For Quick Alerts
Turn On Notification  
For Daily Alerts
Oneindia App Download

ଫୁଟବଲ୍ ପଡ଼ିଆରେ ବଜ୍ରପାତ: ୨ ମୃତ, ୧୮ ଗୁରୁତର

ଫୁଟବଲ ମ୍ୟାଚ୍ ବେଳେ ବଜ୍ରପାତ। ବଜ୍ରପାତରେ ୨ ମୃତ ଓ ୧୮ ଗୁରୁତର। ଆଜି ସୁନ୍ଦରଗଡ଼ ନୂଆଗାଁ ବ୍ଲକ ବନେଇଲତାରେ ଫୁଟବଲ ଖେଳ ବେଳେ ଏହି ଅଘଟଣ ଘଟିଛି ।

|

ସୁନ୍ଦରଗଡ଼: ଫୁଟବଲ ମ୍ୟାଚ୍ ବେଳେ ବଜ୍ରପାତ। ବଜ୍ରପାତରେ ୨ ମୃତ ଓ ୧୮ ଗୁରୁତର। ଆଜି ସୁନ୍ଦରଗଡ଼ ନୂଆଗାଁ ବ୍ଲକ ବନେଇଲତାରେ ଫୁଟବଲ ଖେଳ ବେଳେ ଏହି ଅଘଟଣ ଘଟିଛି । ଫୁଟବଲ ଖେଳ ଚାଲିଥିବା ବେଳେ ବଜ୍ରପାତ ହୋଇଥିଲା। ଆହତମାନଙ୍କୁ ପ୍ରାଥମିକ ଚିକିତ୍ସା ପରେ ରାଉରକେଲାର ସରକାରୀ ଡ଼ାକ୍ତରଖାନା ପଠାଯାଇଛି। ମୃତ୍ଯୁ ଘଟିଥିବା ଦୁଇ ଫୁଟବଲ ଖେଳାଳିଙ୍କ ନାଁ ପାର୍ତାଗୁଟୁ ଗ୍ରାମର ଅଜୟ ଲାଖୁଆ ଓ ମାଇକେଲ ସୁରିନ ବୋଲି ଜଣା ପଡ଼ିଛି ।

Lightning

ତେବେ ବଜ୍ରପାତରେ ପ୍ରାୟ ୨୦ ଜଣ ଚେତା ହରାଇ ତଳେ ପଡ଼ିଥିଲେ। ସମସ୍ତଙ୍କୁ ତୁରନ୍ତ ଗାଁରେ ପ୍ରଚଳିତ ଦେଶୀ ଚିକିତ୍ସା କରାଯାଇ ଗାଈ ଗୋବର ବୋଳି ଦିଆଯାଇଥିଲା। ପରେ ହାତୀବାରୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଅଣାଯାଇଥିଲା। ହେଲେ ସେଠାରେ ଚିକିତ୍ସାଧିନ ଅବସ୍ଥାରେ ୨ ଜଣଙ୍କ ମୃତ୍ୟୁ ହୋଇଥିଲା। ଅନ୍ୟ ୧୮ ଜଣ ଆହତଙ୍କୁ ସେଠାରୁ ରାଉରକେଲା RGHକୁ ସ୍ଥାନାନ୍ତର କରାଯାଇଥିଲା।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Lightning strike on football field: 2 dead, 18 seriously injured
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X