ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ଭସାଣି ସମୟରେ ବନ୍ଦ ରହିବ ମଦ ଦୋକାନ

ଭସାଣିରେ ମଦ ବିକ୍ରି ଉପରେ କଟକଣା । ମଦ ଦୋକାନ ଖୋଲିଲେ ନିଆଯିବ କାର୍ଯାନୁଷ୍ଠାନ । ବେଆଇନ ଚୋରା ମଦ ବିକ୍ରି ଉପରେ ରହିବ କଡ଼ା ନଜର । ଖୋର୍ଦ୍ଧା ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ବନ୍ଦ ରହିବ ମଦ ଦୋକାନ । ଖୁଚୁରା ମଦ ବିକ୍ରି ଉପରେ ଅବକାରୀ କମିଶନଙ୍କ ରହିଛି କଡ଼ା ନଜର । ଭସାଣୀ ପାଇଁ ଆଇନଶୃଙ୍ଖଳା ଦୃଷ୍ଟିରୁ ନିଆଯାଇଛି ପଦକ୍ଷେପ । ମଦ ପିଇ ଯେପରି କେହି ଉତ୍ପାତ ନ ହୁଅନ୍ତୁ ସେନେଇ ନିଷ୍ପତ୍ତି ନିଆଯାଇଛି ।

Liquor shops

ଅନ୍ୟପଟେ ସବୁ ବର୍ଷ ପରି ଚଳିତ ବର୍ଷ ମଧ୍ୟ ବେଶ୍ ଧୂମଧାମରେ ବିଦାୟ ନେବେ ମା'ଦୁର୍ଗା । ଭସାଣ ଉତ୍ସବକୁ ଖାସ କରିବା ପାଇଁ ସମସ୍ତ ପୂଜା କମିଟିମାନେ ଭରପୁର ଆୟୋଜନ କରିଛନ୍ତି । ପାରମ୍ପାରିକ ବାଦ୍ୟ ଓ ନୃତ୍ୟରେ କମ୍ପିବ ଭୁବନେଶ୍ୱର । ଏଥିପାଇଁ କମିଶନରେଟ୍ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଦିନ ୨ଟାରୁ ରାତି ୧୨ଟା ପର୍ଯ୍ୟନ୍ତ ଯାନାବାହାନ ଚଳାଚଳ ଉପରେ ରହିବ କଟକଣା । ରାଜଧାନୀରେ ୪ଟି ସ୍ଥାନରେ ଦେଖିବାକୁ ପାଇବେ ମାଙ୍କ ଭସାଣି । ନଦୀରେ କେମିକାଲ ଓ ପ୍ଲାଷ୍ଟିକ ଯେପରି ନପଡିବ ସେଥିପାଇଁ ବିଏମସି ତାର କୂଅଖାଇର ଦୁଇ ପଟ, ଦୟା ଓ ଭାଗର୍ବୀକୁ ମିଶାଇ ମୋଟ ୪ ଟି ଅସ୍ଥାୟୀ ପୁଷ୍କରିଣୀ କରିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+