କଂଗ୍ରସର ୩୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା: ବାଦ୍ ପଡିଲେ ମୋକିମ୍
କଂଗ୍ରସର ୩୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା: ବାଦ୍ ପଡିଲେ ମୋକିମ୍
ଭୁବନେଶ୍ୱର:ଧାମନଗର ଉପନିର୍ବାଚନ ପାଇଁ କଂଗ୍ରେସର ଷ୍ଟାର ପ୍ରଚାରକ ତାଲିକା ଘୋଷଣା । ୩୦ ଜଣିଆ ତାଲିକାରେ ପ୍ରଭାରୀ ଚେଲା କୁମାର ଓ ସହପ୍ରଭାରୀ ରୁଦ୍ର ରାଜୁ, ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ସମେତ ୩ ପୂର୍ବତନ ପିସିସି ମୁଖ୍ୟଙ୍କ ନାଁ ସାମିଲ ଅଛି ।

ବିଧାୟକ ଦଳ ନେତା ନରସିଂହ ମିଶ୍ର, କାର୍ଯ୍ୟକାରୀ ସଭାପତି ଚିରଞ୍ଜୀବ ବିଶ୍ୱାଳ, ବରିଷ୍ଠ ନେତା ଭକ୍ତ ଦାସ, ସାଂସଦ ସପ୍ତଗିରି ଉଲ୍ଲାକା, ଶରତ ରାଉତ ସାମିଲ ଅଛନ୍ତି ଜଟଣୀ ବିଧାୟକ ସୁରେଶ ରାଉତରାୟ, ତାରାପ୍ରସାଦ ବାହିନୀପତି, ସାଲୁଜାଙ୍କ ସମେତ ୮ ବିଧାୟକ ତାଲିକାରେ ସାମିଲ । ପୂର୍ବତନ ପିସିସି ମୁଖ୍ୟ ନିରଞ୍ଜନ ପଟ୍ଟନାୟକ, ଜୟଦେବ ଜେନାଙ୍କ ସହ ପ୍ରାସଦ ହରିଚନ୍ଦନଙ୍କ ନାଁ ମଧ୍ୟ ସାମିଲ ଅଛି । ସେହିପରି ସେବାଦଳର ଅଧ୍ୟକ୍ଷ ଡକ୍ଟର ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର, ମହିଳା ମୋର୍ଚ୍ଚା ସଭାନେତ୍ରୀ ବନ୍ଦିତା ପରିଡ଼ା ଓ ପ୍ରଦେଶ ଯୁବ କଂଗ୍ରେସ ସଭାପତି ଡକ୍ଟର ସ୍ମୃତିରଞ୍ଜନ ଲେଙ୍କା ଷ୍ଟାର ପ୍ରଚାରକ ତାଲିକାରେ ସାମିଲ ଅଛନ୍ତି ।
ଧାମନଗର ଉପନିର୍ବାଚନ କଂଗ୍ରେସର ୩୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ଘୋଷଣା କରାଯାଇଛ ହେଲେ ଏହି ତାଲିକାରେ ବାରବାଟୀ-କଟକ ବିଧାୟକ ମହମ୍ମଦ ମୋକିମଙ୍କ ନାଁ ନଥିବାରୁ ଚର୍ଚ୍ଚା ଧୋର ଧରିଛି ।












Click it and Unblock the Notifications