ଆଜିଠୁ ଖୋଲିଲା ଲିଙ୍ଗରାଜ ମନ୍ଦିର, ଜାନୁଆରୀ 6ରୁ ସାଧାରଣ ଦର୍ଶନ
ମହାମାରୀ କରୋନା ପାଇଁ ବନ୍ଦ ଥିବା ରାଜଧାନୀର ଏହି ଐତିହାସିକ ମନ୍ଦିର ଦୀର୍ଘ ୯ ମାସ ପରେ ଖୋଲିଛି । ତେବେ ଜାନୁଆରୀ 6 ତାରିଖରୁ ସାଧାରଣ ଦର୍ଶନ ପାଇଁ ଅନୁମତି ରହିଛି ।
ଭୁବନେଶ୍ୱର: ଆଜିଠୁ ଖୋଲିଲା ମହାପ୍ରଭୁ ଲିଙ୍ଗରାଜଙ୍କ ମନ୍ଦିର । ମହାମାରୀ କରୋନା ପାଇଁ ବନ୍ଦ ଥିବା ରାଜଧାନୀର ଏହି ଐତିହାସିକ ମନ୍ଦିର ଦୀର୍ଘ ୯ ମାସ ପରେ ଖୋଲିଛି । ତେବେ ଜାନୁଆରୀ 6 ତାରିଖରୁ ସାଧାରଣ ଦର୍ଶନ ପାଇଁ ଅନୁମତି ରହିଛି ।
ପ୍ରଥମ ପର୍ଯ୍ୟାୟରେ ସେବାୟତଙ୍କ ପରିବାରକୁ ଦର୍ଶନ ଅନୁମତି ଥିବାରୁ ସକାଳୁ ସେମାନେ ଯାଇ ପ୍ରଭୁ ଲିଙ୍ଗରାଜଙ୍କୁ ଦର୍ଶନ କରୁଛନ୍ତି। ଡିସେମ୍ବର ୩୧ ତାରିଖ ଯାଏଁ କେବଳ ସେବାୟତଙ୍କ ପରିବାର ଲୋକେ ହିଁ ଦର୍ଶନ କରିବେ।

ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ମନ୍ଦିର ମୁଖ୍ୟ ଦ୍ୱାର ସମ୍ମୁଖରେ ବ୍ୟାରିକେଡ୍ କରାଯାଇଛି। ଶ୍ରଦ୍ଧାଳୁମାନେ ଲମ୍ବା ଧାଡ଼ିରେ ଆସି ପରିଚୟ ପତ୍ର ଦେଖାଇ ମନ୍ଦିରକୁ ପ୍ରବେଶ କରୁଛନ୍ତି। ସେହିଭଳି ସେବାୟତଙ୍କର କୋଭିଡ୍ ଟେଷ୍ଟ ମଧ୍ୟ କରାଯାଉଛି।
ଜାନୁଆରୀ ୧ ଓ ୨ ତାରିଖରେ ମନ୍ଦିର ବନ୍ଦ ରଖାଯିବାକୁ ନିଷ୍ପତ୍ତି ହୋଇଛି। ସେହିପରି ୩ରୁ ୫ ତାରିଖ ପର୍ଯ୍ୟନ୍ତ କେବଳ ଭୁବନେଶ୍ୱର ଲୋକଙ୍କୁ ଦର୍ଶନ ଅନୁମତି ମିଳିବ। ତା'ପରେ ୬ ତାରିଖଠାରୁ ସାଧାରଣ ଲୋକେ ଦର୍ଶନ କରିପାରିବେ।












Click it and Unblock the Notifications