ଉପାସରେ ଲିଙ୍ଗରାଜ: କାଲିଠୁ ବନ୍ଦ ରହିଛି ନୀତିକାନ୍ତି
Lingaraj Temple: ଗତକାଲି ରାତି ସାଢେ ୮ଟାରୁ ବନ୍ଦ ରହିବ ନୀତିକାନ୍ତି । ବଡୁ ସେବାୟତ ଓ ପୂଜା ପଣ୍ତା ନିଯୋଗର ସେବା ବିବାଦକୁ ନେଇ ନୀତି ବିଭ୍ରାଟ ହୋଇଛି । ଗତକାଲି ସନ୍ଧ୍ୟାକୁ ଠାକୁରଙ୍କ କୌଣସି ନୀତି ହୋଇ ନାହିଁ ଦିଅଁ ଦକ୍ଷିଣ ଘରକୁ ବିଜେ କରି ନାହାଁନ୍ତି । ପବିତ୍ର ପୁଷ୍ୟାଭିଷେକ ସନ୍ଧ୍ୟା ଧୂପ ପରେ ମକର ମଣ୍ତପରେ ଲିଙ୍ଗରାଜ ମହାପ୍ରଭୁ ବେଜି କରିଥାନ୍ତି ।

ମକର ମଣ୍ତପରେ ଲିଙ୍ଗରାଜ ମହାପ୍ରଭୁ ବିଜେ ପରେ ସରିଥିଲା କ୍ଷୀର ଆଉଟା । ବଡୁ ସେବାୟତା ହିଁ ନୀତି କରିବାକୁ ଦାବି କରିଥିଲେ । ଗତକାଲି ସଂଧ୍ୟାରୁ ମକର ମଣ୍ତପରେ ମହାପ୍ରଭୁ ଲିଙ୍ଗରାଜ । ତେବେ ବାରମ୍ବାର ଏପରି ମନମୁଖୀ କାର୍ଯ୍ୟ କରୁଥିବା ଅଭିଯୋଗରେ ଆଜି ସିଂହଦ୍ବାର ସମ୍ମୁଖରେ ପୂଜାପଣ୍ଡା ସର୍ବସାଧାରଣଙ୍କ ଦର୍ଶନ ବନ୍ଦ କରି ମିଳିତ ପ୍ରତିବାଦ କରିବେ ବୋଲି ନିଷ୍ପତ୍ତି ନେଇଛନ୍ତି ।












Click it and Unblock the Notifications