୩୦ ମିନିଟରେ ୫ ହଜାରରୁ ଅଧିକ ଥର ମାରିଲା ବିଜୁଳି, ୫ ଜଣଙ୍କର ମୃତ୍ୟୁ

Lightning

ଭୁବନେଶ୍ୱର: ରାଜ୍ୟରେ ଜାରି ରହିଛି ପଶ୍ଚିମା ଝଡ଼଼ ପ୍ରଭାବ । ସପ୍ତାହେରୁ ଅଧିକ ସମୟ ଧରି ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ଲାଗି ରହିଥିବା ବେଳେ ବିଜୁଳି ଘଡ଼ଘଡ଼ି ମାରିବାରେ ଆଜି ସର୍ବକାଳୀନ ରେକର୍ଡ ଭାଙ୍ଗିଛି । ଆଜି ଅପରାହ୍ଣରେ ଭଦ୍ରକ ଜିଲ୍ଲାର ବାସୁଦେବପୁର ଅଞ୍ଚଳରେ ଅଧଘଣ୍ଟା ଭିତରେ ୫ ହଜାରରୁ ଅଧିକ ଥର ବଜ୍ରପାତ ହୋଇଥିବା ସୂଚନା ମିଳିଛି ।

ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସଙ୍କ କହିବା ଅନୁସାରେ, ଆଜି ଭଦ୍ରକର ବାସୁଦେବପୁର ଅଞ୍ଚଳରେ ଅଘ ଘଣ୍ଟା ମଧ୍ୟରେ ୫ ହଜାରରୁ ଅଧିକ ଥର ବଜ୍ରପାତ ହୋଇଛି । ବିଜୁଳି ମାରିବା ନେଇ 'ଦାମିନୀ' ଆପରୁ ଜଣାପଡ଼ିଛି । ତେବେ ଶ୍ରୀ ଦାସଙ୍କ ସୂଚନା ଅନୁସାରେ, ହୋଇଥିବା ବଜ୍ରପାତରେ ୫ ଜଣଙ୍କର ମୃତ୍ୟୁ ହୋଇଛି । ସ୍ଥାନୀୟ ସୂତ୍ରକୁ ଆଧାର କରି ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ ଏହି ସୂଚନା ଦେଇଛନ୍ତି ।

ସେପଟେ ଓଡ଼ିଶାକୁ ଆସୁଛି ଆଉ ଏକ ପଶ୍ଚିମା-ଝଡ଼। ଅପ୍ରେଲ ୨ ତାରିଖ ବେଳକୁ ଭାରତର ଉତ୍ତର-ପଶ୍ଚିମ ଭାଗକୁ ଏକ ନୂଆ ପଶ୍ଚିମା-ଝଡ଼ ପ୍ରଭାବିତ କରିବାର ସମ୍ଭାବନା ରହିଛି । ସେଥିପାଇଁ ଓଡ଼ିଶାରେ ଝଡ଼ବର୍ଷା ସହ ବଜ୍ରପାତ ଓ ଘଡ଼ଘଡ଼ି ହେବାର ସମ୍ଭାବନା ରହିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+