ବଜ୍ରପାତ ନେଲା ଜଣଙ୍କ ଜୀବନ
ସୁବର୍ଣ୍ଣପୁର : ବଜ୍ରପାତ ନେଲା ଜୀବନ । ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଳକ ବାବୁପାଲି ପଞ୍ଚାୟତ ଅନ୍ତର୍ଗତ ତିଲେଇମାଲ ଗାଁରେ ବଜ୍ରପାତ ଯୋଗୁଁ ଜଣେ କୃଷକଙ୍କ ମୃତ୍ୟୁ ହୋଇଯାଇଛି। ମିଳିଥିବା ସୂଚନା ମୁତାବକ ରବିବାର ତିଲେଇମାଲ ଗାଁ ହିମାଂଶୁ ମହାନନ୍ଦ (୫୨ ବର୍ଷ) ତଳି ରୁଆ କାର୍ଯ୍ୟ ପାଇଁ ଧାନବିଲକୁ ଯାଇଥିଲେ। ଦିନ ୨ଟା ବେଳେ ବଜ୍ରପାତ ସହ ବର୍ଷା ହେଉଥିବା ସମୟରେ ବଜ୍ରପାତ ଯୋଗୁଁ ସେ ଗୁରୁତର ହୋଇପଡିଥିଲେ।
ସେଠାରେ ଥିବା ଅନ୍ୟ ଶ୍ରମିକମାନେ ତାଙ୍କୁ ତୁରନ୍ତ ଗାଁ କୁ ଆଣି ଆମ୍ବୁଲାନ୍ସ ଯୋଗେ ବିନିକା ଡାକ୍ତରଖାନାକୁ ନେଇଥିଲେ। ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଅନ୍ୟପଟେ ଅଜି ବାଲେଶ୍ୱର ଜିଲ୍ଲା ସୋର ବ୍ଲକ ୱାଦା ଗାଁରେ ଆଜି ବଜ୍ରାଘାତରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଆଉ ୪ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଏମାନେ ହେଉଛନ୍ତି ଗୋଟିଏ ପରିବାରର।

ମୃତକଙ୍କ ନାଁ ହରିଶ ମଳିକ। ଗୁରୁତର ଆହତମାନେ ହେଉଛନ୍ତି ସୁଭଦ୍ରା ମଳିକ, ମତାଜୀ ମଳିକ, ଭାଗ୍ୟଲକ୍ଷ୍ମୀ ମଳିକ ଓ ଜ୍ୟୋତିପ୍ରିୟା ମଳିକ। ଏହି ୪ ଜଣ ମହିଳାଙ୍କୁ ସୋର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।












Click it and Unblock the Notifications