ସ୍ୱାଭାବିକ ହେଲା ପ୍ରଭୁ ଲିଙ୍ଗରାଜଙ୍କ ସମସ୍ତ ନୀତିକାନ୍ତି; ବଡୁ-ପୂଜାପଣ୍ଡା ନିଯୋଗ ବିବାଦ ଯୋଗୁ ବନ୍ଦ ରହିଥିଲା ପୂଜା
ସ୍ୱାଭାବିକ ହେଲା ପ୍ରଭୁ ଲିଙ୍ଗରାଜଙ୍କ ସମସ୍ତ ନୀତିକାନ୍ତି । ଗତକାଲି ବଡୁ-ପୂଜାପଣ୍ଡା ନିଯୋଗ ବିବାଦ ଯୋଗୁ ବନ୍ଦ ରହିଥିଲା ନିତିକାନ୍ତି । ପଇତାଲାଗି ନୀତିକୁ ନେଇ ବିବାଦ ଦେଖାଦେଇଥିଲା । ତେବେ
ଆଜି ସକାଳୁ ଶ୍ରୀଲିଙ୍ଗରାଜଙ୍କ ସମସ୍ତ ନୀତିକାନ୍ତି ସ୍ୱାଭାବିକ ହୋଇଥିବା ସୂଚନା ମିଳିଛି ।
ପୂଜା ନ ହେଉ ଥିବାରୁ ଶ୍ରଦ୍ଧାଳୁ ବ୍ୟଥିତ ହୋଇଥିଲେ । ସୋମବାର ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ସନ୍ଧ୍ୟାଧୂପ ପରେ ପବିତ୍ରାରୋପଣ ଉତ୍ସବର ଆଦ୍ୟ ନୀତି ଅଧିବାସ ପୂଜା ହୋଇନଥିଲା । ଫଳରେ ଗତକାଲିର ଅବଶିଷ୍ଟ ନୀତି ମଧ୍ୟ ଆଉ ଆଗକୁ ନ ବଢି ଦିଅଁ ଅପୂଜା ରହିଲେ ।ମନ୍ଦିର କାର୍ଯ୍ୟାଳୟ, ଟ୍ରଷ୍ଟବୋର୍ଡ,ସେବାୟତ ପ୍ରତିନିଧିଙ୍କ ସହମତିରେ ଏଭଳି ଘଟିଥିବା କୁହାଯାଉଛି ।
ଜାଣିଣୁଣି ଦେବ ନୀତିରେ ଅଣଦେଖା କରାଯାଉଥିବା ନେଇ ସବୁ ମହଲରୁ ଅସନ୍ତୋଷ ଦେଖିବାକୁ ମିଳିଛି । ଏପରି ମନ୍ଦିର ବନ୍ଦ ହେବା ଫଳରେ ଦିଅଁଙ୍କ ନୀତି ବନ୍ଦ ରହିବା ସହିତ ସେବାୟତ ଓ ଶ୍ରଦ୍ଧାଳୁଙ୍କ ଦେବୋତ୍ତର ବିଭାଗ ଉପରେ ଆସ୍ଥା କମିବାରେ ଲାଗିଛି ।

୨୦୧୯ ଶିବ ପବିତ୍ରାରୋପଣ ତିଥିରେ ଶ୍ରୀଲିଙ୍ଗରାଜ ସେବାୟତଙ୍କ ମଧ୍ୟରେ ସେବା ଅଧିକାରକୁ ନେଇ ବିବାଦ ଉପୁଜି ଥିଲା । ବାରମ୍ବାର ପ୍ରଭୁ ଲିଙ୍ଗରାଜଙ୍କ ପୂଜା ବନ୍ଦ ହେବାର ଦେଖିବାକୁ ମିଳୁଛି । ଏହା ଶ୍ରଦ୍ଧାଳୁ ମାନଙ୍କୁ ବ୍ୟଥିତ କରୁଛି । ତେବେ ଏହାର ସମାଧାନ ହୋଇ ପାରୁନି ।
ସନ୍ଧ୍ୟାଧୂପ ପରେ ବିନ୍ଦୁ ସାଗରରୁ ପବିତ୍ରାର୍ପଣ ଚତୁଦର୍ଶି ନିମନ୍ତେ ସାତ ଗୋଟି ପଇତା ଧୁଆ ହୋଇ ଆସିବ କଥା । ହେଲେ ତାହା ଆସି ନଥିବାରୁ ଏହି ନୀତି ବନ୍ଦ ଥିଲା ।
ତେବେ ବାରମ୍ବାର ଏହି ଘଟଣା ଘଟିବା ଦ୍ଵାରା ଲୋକଙ୍କୁ ଏହା ବ୍ୟଥିତ କରୁଛି । ଏହି ନିତିକାନ୍ତି ବନ୍ଦ ହେବା ଘଟଣାକୁ ଚାରିଆଡୁ ନିନ୍ଦା କରାଯାଉଛି । ଏହି ଘଟଣା ବାରମ୍ବାର ହେବା ଆଉ ଏହା ସମାଧାନ ନ ହେବାକୁ ଶ୍ରଦ୍ଧାଳୁ ଗ୍ରହଣୀୟ ନୁହେଁ । ଏହି ଘଟଣାକୁ ପ୍ରଶାସନ ତୁରନ୍ତ ସମାଧାନ କରିବାର ଆବଶ୍ୟକ ରହିଛି ।












Click it and Unblock the Notifications