେଇଛନ୍ତି । ଯେଉଁ ମାନଙ୍କ ମଧ୍ୟରୁ 70 ଜଣ ଏବେ ସେନାରେ ଯୋଗ ଦେଇ ସାରିଲେଣି ।

ତେବେ ଏହି ପରି ଅନେକ ଓଡିଆ କରିଛନ୍ତି ଯେଉଁମାନଙ୍କ ମହତ୍ୱାକାଂଖି କାର୍ଯ୍ୟକୁ ନିଜ ପ୍ରୋଗ୍ରାମ ମନ କି ବାତରେ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏମାନଙ୍କ ମଧ୍ୟରେ ରହିଛନ୍ତି ପଟ୍ଟଚିତ୍ରୀ କଳାକାର ଭାଗ୍ୟଶ୍ରୀ ସାହୁ, ସମୁଦ୍ର କୁଳକୁ ସଫା ରଖୁଥିବା ପୁରୀ ଯୁବକ ସୌମ୍ୟ ରଞ୍ଜନ ବିଶ୍ୱାଳ, ସୁମନ ପ୍ରଧାନ, ଦିଲ୍ଲୀପ କୁମାର ବିଶ୍ୱାଳ, ସନ୍ତୋଷ ବେହେରା, ପ୍ରଭାକର ବିଶ୍ୱାଳ ଏବଂ ସୁଶାନ୍ତ ପରିଡା । ସେହିପରି ଓଡିଶାର କେନାଲ ମ୍ୟାନ୍ ଦୈତ୍ରୀ ନାୟକ, ପୁଲୱାମା ଆଚାକରେ ଶହୀଦ ହୋଇଥିବା ଜଗତ୍ସିଂହପୁରର ପ୍ରସନ୍ନ ସାହୁଙ୍କ ପତ୍ନୀ, ASHA କର୍ମୀ ଜମୁନା ମଣି ସିଂ ଆଦିଙ୍କୁ ପ୍ରଶଂସା କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

Mann Ki Baat

ଉଲ୍ଲେଖଥାଉ କି, 2014 ଅକ୍ଟୋବର 3 ତାରିଖରେ ଆରମ୍ଭ ହୋଇଥିଲା 'ମନ୍ କି ବାତ୍' କାର୍ଯ୍ୟକ୍ରମ । ସବେଠାରୁ ପ୍ରତ୍ୟେକ ମାସ ଶେଷ ରବିବାର ଦିନ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ସମ୍ବୋଧିତ କରିବା ସହ ବିବିନ୍ନ ପ୍ରସଙ୍ଗ ସମ୍ପର୍କରେ ଆଲୋଚନା କରିଥାନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+