ବାଲେଶ୍ବରରେ ଓ ମୟୂରଭଞ୍ଜରେ ବଜ୍ରପାତ ଭୟ: ୫ ବର୍ଷରେ ରାଜ୍ୟର ସର୍ବାଧିକ ମୃତ୍ୟୁ

ବାଲେଶ୍ବରରେ ଓ ମୟୂରଭଞ୍ଜରେ ବଜ୍ରପାତ ପ୍ରାଣଘାତୀ ସାଜୁଛି । ଗତ ୫ ବର୍ଷ ମୟୂରଭଞ୍ଜର ସର୍ବାଧିକ ଲୋକ ଜୀବନ ହରାଇଛନ୍ତି । ଏହାର ପ୍ରତିକାର ପାଇଁ ରାଜ୍ୟ ସରକାର ଅଧିକରୁ ଅଧିକ ତାଳଗଛ ଲଗାଇବା ନେଇ ସ୍ବତନ୍ତ୍ର ଯୋଜନା କରିଥିବା ବେଳେ ତାହା ପଛେଇ ଯାଇଛି ।

ରାଜ୍ୟ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ତଥ୍ୟ ଅନୁସାରେ; ୨୦୨୦ରୁ ୨୦୨୫ ମସିହା ମଧ୍ୟରେ ବାଲେଶ୍ବରରେ ବଜ୍ରାଘାତ ଯୋଗୁ ରାଜ୍ୟର ଦ୍ବିତୀୟ ସର୍ବାଧିକ ୧୧୦ ଜଣଙ୍କ ଜୀବନ ଯାଇଛି । ସେହିପରି ମୟୂରଭଞ୍ଜରେ ବଜ୍ରାଘାତଜନିତ ମୃତ୍ୟୁ ସଂଖ୍ୟା ରହିଛି ୧୩୪, ଯାହା ରାଜ୍ୟରେ ସର୍ବାଧିକ। ଉପରୋକ୍ତ ମୃତ୍ୟୁ ସଂଖ୍ୟା ସରକାରୀ ଭାବେ ଦର୍ଶାଯାଇଥିବା ବେଳେ ପ୍ରକୃତ ସଂଖ୍ୟା ଆହୁରି ଅଧିକ ହେବ ବୋଲି କୁହାଯାଉଛି ।

ବାଲେଶ୍ବରରେ ଅଧିକ ବଜ୍ରପାତ ହେବା ପଛରେ ଭୌଗୋଳିକ ଓ ପରିବେଶଗତ କାରଣ ରହିଛି ।

୫ ବର୍ଷରେ ରାଜ୍ୟର ଦ୍ବିତୀୟ ସର୍ବାଧିକ ମୃତ୍ୟୁ
୭ ବର୍ଷରେ ଲାଗିଛି ମାତ୍ର ୧୦୦୦ ତାଳଗଛ
ସଜାଗ ହେଉ ବନ ବିଭାଗ, ଲୋକଙ୍କୁ ସଚେତନ କରାଯାଉ

ବଜ୍ରପାତ ସାଧାରଣତଃ ଉଚ୍ଚସ୍ଥାନରେ ହୋଇଥାଏ । ଏପରି ସମୟରେ ଜୀବନ ହାନି ଓ କ୍ଷୟକ୍ଷତି ନ ହେବା ଦିଗରେ ଉଚ୍ଚ ତାଳ ଓ ନଡ଼ିଆଗଛ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ । ତେଣୁ ସରକାର ୨୦୧୮ ମସିହାରେ ରାଜ୍ୟର ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଅଧିକରୁ ଅଧିକ ତାଳଗଛ ଲଗାଇବା ପାଇଁ ଯୋଜନା କରିଥିଲେ। ହେଲେ କିଛି କାମ ହେଲାନି। ତେଣୁ ସରକାର ୨୦୨୩-୨୪ ଆର୍ଥିକ ବର୍ଷରେ ତାଳଗଛ ଲଗାଇବା ପାଇଁ ବନ ବିଭାଗକୁ ପୁଣି ନିର୍ଦ୍ଦେଶ ଦେଲେ ଏବଂ ୨୦୨୪-୨୫ ଆର୍ଥିକ ବର୍ଷରେ ୭.୫୯ କୋଟି ଟଙ୍କା ବ୍ୟୟବରାଦ ମଧ୍ୟ କଲେ । ଏଥର ବି ନିର୍ଦ୍ଦେଶ ଠିକ୍‌ ଭାବେ ପାଳନ ହେଲାନି। ବାଲେଶ୍ବର ଜିଲ୍ଲାରେ ଏଯାଏଁ ମାତ୍ର ୧ ହଜାର ତାଳଚାରା ରୋପଣ କରାଯାଇଛି । ଯାହା ରାଜ୍ୟରେ ସର୍ବନିମ୍ନ ବୋଲି ଜଙ୍ଗଲ ଓ ପରିବେଶ ବିଭାଗର ସୂଚନାରୁ ସ୍ପଷ୍ଟ ହୋଇଛି।

Lightning strike scare in Balasore and Mayurbhanj

ବାଲେଶ୍ବର ବନଖଣ୍ଡରେ ଏତେ କମ୍‌ ସଂଖ୍ୟକ ତାଳଚାରା କାହିଁକି ରୋପଣ କରାଗଲା, ସେ ନେଇ ଜାଣିବା ପାଇଁ ଏସିଏଫ୍‌ ଦିଗନ୍ତ ଶୋଭନ ଚାନ୍ଦଙ୍କୁ ପଚରାଯାଇଥିଲା। ସେ କହିଛନ୍ତି, ଅନ୍ୟ ଜିଲ୍ଲା ବନଖଣ୍ଡ ତୁଳନାରେ ବାଲେଶ୍ବର ବନଖଣ୍ଡରେ ଫରେଷ୍ଟ ବ୍ଲକ୍‌ ଅଞ୍ଚଳ କମ ରହିଛି। ଯେଉଁଥିପାଇଁ ଅଧିକ ସଂଖ୍ୟାରେ ତାଳଗଛ ଲାଗିପାରିନି । ସଂରକ୍ଷିତ ଜଙ୍ଗଲ ସହ ଆବଶ୍ୟକ ଜମି ମଧ୍ୟ କମ ଅଛି । ସରକାର ଯଦି ବନ ବିଭାଗର ଜମି ବ୍ୟତୀତ ଅନ୍ୟ ଜମିରେ ତାଳଗଛ ଲଗାଇବାକୁ ଅନୁମତି ଦେବେ, ତେବେ ତାଳଗଛ ରୋପଣ ସଂଖ୍ୟା ବଢ଼ିବ।

ବଜ୍ରପାତ ଦୃଷ୍ଟିରୁ ବାଲେଶ୍ବର ସଂଗିନ ସ୍ଥିତିରେ ଥିବା ବେଳେ ବନ ବିଭାଗ ସଜାଗ ହେଉ ଏବଂ ଧନଜୀବନ ରକ୍ଷା ପାଇଁ ବିଭିନ୍ନ ସ୍ଥାନରେ ବ୍ୟାପକ ତାଳଗଛ ଲଗାଇବା ପାଇଁ ପରିବେଶବିତ୍‌ ମନୋରଂଜନ ଦାସ ଦାବି କରିଛନ୍ତି । ସେହିପରି ନିଜ ନିଜ ବାଡ଼ିବଗିଚାରେ ତାଳଗଛ ଲଗାଇବା ପାଇଁ ଲୋକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଯାଉ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+