ଖୋଲିବ ଶ୍ରୀଲିଙ୍ଗରାଜ ମନ୍ଦିର : ପଢନ୍ତୁ ପ୍ରଥମେ କେଉଁମାନେ କରିବେ ଦର୍ଶନ
ଆସନ୍ତା 27 ତାରିଖରୁ ଲିଙ୍ଗରାଜ ମନ୍ଦିର ଖୋଲିବା ନେଇ ନିଷ୍ପତ୍ତି ହୋଇଛି ।
ଭୁବନେଶ୍ୱର : ପୁରୀ ଜଗନ୍ନାଥ ମନ୍ଦିର ପରେ ଏବେ ଖୋଲିବ ଶ୍ରୀଲିଙ୍ଗରାଜ ମନ୍ଦିର । ଆସନ୍ତା 27 ତାରିଖରୁ ଲିଙ୍ଗରାଜ ମନ୍ଦିର ଖୋଲିବା ନେଇ ନିଷ୍ପତ୍ତି ହୋଇଛି । ଏନେଇ ଆଜି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ । ତେବେ କରୋନା କଟକଣା ଭିତରେ ମନ୍ଦିର ଖୋଲିବାକୁ ଅନୁମତି ଦିଆଯାଇଛି ।
ଆସନ୍ତା ବର୍ଷ ଭକ୍ତ ଦର୍ଶନ କରିବେ
କରୋନା ମହାମାରୀରେ ଲିଙ୍ଗରାଜ ମନ୍ଦିର ଭକ୍ତଙ୍କ ପାଇଁ ବନ୍ଦ ରଖାଯାଇଥିଲା । ଦୀର୍ଘ 9 ମାସ ଲିଙ୍ଗରାଜଙ୍କ ସିଧାସଳଖ ଦର୍ଶନରୁ ବଞ୍ଚିତ ହୋଇଥିଲେ ଭକ୍ତ । ତେବେ 27 ତାରିଖରୁ ମନ୍ଦିର ଖୋଲିବା ନେଇ ନିଷ୍ପତ୍ତି ହୋଇଛି । 27 ତାରିଖରୁ 31 ତାରିଖ ଯାଏଁ ପ୍ରଥମେ ସେବାୟତଙ୍କ ପରିବାର ଦର୍ଶନ କରିବେ ।

ନୂଆବର୍ଷ ଅର୍ଥାତ ଜାନୁଆରୀ 1 ଓ 2ରେ ଲିଙ୍ଗରାଜ ମନ୍ଦିର ବନ୍ଦ ରହିବ । ଜାନୁଆରୀ 3 ଅର୍ଥାତ ଆସନ୍ତା ବର୍ଷ ଭକ୍ତଙ୍କ ପାଇଁ ମନ୍ଦିର ଖୋଲାଯିବ । ପ୍ରଥମେ 3ରୁ 5 ତାରିଖ ଯାଏଁ ରାଜଧାନୀ ବାସିନ୍ଦାଙ୍କୁ ପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ କରିବାର ସୁଯୋଗ ମିଳିବ । ଜାନୁଆରୀ 6ରୁ 31 ତାରିଖ ଯାଏଁ ରାଜ୍ୟର ଅନ୍ୟାନ ସ୍ଥାନରୁ ଭକ୍ତଙ୍କୁ ଦର୍ଶନ କରିବାର ସୁଯୋଗ ଦିଆଯିବ ବୋଲି ଆଜି ବିଏମସି କମିଶନର କହିଛନ୍ତି । ଏହି ସମସ୍ତ ଭିତରେ ଯେଉଁ ପ୍ରସଙ୍ଗକୁ ଅଧିକ ଗୁରୁତ୍ୱ ଦିଆଯାଇଛି ତାହା ହେଲା କୋଭିଡ୍ କଟକଣା । ଯେଉଁ ଭକ୍ତଙ୍କ ରିପୋର୍ଟ ନେଗେଟିଭ୍ ଥିବ ସେହିମାନଙ୍କୁ କେବଳ ଦର୍ଶନ କରିବାର ସୁଯୋଗ ଦିଆଯିବ । ଏଥିପାଇଁ ଭକ୍ତମାନଙ୍କୁ ସେମାନଙ୍କର କୋଭିଡ୍ ନେଗେଟିଭ୍ ରିପୋର୍ଟ ଆଣିବାକୁ କୁହାଯାଇଛି ।
ଅନ୍ୟ ଧର୍ମାନୁଷ୍ଠାନ ମଧ୍ୟ ଖୋଲିବ

ଶ୍ରୀଲିଙ୍ଗରାଜଙ୍କ ପ୍ରଭୁଙ୍କ ବାଦ୍ ରାଜଧାନୀରେ ଥିବା ଅନ୍ୟ ଧର୍ମାନୁଷ୍ଠାନ ଗୁଡିକୁ ଖୋଲିବା ପାଇଁ ମଧ୍ୟ ଅନୁମତି ଦିଆଯାଇଛି । ଆସନ୍ତା 25 ତାରିଖରେ ଖ୍ରୀଷ୍ଟମାସ୍ ସେଲିବ୍ରେସନ ଥିବାରୁ ଏହାକୁ ପାଳନ କରିବାକୁ ଅନୁମତି ଦିଆଯିବ ବୋଲି କହିଛନ୍ତି ପ୍ରେମଚନ୍ଦ୍ର । କୋଭିଡ୍ ଗାଇଡଲାଇନ୍ ଅନୁସାରେ ଏହି ଉତ୍ସବକୁ ଚର୍ଚ୍ଚରେ ପାଳନ କରାଯାଇ ପାରିବ ବୋଲି ସେ କହିଛନ୍ତି । ସେହିପରି ଆସନ୍ତା ଜାନୁଆରୀ 3 ତାରିଖରୁ ରାଜଧାନୀର ଅନ୍ୟ ଧର୍ମାନୁଷ୍ଠାନ ଖୋଲାଯାଇ ପାରିବ ବୋଲି ସେ କହିଛନ୍ତି ।
-
ପ୍ରକାଶ ପାଇଲା ଟି-୨୦ ରାଙ୍କିଙ୍ଗ୍ : ବିଶ୍ୱର ନମ୍ବର ୧ ବ୍ୟାଟ୍ସମ୍ୟା କିଏ ଜାଣନ୍ତୁ… -
୨୦୨୬ ଟି-୨୦ ବିଶ୍ୱକପ ପାଇଁ ଶ୍ରେଷ୍ଠ ଏକାଦଶ ଘୋଷଣା କଲା ICC, ୪ ଭାରତୀୟ ଖେଳାଳଙ୍କୁ ମିଳିଲା ସ୍ଥାନ -
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
କେନ୍ଦ୍ର ସରକାରଙ୍କୁ କଡ଼ା ନିର୍ଦ୍ଦେଶ, କୋଭିଡ ୧୯ ଭ୍ୟାକସିନ ଯୋଗୁଁ ଯେଉଁ ଜୀବନ ଯାଇଛି, ସେମାନଙ୍କୁ କ୍ଷତିପୂରଣ ମିଳୁ -
ଯୁଦ୍ଧ ଭିତରେ ଇରାନ ସହ କଥା ହେଲା ଭାରତ, ଜାଣନ୍ତୁ କଣ ହେଲା ଆଲୋଚନା -
ଇରାନ ଉପରେ ଆକ୍ରମଣ ନେଇ ଟ୍ରମ୍ପଙ୍କ ବଡ ବୟାନ, ଇସ୍ରାଏଲ ସହ ମିଶି ୪୬ ଜାହାଜ.... -
ହରିଶ ରାଣାଙ୍କୁ ମିଳିଲା ଇଚ୍ଛାମୃତ୍ୟୁ -
T-20 ବିଶ୍ବକପ୍ ଚାମ୍ପିଅନ୍ ଟିମ୍କୁ ୧୩୧ କୋଟିର ପୁରସ୍କାର ରାଶି ଘୋଷଣା କଲା BCCI -
ସଚିନ ତେନ୍ଦୁଲକରଙ୍କୁ ପଛରେ ପକାଇଇଲେ ନୂଆ ରେକର୍ଡ କଲେ ଜସପ୍ରିତ ବୁମରାହ -
ଆମେରିକା, ଇସ୍ରାଏଲ-ଇରାନ ଯୁଦ୍ଧ ସମୟରେ ଭାରତ ଯେଉଁ ଅତ୍ୟାବଶ୍ୟକୀୟ ସାମଗ୍ରୀ ଆଇନ ଲାଗୁ କରିଛି ଜାଣନ୍ତୁ ତାହା କ’ଣ? -
ଇରାନ ପାଇଁ ଆମେରିକା ଋଷ ମୁହାଁମୁହିଁ , ଋଷକୁ ବଡ ଚେତାବନୀ ଦେଲେ ଆମେରିକା -
ଅନ୍ତର୍ଜାତୀୟ ମହିଳା ଦିବସରେ ଆର୍ଟସ୍ ଅଫ୍ ଉଇଭିଂର ପ୍ରଥମ ସ୍ଥାପନା ଦିବସ ପାଳିତ












Click it and Unblock the Notifications