ଶ୍ରୀମନ୍ଦିର ଗର୍ଭଗୃହରୁ ପଥର ନୁହେଁ ପ୍ଲାଷ୍ଟର ଖସିଛି: ଜିଲ୍ଲାପାଳ
ଶ୍ରୀମନ୍ଦିର ଗର୍ଭଗୃହରୁ ପଥର ଖସିବା ଖବର ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ଭକ୍ତଙ୍କ ମହଲେ ଅସନ୍ତୋଷ ପ୍ରକାଶ ପାଇଥିଲା । ତେବେ ଏହା ପଥର ନୁହେଁ ଲାଇମ ପ୍ଲାଷ୍ଟର ବୋଲି ଜିଲ୍ଲାପାଳ ସ୍ପଷ୍ଟୀକରଣ ଦେଇଛନ୍ତି ।
ପୁରୀ: ଶ୍ରୀମନ୍ଦିର ଗର୍ଭଗୃହରୁ ପଥର ଖସିବା ଖବର ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ଭକ୍ତଙ୍କ ମହଲେ ଅସନ୍ତୋଷ ପ୍ରକାଶ ପାଇଥିଲା । ତେବେ ଏହା ପଥର ନୁହେଁ ଲାଇମ ପ୍ଲାଷ୍ଟର ବୋଲି ଜିଲ୍ଲାପାଳ ସ୍ପଷ୍ଟୀକରଣ ଦେଇଛନ୍ତି । ବଡ ଠାକୁରଙ୍କ ପଛପାଶ୍ୱର କାନ୍ଥରୁ ପ୍ରାୟ ଦେଢ କିଲୋଗ୍ରାମ ଓଜନର ଲାଇମ ପ୍ଲାଷ୍ଟର ଖଣ୍ଡ ଖସିଛି । ମାତ୍ର ଠାକୁରଙ୍କ ଶ୍ରୀଅଙ୍ଗ ସୁରକ୍ଷିତ ଅଛି ବୋଲି ଜିଲ୍ଲାପାଳ କହିଛନ୍ତି ।

ଗର୍ଭ ଗୃହରେ ଆଦ୍ରତା ଅଧିକ ରହୁଥିବା ରତ୍ନ ସିଂହାସନରୁ ବଡଠାକୁର ବଳଭଦ୍ରଙ୍କ ପଛପଟରୁ ପ୍ଲାଷ୍ଟର ଖଣ୍ଡ ଖସିଥିବା ସ୍ବୀକାର କରଛନ୍ତି ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ । ଏନେଇ କୌଣସି ସମସ୍ୟା ନାହିଁ ASI (Archaeological Survey of India)କୁ ଜଣା ଦିଆଯାଇଛି । ପରୀକ୍ଷା ନିରୀକ୍ଷା କରି ASI ପଦକ୍ଷେପ ନେବ ବୋଲି କହିଛନ୍ତି ଉନ୍ନୟନ ପ୍ରଶାସକ ।
ଉଲ୍ଲଖେଥାଉ କି, ଗତକାଲି (ମଙ୍ଗଳବାର) ସକାଳଧୂପ ପରେ ବଡ ଠାକୁରଙ୍କ ବିଗ୍ରହ ପଛପଟେ ପ୍ଲାଷ୍ଟର ଖଣ୍ଡକୁ ଠାବ କରାଯାଇ ଗାରଦରେ ଜିମା ଦିଆଯାଇଛି । ତେବେ ପ୍ରଥମେ ଏହା ପଥର ବୋଲି ଚର୍ଚ୍ଚା ହୋଇଥିଲା । କିନ୍ତୁ ପରେ ଏହା ପଥର ନୁହେଁ ଲାଇମ ପ୍ଲାଷ୍ଟର ବୋଲି ସ୍ପଷ୍ଟ କରିଛନ୍ତି ଜିଲ୍ଲାପାଳ । ଏ ନେଇ ଏଏସଆଇକୁ ରିପୋର୍ଟ ଦେବାକୁ କୁହାଯାଇଛି । ଶ୍ରୀମନ୍ଦିର କମାଣ୍ଡର ବି ରିପୋର୍ଟ ଦେଇଛନ୍ତି ।
ରଥଯାତ୍ରା ସମୟରେ ଏଏସଆଇ ଓ ବିଶେଷଜ୍ଞ ଟିମ ଦ୍ୱାରା ଗର୍ଭଗୃହ ଯାଞ୍ଚ ହେବା ସହ ମରାମତି କରାଯାଇଥିଲା । କଳାହାଟ ଦ୍ୱାରକୁ ରୂପା ଛାଉଣୀ କରାଯିବା ଯୋଗୁଁ ଗର୍ଭଗୃହର ମରାମତି ସଠିକ ଭାବେ ହୋଇ ନଥିବା କୁହାଯାଇଛି । ଆଉ ରତ୍ନବେଦୀରେ ତରବରିଆ କାମ ଯୋଗୁଁ ପ୍ଲାଷ୍ଟର ଖସିଥାଇ ପାରେ ବୋଲି ଆଶଙ୍କା କରାଯାଉଛି ।
ତେବେ ଗର୍ଭଗୃହରେ ଯେଉଁ ପ୍ଲାଷ୍ଟର ଖଣ୍ଡ ବାହାରିଛି ସେଥିରୁ କେମିକାଲ ଗନ୍ଧ ବାହାରୁଛି । ଆଦ୍ରତା ଯୋଗୁଁ କାନ୍ଥ ଓଦାଳିଆ ରହୁଛି । ଫଳରେ ମରାମତି ସମୟରେ ଯେଉଁ ପ୍ୟାକିଂ ଦିଆଯାଉଛି ତାହା ଅନେକ ସମୟରେ ଖସିପଡୁଛି । ଏବେ ଏହା ହୋଇଥାଇପାରେ ବୋଲି ଅନୁମାନ କରାଯାଉଛି ।












Click it and Unblock the Notifications