ଛେଳି ଗୋଠରେ ବଜ୍ରାଘାତ, ୪ ଆହତ ,୩୨ଛେଳି ମୃତ

ଗଞ୍ଜାମ: ଗଞ୍ଜାମ ଜିଲ୍ଲା ବଡ଼ଗଡ଼ ଥାନା ଅଧୀନ ନୂଆଁଗା ହାତୀଖାଲ ଗାଁ ନିକଟରେ ସୋମବାର ବଜ୍ରପାତ ଘଟିଛି । ବଜ୍ରପାତରେ ୪ ଚରାଳି ଆହତ ହୋଇଥିବା ବେଳେ ୩୨ ଛେଳି ମୃତ୍ୟହୋଇଥିବା ସୂଚନା ମିଳିଛି । ଆହତମାନେ ହାତୀଖାଲ ଗ୍ରାମର ବୋଲି ଜଣାପଡ଼ିଛି ।ସୂଚନା ଅନୁସାରେ ଗ୍ରାମର ପପୁ ମହାଙ୍କୁଡ, ସାଇଶ୍ରୀ ଗୌଡ଼ ଓ ଶୁଭଶ୍ରୀ ଗୌଡ଼ ଗାଁ ନିକଟରେ ଆଜି ଅପରାହ୍‌ଣରେ ଛେଳି ଚରାଉଥିଲେ ।

lightning

ଏମାନେ ଛେଳି ନେଇ ଗାଁ ପାଖ ପଡ଼ିଆକୁ ଚାରାଇବା ପାଇଁ ଯାଇଥିଲେ । ଛେଳି ଧରି ଗାଁ ପାଖ ପଡ଼ିିଆକୁ ଯାଇଥିଲେ । ଅପରାହ୍ନ ୫ଟାରେ ଅଞ୍ଚଳରେ ଘଡ଼ଘଡ଼ି ସହ ବର୍ଷା ହୋଇଥିଲା । ସେତିକିବେଳେ ଛେଳିଗୁଡ଼ିକ ଗୋଠ ହୋଇ ଚରୁଥିବା ବେଳେ ବଜ୍ରପାତ ଘଟିଥିଲା । ବଜ୍ରପାତରେ ୪ ଚରାଳି ଆହତ ହୋଇଥିବା ବେଳେ ୩୨ ଛେଳିଙ୍କ ମୃତ୍ୟୁ ଘଟିଛି । ଖବର ପାଇ ଗାଁ ଲୋକେ ପହଞ୍ଚି ଆହତଙ୍କୁ ଉଦ୍ଧାରକରି ଚିକିତ୍ସା ପାଇଁ ବଡ଼ଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+