For Quick Alerts
Turn On Notification  
For Daily Alerts
Oneindia App Download

ଖୋଲିବ ଶ୍ରୀଲିଙ୍ଗରାଜ ମନ୍ଦିର : ପଢନ୍ତୁ ପ୍ରଥମେ କେଉଁମାନେ କରିବେ ଦର୍ଶନ

ଆସନ୍ତା 27 ତାରିଖରୁ ଲିଙ୍ଗରାଜ ମନ୍ଦିର ଖୋଲିବା ନେଇ ନିଷ୍ପତ୍ତି ହୋଇଛି ।

|

ଭୁବନେଶ୍ୱର : ପୁରୀ ଜଗନ୍ନାଥ ମନ୍ଦିର ପରେ ଏବେ ଖୋଲିବ ଶ୍ରୀଲିଙ୍ଗରାଜ ମନ୍ଦିର । ଆସନ୍ତା 27 ତାରିଖରୁ ଲିଙ୍ଗରାଜ ମନ୍ଦିର ଖୋଲିବା ନେଇ ନିଷ୍ପତ୍ତି ହୋଇଛି । ଏନେଇ ଆଜି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ । ତେବେ କରୋନା କଟକଣା ଭିତରେ ମନ୍ଦିର ଖୋଲିବାକୁ ଅନୁମତି ଦିଆଯାଇଛି ।

ଆସନ୍ତା ବର୍ଷ ଭକ୍ତ ଦର୍ଶନ କରିବେ

କରୋନା ମହାମାରୀରେ ଲିଙ୍ଗରାଜ ମନ୍ଦିର ଭକ୍ତଙ୍କ ପାଇଁ ବନ୍ଦ ରଖାଯାଇଥିଲା । ଦୀର୍ଘ 9 ମାସ ଲିଙ୍ଗରାଜଙ୍କ ସିଧାସଳଖ ଦର୍ଶନରୁ ବଞ୍ଚିତ ହୋଇଥିଲେ ଭକ୍ତ । ତେବେ 27 ତାରିଖରୁ ମନ୍ଦିର ଖୋଲିବା ନେଇ ନିଷ୍ପତ୍ତି ହୋଇଛି । 27 ତାରିଖରୁ 31 ତାରିଖ ଯାଏଁ ପ୍ରଥମେ ସେବାୟତଙ୍କ ପରିବାର ଦର୍ଶନ କରିବେ ।

ଲିଙ୍ଗରାଜ ମନ୍ଦିର

ନୂଆବର୍ଷ ଅର୍ଥାତ ଜାନୁଆରୀ 1 ଓ 2ରେ ଲିଙ୍ଗରାଜ ମନ୍ଦିର ବନ୍ଦ ରହିବ । ଜାନୁଆରୀ 3 ଅର୍ଥାତ ଆସନ୍ତା ବର୍ଷ ଭକ୍ତଙ୍କ ପାଇଁ ମନ୍ଦିର ଖୋଲାଯିବ । ପ୍ରଥମେ 3ରୁ 5 ତାରିଖ ଯାଏଁ ରାଜଧାନୀ ବାସିନ୍ଦାଙ୍କୁ ପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ କରିବାର ସୁଯୋଗ ମିଳିବ । ଜାନୁଆରୀ 6ରୁ 31 ତାରିଖ ଯାଏଁ ରାଜ୍ୟର ଅନ୍ୟାନ ସ୍ଥାନରୁ ଭକ୍ତଙ୍କୁ ଦର୍ଶନ କରିବାର ସୁଯୋଗ ଦିଆଯିବ ବୋଲି ଆଜି ବିଏମସି କମିଶନର କହିଛନ୍ତି । ଏହି ସମସ୍ତ ଭିତରେ ଯେଉଁ ପ୍ରସଙ୍ଗକୁ ଅଧିକ ଗୁରୁତ୍ୱ ଦିଆଯାଇଛି ତାହା ହେଲା କୋଭିଡ୍ କଟକଣା । ଯେଉଁ ଭକ୍ତଙ୍କ ରିପୋର୍ଟ ନେଗେଟିଭ୍ ଥିବ ସେହିମାନଙ୍କୁ କେବଳ ଦର୍ଶନ କରିବାର ସୁଯୋଗ ଦିଆଯିବ । ଏଥିପାଇଁ ଭକ୍ତମାନଙ୍କୁ ସେମାନଙ୍କର କୋଭିଡ୍ ନେଗେଟିଭ୍ ରିପୋର୍ଟ ଆଣିବାକୁ କୁହାଯାଇଛି ।

ଅନ୍ୟ ଧର୍ମାନୁଷ୍ଠାନ ମଧ୍ୟ ଖୋଲିବ

ଲିଙ୍ଗରାଜ ମନ୍ଦିର

ଶ୍ରୀଲିଙ୍ଗରାଜଙ୍କ ପ୍ରଭୁଙ୍କ ବାଦ୍ ରାଜଧାନୀରେ ଥିବା ଅନ୍ୟ ଧର୍ମାନୁଷ୍ଠାନ ଗୁଡିକୁ ଖୋଲିବା ପାଇଁ ମଧ୍ୟ ଅନୁମତି ଦିଆଯାଇଛି । ଆସନ୍ତା 25 ତାରିଖରେ ଖ୍ରୀଷ୍ଟମାସ୍ ସେଲିବ୍ରେସନ ଥିବାରୁ ଏହାକୁ ପାଳନ କରିବାକୁ ଅନୁମତି ଦିଆଯିବ ବୋଲି କହିଛନ୍ତି ପ୍ରେମଚନ୍ଦ୍ର । କୋଭିଡ୍ ଗାଇଡଲାଇନ୍ ଅନୁସାରେ ଏହି ଉତ୍ସବକୁ ଚର୍ଚ୍ଚରେ ପାଳନ କରାଯାଇ ପାରିବ ବୋଲି ସେ କହିଛନ୍ତି । ସେହିପରି ଆସନ୍ତା ଜାନୁଆରୀ 3 ତାରିଖରୁ ରାଜଧାନୀର ଅନ୍ୟ ଧର୍ମାନୁଷ୍ଠାନ ଖୋଲାଯାଇ ପାରିବ ବୋଲି ସେ କହିଛନ୍ତି ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Lingaraj Temple Open for Public from 27
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X