ଆଖିବୁଜିଲା ରେୱା; ତିନୋଟି ଛୁଆଙ୍କୁ ଜନ୍ମ ଦେଇ ଜୀବନ ହାରିଲା ସିଂହୀ ରେୱା
ଆଖିବୁଜିଲା ରେୱା । ତିନୋଟି ଛୁଆଙ୍କୁ ଜନ୍ମ ଦେଇ ଜୀବନ ହାରିଲା ସିଂହୀ ରେୱା । ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ୮ବର୍ଷ ବୟସରେ ମୃତ୍ୟୁବରଣ କରିଛି ସିଂହୀ ।
ଡିସେମ୍ବର ୨୦୨୦ରେ ଇନ୍ଦୋରର କମଳା ନେହେରୁ ପ୍ରାଣୀ ସଂଗ୍ରାହଳୟରୁ ନନ୍ଦନକାନନ ଅଣାଯାଇଥିଲା । ଚଳିତ ମାସ ଜାନୁଆରୀ ୨୫ରେ ୩ଟି ଛୁଆ ଜନ୍ମ ଦେଇଥିଲା ।

ସେଥିମଧ୍ୟରୁ ଗୋଟିଏ ଛୁଆର ମୃତ୍ୟୁ ହୋଇଥିଲା । ଅନ୍ୟଦୁଇ ଛୁଆକୁ ରେୱା ଗ୍ରହଣ ନକରିବାରୁ ହ୍ୟାଣ୍ଡ ରିଅରିଂ ସେଣ୍ଟରର ନବଜାତକ ଆଇସିୟୁରେ ରଖାଯାଇଛି।
ନନ୍ଦନକାନନରେ ସିଂହୀ ମୋଟ ୮ଟି ଛୁଆ ଜନ୍ମ ଦେଇଥିଲା । ସେଥିମଧ୍ୟରୁ ୬ଟି ଛୁଆ ବଞ୍ଚିଥିବାର ସୂଚନା ଦେଇଛନ୍ତି ନନ୍ଦନକାନନ କର୍ତ୍ତୁପକ୍ଷ । ରେୱାର ମୃତ୍ୟୁ ପରେ ନନ୍ଦନକାନନରେ ୨୩ଟି ସିଂହ ରହିଛନ୍ତି ।












Click it and Unblock the Notifications